tgindex
ODISHA GK SERIES

ODISHA GK SERIES

Статистика

ପ୍ରତିଦିନ ଓଡ଼ିଆ ରେ GK ଜାଣିବା ପାଇଁ JOIN କରନ୍ତୁ. @odishagkseriesfamily Contact us:- @uttammahala YouTube Channel. youtube.com/@odishagkseries Insta I'd :- https://www.instagram.com/uttammahala23 👉Odia Gk 👉Odia Question &Answer📕 👉General Knowledge📚

Последний пост
15 авг.
Последнее чтение
15 авг.
Постов за неделю
7
Всего постов
25
Тип
открытый
Язык
or
Категория
Видео
В каталоге с
13 авг.
Подписчики
1 789
0 за 1 дн.
Сутки
0
0,00%
Неделя
 
Месяц
 
Просмотров на пост
133
25 постов
Вовлечённость
7,4%
к подписчикам
Постов в день
1,0
всего 25
Упоминаний
0
каналов
Охват размещения
оценка
1/24сутки в ленте
48
1/48двое суток
55
1/72трое суток
59

Оценка по просмотрам недавних постов: пост набирает почти всё за первые сутки.

Посты

  • *ଖବର ଆଜିର, ୧୫ ଅଗଷ୍ଟ ଶନିବାର* ================= ରାଜ୍ୟର ସମସ୍ତ ପୌରାଞ୍ଚଳରେ କଠିନ ବର୍ଜ୍ୟ ପରିଚାଳନା ନିୟମ ପାଳନ ସହ ୪-ସ୍ତରୀୟ ବର୍ଜ୍ୟ ପୃଥକୀକରଣ ବ୍ୟବସ୍ଥା ଲାଗୁ ପାଇଁ ନିର୍ଦ୍ଦେଶ। ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ପ୍ରଥମ ବୈଠକରେ ଓଡିଶା ପାଇଁ ଅଧିକ ପ୍ରକଳ୍ପ ମଞ୍ଜୁରପାଇଁ ନାବାର୍ଡକୁ ପରାମର୍ଶ। ବିଶିଷ୍ଟ ପୁଲିସ୍ ସେବା ପୁରସ୍କାର ଘୋଷଣା ହୋଇଛି। ଓଡ଼ିଶାର ୧୭ ପୁଲିସ୍ ଅଧିକାରୀ ଓ କର୍ମଚାରୀ ଏହି ସମ୍ମାନ ପାଇବେ। ୨,୭୧୧ ପ୍ୟାକ୍ସ/ଲ୍ୟାମ୍ପସ୍‌ର ୫,୪୨୨ ଜଣ ଅଧିକାରୀଙ୍କ ପାଇଁ OS-CIT ମାଧ୍ୟମରେ ଆଇଟି ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଆରମ୍ଭ ହେଲା। ସମସ୍ତ ସହରାଞ୍ଚଳ‌ରେ ହେବ ୪ ଥାକିଆ ବାଇପାସ୍‌। ଜାତୀୟ ରାଜପଥରେ ଭିଡ଼ କମ କରାଯିବ। ମଧୁ ବାବୁ ପେନ୍‌ସନ୍ ଯୋଜନାରେ ପଡ଼ି ରହିଥିବା ଆବେଦନ ଯାଞ୍ଚ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ। ଖଣି ଓ ଖଣିଜ ସଂଶୋଧନ ବିଲ୍‌କୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ଚିଠି ଲେଖିଲେ ନବୀନ। ସର୍ବଦଳୀୟ ବୈଠକ ଦାବୀ କଲେ। ବିଏସ୍‌ଏନ୍‌ଏଲ୍‌ ଓଡିଶା ନିଜର ୩୫୦ ଜମି, ଘର ଲିଜ୍‌ ଦେବ, ନ ହେଲେ ବିକିଦେବ। ରାଉରକେଲାରୁ ଅକ୍ଟୋବରରେ ପୁଣି ଉଡ଼ିବ ବଡ଼ ବିମାନ। ଆଲିଆନ୍ସ କର୍ତ୍ତୃପକ୍ଷଙ୍କ ସହ ବୈଠକ ଶେଷ। କମୁଛି ବ୍ରାହ୍ମଣୀ ନଦୀର ଜଳସ୍ତର। କୋଏଲ ଓ ଶଙ୍ଖ ନଦୀର ସ୍ତର ବି କମୁଛି। ଜଗତସିଂହପୁର ଏରସମା ବିଚ୍‌ ନିକଟରେ ପୁଣି କୂଳ ଲଂଘିଲା ସମୁଦ୍ର। ସ୍ଥାୟୀ ପଥର ବନ୍ଧ ନିର୍ମାଣ ପାଇଁ ଦାବି କଲେ ପ୍ରୀତିନନ୍ଦା ରାଉତରାୟ। ଭଦ୍ରକରେ ସାଳନ୍ଦୀ, ବୈତରଣୀର ଦ୍ୱିତୀୟ ବନ୍ୟାଜଳ, ଦୁର୍ଦ୍ଦଶା ହଟିନଥିଲା, ପୁଣି ପାଣି ମାଡ଼ିଆସିଲା। ଯାଜପୁର ଦଶରଥପୁରରେ ବୈତରଣୀରେ ଚତୁର୍ଥ ବନ୍ୟା, ୬ଟି ଗାଁ ସମ୍ପୂର୍ଣ ଜଳମଗ୍ନ। ହୀରାକୁଦରୁ ୨୪ କ୍ୟୁସେକ୍‌ ପାଣି ଟାଣିବ ଝାରସୁଗୁଡାର ପ୍ରାଇଭେଟ କୋଇଲା ଗ୍ୟାସିଫିକେସନ ପ୍ରକଳ୍ପ। କେନ୍ଦ୍ରାପଡା ଡେରାବିଶ ବ୍ଲକ ଅଫିସରେ ବିଜେପି ନେତା ଉମା ପଟ୍ଟନାୟକ ଓ ସମର୍ଥକଙ୍କ ଦୁର୍ବ୍ୟବହାର। ବିଡ଼ିଓ ଅସୁସ୍ଥ, ମୂର୍ଚ୍ଛା ହୋଇ ହସପିଟାଲରେ ଭର୍ତ୍ତି। ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ଗଜପତି ଜିଲ୍ଲାରେ ଜଙ୍ଗଲରୁ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ। ଗଂଜାମ ଜିଲ୍ଲା ଦିଗପହଣ୍ଡି ସବ୍‌ଜେଲ ପରିସର କ୍ବାର୍ଟସରୁ ୱାଡେନ୍ ଶିବାନନ୍ଦ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୟୁରଭଞ୍ଜ ରାଇରଙ୍ଗପୁରରେ ପାଣିରେ ବୁଡ଼ି ଯୁବକ ମୃତ, ନଦୀରେ ଭାସି ଆଉ ଜଣେ ନିଖୋଜ। ସୁନ୍ଦରଗଡ଼ କିଞ୍ଜିରକେଲାରେ ବାଇକ୍‌କୁ ଧକ୍କା ଦେଲା ହାଇୱା, ସ୍ବାମୀ ସ୍ତ୍ରୀ ମୃତ, ଶିଶୁ ଗୁରୁତର। ଜଗତସିଂହପୁର ବାଲିକୁଦାରେ ଚାରି ଦିନ ପରେ ବନ୍ଦ କୋଠରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତକ ସ୍ମୃତି ସ୍ବାଇଁ। ବିକ୍ରମଦେବ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଘୋଷଣା ଦାବି, ଏବିଭିପି ପକ୍ଷରୁ କୁଳପତିଙ୍କୁ ଦାବିପତ୍ର ପ୍ରଦାନ। ପୁରୀ ଷ୍ଟେସନ ନିକଟରେ ତାଳଚେର-ପୁରୀ ଏକ୍ସପ୍ରେସ ଲାଇନଚ୍ୟୁତ। *ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଜୁନିଅର ଆସୋସିଏଟ୍ କ୍ଲର୍କ ପଦବୀ ପାଇଁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଅଫିସିଆଲ୍ ୱେବସାଇଟରେ ଆବେଦନ କରିପାରିବେ।* WhatsApp Channel join https://whatsapp.com/channel/0029VaUgRXG5fM5gVRc7391u 🇳🇪 ପ୍ରଧାନମନ୍ତ୍ରୀଙ୍କ ବିଦେଶରେ କୁଣ୍ଢେଇବା କୂଟନୀତିକୁ କଂଗ୍ରେସର କଟାକ୍ଷ, ପରେ ବିଜେପିର ତୀବ୍ର ପ୍ରତିକ୍ରିୟା। ସ୍ବାଧୀନତା ଦିବସ ପୂର୍ବରୁ ଦେଶର ୧୦୫୭ ଜଣଙ୍କୁ ସାହସିକତା ଓ ସେବା ପଦକ ଘୋଷଣା। ନିଯୁକ୍ତି ପରୀକ୍ଷାରେ ଅନିୟମିତତାକୁ ନେଇ ଝାଡ଼ଖଣ୍ଡରେ ଚାକିରି ଆଶାୟୀଙ୍କ ଆନ୍ଦୋଳନ ୨୨ ଦିନରେ ପହଞ୍ଚିଲା। କର୍ଣ୍ଣାଟକରେ ପୁଲିସ ଅଫିସର୍‌ଙ୍କୁ ଡ୍ୟୁଟି ବେଳେ ଚାପୁଡ଼ା ମାରିଲେ ବିଜେପି ବିଧାୟକଙ୍କ ଝିଅ। ଆସାମରେ ବିଜେପି ନେତାଙ୍କୁ ହତ୍ୟା, ୫ ଜଣ ଗିରଫ। ସିନ୍ଧୁ ଜଳ ଚୁକ୍ତି ମାମଲାରେ ଭାରତକୁ ପାକିସ୍ତାନର ଧମକ, ସିଧାସଳଖ ଜବାବ ଦେବୁ। ଇସ୍ରୋର ଏଲ୍‌ଭିଏମ୍‌-୩ ରକେଟ୍‌ର ପରିତ୍ୟକ୍ତ ଉପରି ଭାଗ ୯ ମାସ ପରେ ପୃଥିବୀର ବାୟୁମଣ୍ଡଳକୁ ଫେରିଛି। 🚴🏾‍♂️⚽🏏 ମାତ୍ର ୧୦୦ ଟଙ୍କା ମୂଲ୍ୟରେ ଇଣ୍ଡିଆନ ସୁପର ଲିଗ୍‌ ଫ୍ରାଞ୍ଚାଇଜି ଜାମସେଦପୁର ଏଫସିକୁ ଗୋଆର ଚର୍ଚ୍ଚିଲ ବ୍ରଦର୍ସକୁ ବିକ୍ରି କରିଛି ଟାଟା ଷ୍ଟିଲ୍‌। ଓଡ଼ିଆ ଚେସ୍ ଖେଳାଳି ହର୍ଷିତ ରଂଜନ ସାହୁ ହଙ୍ଗେରୀର ବୁଦାପେଷ୍ଟରେ ଆନ୍ତର୍ଜାତୀୟ ମାଷ୍ଟର ନର୍ମ ଅର୍ଜନ କରିଛନ୍ତି। ଏଫ୍‌ଆଇଏଚ୍‌ ହକି ବିଶ୍ବକପ୍‌ ନେଦରଲାଣ୍ଡ୍‌ସରେ ଆରମ୍ଭ ହେଲା। *ଗତବର୍ଷ ଏଇ ସମୟରେ* ଭୁବନେଶ୍ୱର ମେଟ୍ରୋ ବାତିଲ ଘୋଷଣା ପରେ ପୁଣିଥରେ ନୂଆ ଢାଞ୍ଚାରେ ମେଟ୍ରୋ ହେବ ବୋଲି କହିଥିଲେ ନଗର ଉନ୍ନୟନ ମନ୍ତ୍ରୀ। ପୁଣିଥରେ ବାତିଲ ହୋଇଥିଲା ଓଟିଇଟି ପରୀକ୍ଷା। ଦିଲ୍ଲୀରେ ପ୍ରତି କୁକୁର ପାଇଁ ଖର୍ଚ୍ଚ ୧୧୦ ଟଙ୍କା, ଦିନକୁ ୧୧ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରିଥିଲେ ସରକାର। ================== *ଜୟ ହିନ୍ଦ* ସ୍ୱାଧୀନତା ଦିବସର ଶୁଭେଚ୍ଛା ଆଜି କୋରିଆ ଦେଶର ସ୍ବାଧୀନତା ଦିବସ ଆଜି ଜନ୍ମଦିନ: ଶ୍ରୀ ଅରବିନ୍ଦ, ଗୁରମିତ ରାମ ରହିମ ସିଂ, ରାକ୍ଷୀ ଗୁଲଜାର, ଆଦନାନ ସାମି, କଳ୍ପତରୁ ଦାସ ଆଜି ତିରୋଧାନ: ଶେଖ ମୁଜିବୁର ରହେମାନ (ବାଙ୍ଗଲାଦେଶ) ଇତିହାସରେ ଆଜି: (୧୮୫୪) କଲିକତା- ହୁଗୁଳି ପ୍ରଥମ ପାସେଞ୍ଜର ଟ୍ରେନ/ (୧୯୦୭) ଇଣ୍ଡିଆନ ବ୍ୟାଙ୍କ ପ୍ରତିଷ୍ଠା/ (୧୯୮୨) ଭାରତରେ ରଙ୍ଗୀନ ଟେଲିଭିଜନ ପ୍ରସାରଣ ଆରମ୍ଭ/ (୧୯୭୫) ବାଙ୍ଗଲାଦେଶ ରାଷ୍ଟ୍ରପତି ମୁଜିବୁର ରହେମାନଙ୍କୁ ହତ୍ୟା =================== *ବନ୍ଦେ ଉତ୍କଳ ଜନନୀ* 🪻🌻🪻

  • видео или голосовое, без подписи

  • ଘରୋଇ ହସ୍ପିଟାଲ ଗୁଡ଼ିକରେ ୨ କୋଟି ଟଙ୍କାର ୨୭ଟି ମେସିନ୍ ସରକାରଙ୍କ ଖର୍ଚ୍ଚରେ ଲାଗିଛି ବୋଲି ପ୍ରକାଶ ହୋଇଥିଲା। ================ ଆଜି ଭାରତ ପାକିସ୍ତାନ ବିଭାଜନ ଦିବସ ପାକିସ୍ତାନ ସ୍ୱାଧୀନତା ଦିବସ ଆଜି ଜନ୍ମଦିନ: କୁଲଦୀପ ନାୟାର, ଜନି ଲିଭର, ସୁନିଧି ଚୌହାନ, ମନୀଷ ବେହେଲ, ମୋହିତ ରାଇନା ଆଜି ତିରୋଧାନ: ଶମ୍ମି କପୁର ଇତିହାସରେ ଆଜି: (୧୮୬୨) ବମ୍ବେ ହାଇକୋର୍ଟ ସ୍ଥାପନ/ (୧୯୪୭) ଭାରତ ପାକିସ୍ତାନ ବିଭାଜନ ପାଇଁ ହିଂସା ଓ ଦଙ୍ଗା/ (୧୯୪୭) ପାକିସ୍ତାନ ସ୍ୱାଧୀନ ହେଲା/ (୧୪୯୮) ଭେନେଜୁଏଲାରେ ପହଁଚିଲେ କଲମ୍ବସ/ (୧୯୭୫) ବାଙ୍ଗଲାଦେଶ ରାଷ୍ଟ୍ରପତିଙ୍କ ଉପରେ ପାକିସ୍ତାନୀ ଷଡଯନ୍ତ୍ର ଆକ୍ରମଣ ================ *ବନ୍ଦେ ଉତ୍କଳ ଜନନୀ* 🪻🌻🪻

  • *ଖବର ଆଜିର, ୧୪ ଅଗଷ୍ଟ ଶୁକ୍ରବାର* ================ ୨୦୩୦ ସୁଦ୍ଧା ଓଡ଼ିଶାର ପ୍ରତି ଘରେ ଗୁଣାତ୍ମକ ବିଜୁଳି, ୧୬ ହଜାର କୋଟି ଟଙ୍କାର ଶକ୍ତି ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ସରକାର। ଭିନ୍ନକ୍ଷମ ନାଗରିକଙ୍କ ସମ୍ପତ୍ତି ଅଧିକାର ସୁନିଶ୍ଚିତ ପାଇଁ ରାଜ୍ୟ ସରକାର ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବେ। ସରକାରୀ କ୍ଷେତ୍ରରେ ଅନୁକମ୍ପା ନିଯୁକ୍ତି ନିୟମକୁ କୋହଳ କଲେ ରାଜ୍ୟ ସରକାର। ହର୍ ଘର୍ ତିରଙ୍ଗା ପାଇଁ ଓଡ଼ିଶାର ୩୦ ଜିଲ୍ଲାର ୧୬,୧୬୨ ମହିଳା ୬୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରିଛନ୍ତି। ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଲେ ବିଚିତ୍ରାନନ୍ଦ ସ୍ୱାଇଁ, ରଣଜୀତ ନାଗ ଓ ସୁବୋଧ ପଟ୍ଟନାୟକ। ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାରେ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ମାଗିଲେ ହାଇକୋର୍ଟ। ଲଗାତାର ନବମ ବର୍ଷ ପାଇଁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ଓଡ଼ିଶାରେ ୫୮ଟି ଶୀତଳଭଣ୍ଡାର ନିର୍ମାଣ ଘୋଷଣା ପରେ ମାତ୍ର ଗୋଟିଏ ପ୍ରକଳ୍ପ ନିର୍ମାଣାଧୀନ ଥିବାରୁ କୃଷିମନ୍ତ୍ରୀ କନକ ବର୍ଦ୍ଧନ ଦୁଃଖିତ ହେଲେ। ସୁପ୍ରିମକୋର୍ଟରେ ଅପଦସ୍ଥ ହେଲେ ରାଜ୍ୟ ସରକାର, ଡିଜିପି ଚୟନରେ ରୋକ୍‌, ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି। ବିଭାଗୀୟ ଅଧିକାରୀଙ୍କୁ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ କହିଲେ, ଆମକୁ ଅନ୍ଧାରରେ ରଖନ୍ତୁ ନାହିଁ, ଖର୍ଚ୍ଚର ସଂପୂର୍ଣ୍ଣ ରିପୋର୍ଟ ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ଶିଳ୍ପପତି ଗୌତମ ଆଦାନୀଙ୍କ ପୁଅ କରନ ଆଦାନୀ ସାକ୍ଷାତ କରି ଆଲୋଚନା କଲେ। ରାଜ୍ୟରେ ୩୦୦୦ ମେଗାୱାଟ୍‌ର ଦୁଇଟି ସ୍ୱଚ୍ଛଶକ୍ତି ପାୱାର ପ୍ଲାଣ୍ଟ କରିବ ଆଦାନୀ ଗ୍ରୁଫ୍। ଭୁବନେଶ୍ୱରରେ ପାଇଲଟ୍ ଭିତ୍ତିରେ ସମର୍ପିତ ବସ୍‌ ପଥ ବ୍ୟବସ୍ଥା ଆରମ୍ଭ ହେବ। ବିମାନବନ୍ଦରରୁ ନନ୍ଦନକାନନ ଓ ବାଣୀବିହାରରୁ ଶିଶୁ ଭବନ କରିଡର ଚିହ୍ନଟ। କ୍ଷୀର ଦର ବୃଦ୍ଧି ଯୋଗୁଁ କାଲିଠାରୁ ଛେନା ଓ ପନିର୍ ଦର ବୃଦ୍ଧି ହେବ। ଭୁବନେଶ୍ବର ଦୁଗ୍ଧ ବ୍ୟବସାୟୀ ସଂଘ ପକ୍ଷରୁ ଅତିରିକ୍ତ ଜିଲାପାଳଙ୍କୁ ଲିଖିତ ଦିଆଗଲା। ମୟୂରଭଞ୍ଜରେ ଲଗାଣ ବର୍ଷା ଯୋଗୁଁ ନଦୀ ଉଛୁଳିଲା। ଖଡ଼ଖାଇ, ବାଙ୍କବଳ ନଦୀବନ୍ଧର ସମସ୍ତ ଗେଟ୍‌ ଖୋଲା। ସୋନପୁରର ଓଡ଼ିଆ ଯାଦୁଗର ଉଦ୍ଧବ ପଧାନଙ୍କୁ ୟୁପିରେ ‘ଯାଦୁରତ୍ନ’ ସମ୍ମାନ ମିଳିଲା। କମନୱେଲଥ ପାରା ଫେନ୍ସିଂ ଚାମ୍ପିୟନସିପ୍ ରେ ସ୍ବର୍ଣ୍ଣ ଜିତିଲେ ଗଞ୍ଜାମ ଜିଲ୍ଲା ଛତ୍ରପୁରର ଭିନ୍ନକ୍ଷମ ଖେଳାଳି ଭି ରମେଶ ରାଓ। ରାଉରକେଲାରେ ପ୍ରବଳ ବର୍ଷା। ଆରଏମ୍‌ସିର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ। ଓଡିଶାର ସିମୁଳିଆ ହୋଟେଲରୁ ଧରାହେଲା କଲିକତା ଆର.ଜି.କର. ଜୁନିଅର ଡାକ୍ତର ଧର୍ଷଣ ଓ ହତ୍ୟାର ଅନ୍ୟତମ ଅଭିଯୁକ୍ତ ନିର୍ମଳ ଘୋଷ। ବାଲେଶ୍ଵର ଜିଲ୍ଲାରେ ଲଗାଣ ବର୍ଷାରେ ଧୋଇଗଲା ପୋଲ, ରାସଗୋବିନ୍ଦପୁର- ଅମର୍ଦ୍ଦା ଯାତାୟାତ ଠପ। ବେଆଇନ କୋଇଲା ଓ ପାଉଁଶ ପରିବହନ ବିରୋଧରେ ଅନୁଗୋଳ ବନ୍ଦ, ଜୀବନଯାତ୍ରା ପ୍ରଭାବିତ, ଖୋଲିଲାନି ଶିକ୍ଷାନୁଷ୍ଠାନ, ବଜାର। ଏଗ୍ରିଷ୍ଟାକ୍ ଆଇଡି ବିବାଦରୁ ସମ୍ବଲପୁର ଜିଲ୍ଲାର କୁଲୁଣ୍ଡୀ, ଫାଶୀମାଲ ଓ ଭୋଜପୁର ଲ୍ୟାମ୍ପସ୍‌ରେ ତାଲା ପକାଇଲେ ଚାଷୀ। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ମାଲକାନଗିରିରୁ ମହରାଷ୍ଟ୍ରକୁ ଆମ୍ବୁଲାନ୍ସରେ ଗଂଜେଇ ଚାଲାଣ ବେଳେ ଧରାପଡିଲେ ମାଫିଆମାନେ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ରେ ନାବାଳକ ହତ୍ୟା ଘଟଣାରେ ଗିରଫ ହେଲେ ୧୮ ଜଣ ଅଭିଯୁକ୍ତ। ଜଗତସିଂହପୁର ଜିଲ୍ଲାରେ ତିନି କୋଟି ଟଙ୍କାରୁ ଊର୍ଦ୍ଧ୍ବ ପାଣ୍ଠି ଆତ୍ମସାତ କରି ବନ୍ଧା ହେଲେ ଦୁଇ ପୂର୍ବତନ ତହସିଲ କର୍ମଚାରୀ। ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ କନେଷ୍ଟବଳଙ୍କ ଘରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ, ସନ୍ଦେହଜନକ ମୃତ୍ୟୁ। କଟକ ନିଶ୍ଚିନ୍ତକୋଇଲି ସୁକରପଡାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୫ ଗିରଫ, ଜଣେ ଏବେ ବି ଫେରାର। କୋରାପୁଟ ଜୟପୁରର ଜୟନଗରରେ ଦେହ ବେପାର। ଚଢ଼ାଉ ବେଳେ ଛାତ ଡେଇଁ ପଳାଇଲେ ରାଣୀ ମହୁମାଛି। 🇳🇪 ସଂସଦ ବାହାରେ ଏନ୍‌ଡିଏ-ଇଣ୍ଡିମେଣ୍ଟ ସାଂସଦ ମୁହାଁମୁହିଁ; ଝାଡ଼ଖଣ୍ଡ ପ୍ରତିବାଦ ଓ ରାମମନ୍ଦିର ଚୋରି ପ୍ରସଙ୍ଗରେ ନାରାବାଜି। ଝାଡ଼ଖଣ୍ଡ ରାଞ୍ଚିରେ ବିଧାନସଭାକୁ ଶୋଭାଯାତ୍ରା କରିବା ମାମଲାରେ ପୁଲିସ ୫୦୦ ଅଣଛାତ୍ରଙ୍କ ବିରୋଧରେ ଏଫ୍‌ଆଇଆର କରିଛି। ଅରୁଣାଚଳ ସୀମାରେ ପୁଣି ଆର୍ଥିକ ଅବରୋଧ ସଂଘର୍ଷ, ଭିଡ଼ ହଟାଇବାକୁ ପୁଲିସର ଫାଙ୍କା ଗୁଳିଚାଳନା। ନେତାଜୀ ସୁଭାଷ ବୋଷଙ୍କ ବିରୋଧରେ ଟିପ୍ପଣୀ ଦେବାରୁ ବିଜେପି ସାଂସଦ ନାଗେନ୍ଦ୍ର ରାୟଙ୍କ ଠାରୁ 'ବଙ୍ଗ ବିଭୂଷଣ’ ସମ୍ମାନ ପ୍ରତ୍ୟାହାର। ଉତ୍ତରାଖଣ୍ଡ ଚମୋଲିରେ ସୁଡ଼ଙ୍ଗ ଭୁଶୁଡ଼ି ୨୦ ଶ୍ରମିକ ଫସିଲେ, ୧୩ ଉଦ୍ଧାର। ପ୍ୟାକେଜ୍‌ଡ ଖାଦ୍ୟରେ ଚିନି, ଲୁଣ, ଫ୍ୟାଟ ଚେତାବନୀ ଲେବଲ୍‌ ବିଳମ୍ବକୁ ନେଇ ଏଫ୍‌ଏସ୍‌ଏଆଇକୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା। ଭାରତର ଅପ୍ଟିକାଲ ଫାଇବର ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି ୫ ବର୍ଷ ବଢ଼ାଇଲା ଚୀନ। କଲମ୍ବିଆ ଭୂକମ୍ପ ମୃତ୍ୟୁସଂଖ୍ୟା ୨୬୫ରେ ପହଞ୍ଚିଲା। 🚴🏾‍♂️⚽🏏 ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳ କାଲିଠାରୁ ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳିବେ। ରାଜ୍ୟଗୋଷ୍ଠୀ ପାରା ଅସିଚାଳନାରେ ଓଡ଼ିଶା ପୁରୁଷ ଟିମ ଜିତିଲେ ୫ ପଦକ। କାଲି ଆରମ୍ଭ ହେବ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌-୨୦୨୬। ଭାରତୀୟ ମହିଳା ଦଳ ଅଷ୍ଟମ ଥର ପାଇଁ ଖେଳିବେ। *ଗତବର୍ଷ ଏଇ ସମୟରେ* ପୁରୀରେ ଦ୍ବିତୀୟ ଖାଦ୍ୟ ପରୀକ୍ଷାଗାର ପ୍ରତିଷ୍ଠା ହେବବୋଲି ସରକାର କହିଥିଲେ। ବିଭିନ୍ନ ଜିଲ୍ଲାରେ ୩୮ଟି ଆଧୁନିକ ମଣ୍ଡି (ବିଶ୍ରାମ, ପାନୀୟଜଳ, ଶୌଚାଳୟ ଓ ପାର୍କିଂ ସହିତ) ଖୋଲିବା ଘୋଷଣା ହୋଇଥିଲା। ରାଜ୍ୟରେ ୭ଟି ନୂଆ ନର୍ସିଂ କଲେଜ ଖୋଲାଯିବ ବୋଲି ସରକାର ଘୋଷଣା କରିଥିଲେ।

  • *ଖବର ଆଜିର, ୧୩ ଅଗଷ୍ଟ ଗୁରୁବାର* ================ ଆଜି ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ। ଖରିଫ୍‌ ଧାନ ସଂଗ୍ରହ ପାଇଁ ଏଗ୍ରିଷ୍ଟାକ୍‌ ଜରିଆରେ ୮୫ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ଅଗଷ୍ଟ ୩୧ ପର୍ଯ୍ୟନ୍ତ ପ୍ୟାକ୍ସ, ଲ୍ୟାମ୍ପସ୍‌ ଓ ପାଣି ପଞ୍ଚାୟତରେ ଚାଲିବ। ମହିଳା ଓ ଶିଶୁବିକାଶ ବିଭାଗର ‘ଯଶୋଦା’ ଓ ‘ଆଶୀର୍ବାଦ’ ଯୋଜନା ଚାଲିବ, ପାଞ୍ଚବର୍ଷରେ ୨୯୬.୯୯ କୋଟି ଟଙ୍କା ଖର୍ଚ୍ଚ ହେବ। ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷାଫଳ ପ୍ରକାଶ। ୬୩.୬୪% ପାସ୍‌ ହେଲେ। ରାଜ୍ୟ ପୁଲିସରେ ୩ଟି ନୂଆ ବିଭାଗ ହେବ। ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍‌, ଆଣ୍ଟି ନାରକୋଟିକ୍ସ ଟାସ୍କ ଫୋର୍ସ ଓ ରୋଡ୍‌ ସେଫ୍‌ଟି ୱିଙ୍ଗ୍‌। ଶିଳ୍ପସଂସ୍ଥା ଗୁଡିକୁ ୟୁନିଟ୍‌ ପିଛା ବିଦ୍ୟୁତ୍‌ ଶୁଳ୍କ ୫୦ ପଇସା ଛାଡ଼ କଲେ ସରକାର। ବିଡି, ସିନେମା ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ଛାତ୍ରବୃତ୍ତି ଆବେଦନ ଆହ୍ୱାନ କଲେ କେନ୍ଦ୍ର ସରକାର। ଜଣେ ଏକାଧିକ ବୃତ୍ତି ପାଇପାରିବେ। ପୁରୀରେ ଭବ୍ୟ ହେବ ମ‌ହୋଦଧୀ ଆରତୀ, ଆଧ୍ୟାତ୍ମିକ ହେବ ବେଳାଭୂମି, ବିକଶିତ ହେବ ଗୋବର୍ଦ୍ଧନ ପୀଠ। ଓଡ଼ିଶାର ୩ ସରକାରୀ ମେଡିକାଲ କଲେଜରେ ୫ଟି ବ୍ରଡ୍‌ ସ୍ପେସିଆଲିଟିରେ ୧୧ ପୋଷ୍ଟ-ଡିପ୍ଲୋମା ସିଟ୍‌କୁ ଅନୁମୋଦନ ମିଳିଛି। ପୁରୀ ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି, ସନ୍ଧ୍ୟା ୬ରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଓୟୁଏଟି ଅଧୀନରେ ରାଜ୍ୟରେ ଖୋଲିବ ଆଉ ୪ ନୂଆ କଲେଜ। ମୟୂରଭଞ୍ଜରେ କୃଷି କଲେଜ ପାଇଁ ୬୦ଟି ସିଟ୍ ରେ ନାମଲେଖା ଆରମ୍ଭ। ରାଜ୍ୟର ଡିଜିପି ଚୟନ ପାଇଁ ଛକାପଞ୍ଝା। ବୈଠକ ଆଜି, କିଏ ମୁଖିଆ ହେବେ ଚିତ୍ର ସ୍ପଷ୍ଟ ହେବ, ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି। କଟକ ରେଭେନ୍ସା ରେ ଜିତିଲା ରାଜନୀତି, ସଦର ବିଜେପି ବିଧାୟକଙ୍କ ଜିଦ ରହିଲା। ଚିଫ୍‌ ୱାର୍ଡେନ୍‌ଙ୍କ ସହ ବଦଳିଲେ ସବୁ ହଷ୍ଟେଲର ୱାର୍ଡେନ୍‌, ଡେପୁଟି ୱାର୍ଡେନ୍‌। ଗଞ୍ଜାମ ଜିଲ୍ଲାରେ ବର୍ଷକୁ ହଜାରେ କୋଟିର ବାଲି ଲୁଟ୍ ହେଉଛି, ଶୋଇଛନ୍ତି ଖଣି ଅଧିକାରୀ। ଚିକିଟିରୁ ଗ୍ରାନାଇଟ୍‌ ନେଇଗଲେ ଆନ୍ଧ୍ର ମାଫିଆ। ଗଜପତି ଜିଲ୍ଲା ମୋହନାର ଝିଅର ଯୁକ୍ତ ଦୁଇ ପଢ଼ିବା ସ୍ୱପ୍ନ ଅଧାରେ। ଟଙ୍କା ପାଇଁ ମୁମ୍ବାଇରେ ଦାଦନ ଖଟିଲା ବେଳେ ମୃତ୍ୟୁ। ବାଲେଶ୍ୱର ଖଣି ବିଭାଗ ସୋର ମହୁମୁହାଣରେ ଚଢ଼ାଉ କରି ୧୪ଟି ଡମ୍ପର, ୨ଟି ଡ୍ରିଲ୍‌ ଓ ୨ଟି ପୋକଲିନ୍‌ ମେସିନ ଜବତ କରିଛି। କଟକ ଜିଲ୍ଲା ବାଙ୍କୀ-ତ୍ରିଶୂଳିଆ ମୁଖ୍ୟରାସ୍ତାରେ ସଡ଼କ ଦୁର୍ଘଟଣା, ୪ ବର୍ଷର ଶିଶୁକନ୍ୟାର ମୃତ୍ୟୁ, ମା' ଓ ବାପା ଗୁରୁତର। ଭଦ୍ରକ ଜିଲ୍ଲାରେ ମେ’ ମାସରୁ ଘଟିଥିବା ୬ ଡକାୟତି ମାମଲାରେ ଝାଡ଼ଖଣ୍ଡରୁ ୬ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ। ସୁନ୍ଦରଗଡ ଲହୁଣିପଡ଼ା ନାବାଳିକା ଗଣଦୁଷ୍କର୍ମ ମାମଲା, ୩ଦୋଷୀଙ୍କୁ ଆଜୀବନ କାରାଦଣ୍ଡ। ଢେଙ୍କାନାଳ ହିନ୍ଦୋଳରେ ୧୨ ରାଉଣ୍ଡ ଗୁଳି କରି ଚାଲିଗଲେ ଦୁର୍ବୃତ୍ତ, ମୁମୂର୍ଷୁ ଅବସ୍ଥାରେ ଯୁବକ ଉଦ୍ଧାର। 🇳🇪 ଦିଲ୍ଲୀ ହାଇକୋର୍ଟ ପୂର୍ବ ବିଚାରପତି ଯଶବନ୍ତ ବର୍ମା ନିଜ ଘରୁ ମିଳିଥିବା ବିପୁଳ ଟଙ୍କା ସମ୍ପର୍କରେ ସ୍ପଷ୍ଟୀକରଣ ଦେବାରେ ବିଫଳ ହେଲେ। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u କର୍ଣ୍ଣାଟକରେ ତମାଖୁ ଓ ନିକୋଟିନ୍ ସାମଗ୍ରୀ ବିକ୍ରି ଓ ବିତରଣ ଉପରେ ବର୍ଷକ ପାଇଁ କଟକଣା। ଭାରତ ଉପରେ ଦାଦାଗିରି ଯୋଗୁଁ ଆମେରିକୀୟ କମ୍ପାନିଗୁଡ଼ିକୁ ବର୍ଜନ କରିବାକୁ ଆରଏସଏସ ସମର୍ଥିତ ସ୍ବଦେଶୀ ଜାଗରଣ ମଞ୍ଚ ଆହ୍ବାନ ଦେଇଛି। ବିଭିନ୍ନ ରାଜ୍ୟରେ ଅନଧିକୃତ ନିର୍ମାଣ ଓ ଆବାସିକ ଅଞ୍ଚଳରେ ବାଣିଜ୍ୟିକ କାର୍ଯ୍ୟକଳାପ ବିରୋଧରେ କଠୋର ହେଲେ ସୁପ୍ରିମ୍‌କୋର୍ଟ। ଆର୍କଟିକ୍‌ରେ ବଢୁଛି ଉତ୍ତେଜନା, ନାଟୋର ‘ଅନୁପ୍ରବେଶ’କୁ ନେଇ ପୁଟିନଙ୍କ ଚେତାବନୀ, ଜବାବ ଦେବ ରୁଷ୍‌। ପାକିସ୍ତାନ ସେନା ପକ୍ଷରୁ ସ୍ପଷ୍ଟୀକରଣ ‘ଇମ୍ରାନ ଖାନ ଜୀବିତ ଅଛନ୍ତି’ ମୃତ୍ୟୁ ଗୁଜବକୁ ଖଣ୍ଡନ। 🚴🏾‍♂️⚽🏏 ରାଜ୍ୟ ରାକିଙ୍ଗ୍‌ ଟେବୁଲ ଟେନିସ୍ ପ୍ରତିଯୋଗିତାରେ ବାଜି ମାରିଲେ ଜିଜ୍ଞାସୁ, ମୈନକ ଓ ନେହା। ଭୁବନେଶ୍ବର କଣ୍ଟିନେଣ୍ଟାଲ୍‌ ଟୁର୍‌ ସିଲଭର୍‌ ମିଟ୍‌ରେ ୧୮ ଇଭେଣ୍ଟ, କଳିଙ୍ଗ ଷ୍ଟାଡିୟମ୍‌ରେ ଆସନ୍ତା ୨୨ରେ ଖେଳାଯିବ। ରାଜ୍ୟଗୋଷ୍ଠୀ ପାରା ଅସିଚାଳନାରେ ଓଡ଼ିଆ ଝିଅ ମାଳତୀ ୨ ସ୍ବର୍ଣ୍ଣପଦକ ପାଇଲେ। ଚେସ ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ ଚଳିତ ସିଙ୍କଫିଲ୍ଡ କପ୍‌ ଚେସ୍‌ ପ୍ରତିଯୋଗିତାରେ ପ୍ରଥମ ବିଜୟ ପାଇଛନ୍ତି। *ଗତବର୍ଷ ଏଇ ସମୟରେ* ଓଡ଼ିଶାରେ ଦୁଇଟି ସେମିକଣ୍ଡକ୍ଟର ମାନ୍ୟୁଫାକ୍ଚରିଂ ୟୁନିଟ୍‌ ସ୍ଥାପନ ହେବବୋଲି କହିଥିଲେ ସରକାର। ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ପେନସନ୍ ପ୍ରସଙ୍ଗରେ ସମୟ ନେଇଥିଲେ ସରକାର। କଟକ ଗ୍ୟାଙ୍ଗଷ୍ଟାର ବ୍ରଦର୍ସ ସୁଶାନ୍ତ ଓ ସୁଶୀଲଙ୍କ ଅଢେ଼ଇ କୋଟି ଜବତ ମାମଲାରେ ଜାମିନ ମଞ୍ଜୁର ହୋଇଥିଲା। ଆଧାର କାର୍ଡ ନାଗରିକତ୍ବର ପ୍ରମାଣ ପତ୍ର ନୁହେଁ ବୋଲି କହିଥିଲେ ସୁପ୍ରିମକୋର୍ଟ। ================ ଆଜି ବିଶ୍ୱ ଅଙ୍ଗଦାନ ଦିବସ ଆଜି ବାମହାତିଆ ଦିବସ ଆଜି ଜନ୍ମଦିନ: ଶ୍ରୀଦେବୀ, ବୈଜୟନ୍ତୀ ମାଲା, ଅନିତା ରାଜ, ରେଣୁକା ଚୌଧୁରୀ (ନେତ୍ରୀ) ଆଜି ତିରୋଧାନ: ମହାରାଣୀ ଅହଲ୍ୟାବାଇ, ଭିକାଜୀ କାମା, ଫ୍ଲୋରେନ୍ସ ନାଇଟିଂଗେଲ ଇତିହାସରେ ଆଜି: (୧୯୫୬) ଲୋକସଭାରେ ଜାତୀୟ ରାଜପଥ ବିଲ ପାସ/ (୧୯୬୧) ବର୍ଲିନ ଦେଶ ଦୁଇଭାଗ, ରାତିଅଧିଆ ପାଚେରୀ ନିର୍ମାଣ/ (୨୦୦୮) ଟାଟା ଷ୍ଟିଲର ଭିଏତନାମ ବଜାରରେ ପ୍ରବେଶ ଖ୍ରୀଷ୍ଟପୂର୍ବ ୮ ରେ ପ୍ରଥମ ରୋମାନ ସମ୍ରାଟ ଅଗଷ୍ଟସ ସିଜରଙ୍କ ନାମରେ ଏହି ମାସଟି ଅଗଷ୍ଟ ନାମରେ ନାମିତ ================= *ବନ୍ଦେ ଉତ୍କଳ ଜନନୀ* 🪻🌻🪻

  • *ଖବର ଆଜିର, ୧୧ ଅଗଷ୍ଟ ମଙ୍ଗଳବାର* ================= ଭୁବନେଶ୍ୱର ରେଳ ଅଡିଟୋରିଅମରେ ୧୬ତମ ନିଯୁକ୍ତି ମେଳାରେ ୯ଟି ବିଭାଗର ୧୩୨୬ ଜଣଙ୍କୁ ନିଯୁକ୍ତିପତ୍ର ମିଳିଲା। ଚାଷୀ ରାଗିଲେ, ସରକାର ନରମିଲେ। ଏଗ୍ରିଷ୍ଟାକ୍‌ ବିନା ଧାନ ବିକିପାରିବେ, ବସିଲା ମନ୍ତ୍ରୀସ୍ତରୀୟ ବୈଠକ। ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ଦେଲା ୩ କୋଟି ଟଙ୍କା ଲାଭାଂଶ। ପ୍ରଶ୍ନପତ୍ର ପ୍ରଘଟ ଓ ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିଶାଳ ମଶାଲ ଶୋଭାଯାତ୍ରା ହୋଇଛି। ରାଜ୍ୟ ଔଷଧ ନିଗମର ପୁନର୍ଗଠନ ହେଲାନାହିଁ। ଗତବର୍ଷ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମାଝୀ। ଶିକ୍ଷାନୁଷ୍ଠାନ ନିକଟ ଦୋକାନରେ ମିଳିବନି ନିଶା ଦ୍ରବ୍ୟ, ସ୍ପେଶାଲ କ୍ରାଇମ ୟୁନିଟ୍‌ର ରେଡ୍ ଜାରି। ସାଂସଦ ପାଣ୍ଠି ଖର୍ଚ୍ଚ କରିବାରେ ଦେଶରେ ଓଡିଶା ସବୁଠାରୁ ପଛୁଆ ରାଜ୍ୟ। ଆମେରିକାର ବାର୍କଲେରେ ଅ-ତିଥିରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ହେଲା। ଚିଲିକା ଆଉ ରୋଜଗାର ଦେଉନି, ମତ୍ସ୍ୟଜୀବୀଙ୍କ ରୋଜଗାର କମିଲା। ଦାଦନ ଯିବା ପାଇଁ ଚିଲିକାରେ ବସ୍‌ ଲାଗିଲା। ଭୁବନେଶ୍ୱରରେ ଜିରୋ ପ୍ଲାଷ୍ଟିକ୍‌ ୱାର୍ଡକୁ ଅଧିକ ଅନୁଦାନ ମିଳିବ। ଗଞ୍ଜାମ ଖଲ୍ଲିକୋଟରେ ଶ୍ୟାମସୁନ୍ଦରପୁର ଓ ବାଘୁଆ ପାହାଡ଼ରେ ୧୦୦ କୋଟିର ମୋରମ ଲୁଟ୍‌। ପାହାଡ଼ ହେଲାଣି ପୋଖରୀ। ଖଣି, ରାଜସ୍ବ ଓ ବନ ବିଭାଗ ଦାୟୀ। କ୍ରିପ୍ଟୋ କରେନ୍ସି ମାୟା। ୫ କୋଟିରୁ ଊର୍ଦ୍ଧ୍ବ ଠକେଇ, ଥାନାର ଦ୍ବାରସ୍ଥ ହେଲେ ୭ ଜିଲ୍ଲାର ୩୦ ବିନିଯୋଗକାରୀ। ବର୍ଷାରେ ରାଉରକେଲାରେ ରାସ୍ତାଘାଟ ଓ ବସ୍ତିରେ ଆଣ୍ଠୁଏ ପାଣି, ୫୦ରୁ ଅଧିକ ଘର ଜଳବନ୍ଦି। ରେଳ ଷ୍ଟେସନ୍‌ ପାର୍କିଂରେ ୩/୪ ଫୁଟ୍‌ ପାଣି। ଯାଜପୁର ଥାନା ଶିବା ଛକରେ ଫାଙ୍କା ଗୁଳି ଚଳାଇ ଜୁଏଲାରୀ ମାଲିକଙ୍କଠାରୁ ୪ କେଜି ରୁପା ଓ ଅନ୍ୟ ଅଳଙ୍କାର ଲୁଟ୍‌। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u କେନ୍ଦୁପତ୍ର ଫଡି ମରାମତି ପାଇଁ ୧.୬୬ ଲକ୍ଷ ଲାଞ୍ଚ ମାମଲାରେ ବଲାଙ୍ଗିର ପାଟଣାଗଡ଼ ଡିଭିଜନର ଦୁଇ ପୂର୍ବତନ ବନାଧିକାରୀଙ୍କୁ ୩ ବର୍ଷ ଜେଲ୍‌। ରାଉରକେଲା ରେଳ ଷ୍ଟେସନରେ ଏକ କୋଟି ଟଙ୍କା ବ୍ୟୟରେ ଦୁଇ ମାସ ତଳେ ନିର୍ମାଣ ହୋଇଥିବା ନୂଆ ସେଡ୍‌ ଭୁଶୁଡ଼ି ପଡ଼ିଛି। ରେଳବାଇ ଇଂଜିନିୟରଙ୍କ କମାଲ। ମୟୁରଭଞ୍ଜ ରାଇରଙ୍ଗପୁରରେ ବାଘୁଆ ମହୁମାଛି ଆକ୍ରମଣରେ ମହିଳା ମୃତ, ୨ ଗୁରୁତର। ସୁବର୍ଣ୍ଣପୁର ପୁଲିସ ହାତରେ ‘ପୁଷ୍ପା’ ଓରଫ ପି. ରାମୁଲୁ। ଭୁବନେଶ୍ୱରରେ ‘ପୁଷ୍ପା ଗ୍ୟାଙ୍ଗ’ ଚଳାଉଥିଲା। ସୁନ୍ଦରଗଡ଼ ଜରାଇକେଲାରେ ଏଶ୍ୱର୍ଯ୍ୟା ବସ୍‌ରେ ହଠାତ୍‌ ଅଗ୍ନିକାଣ୍ଡ, ଡେଇଁପଡ଼ି ଜୀବନ ବଞ୍ଚାଇଲେ ଚାଳକ। ରାୟଗଡା ପାଖରେ କୋଇଲା ବୋଝେଇ ଟ୍ରକ୍ ଓଲଟି ଓଡ଼ିଶା-ଆନ୍ଧ୍ର ୬ଘଣ୍ଟା ରାସ୍ତା ଜାମ୍। 🇳🇪 ରାଜ୍ୟର କ୍ଷମତା ଉପରେ ପ୍ରହାର, ଖଣି ଉପରେ ଲଗାଇପାରିବେନି ମନଇଚ୍ଛା ଟିକସ। ରାଞ୍ଚିରେ ପରୀକ୍ଷା ଜାଲିଆତି ଅଭିଯୋଗରେ ବିଧାନସଭା ଘେରାଉ କଲେ ଛାତ୍ର। ଲାଠି, ପାଣି ତୋପ, ଲୁହବୁହା ଗ୍ୟାସ୍‌ ପ୍ରୟୋଗ। ମହାରାଷ୍ଟ୍ରର ଗଡଚିରୋଲି ସ୍କୁଲରେ ୬ ଆଦିବାସୀ ଛାତ୍ରୀଙ୍କୁ ସାପ କାମୁଡ଼ିଲା, ୩ ମୃତ। ୨୪ ଘଣ୍ଟାରେ ୧୬୧ କୁକୁର କାମୁଡ଼ା ମାମଲା। ମଧ୍ୟପ୍ରଦେଶରେ ଡ୍ରେନ୍‌ରେ ଭାସିଗଲା ଭ୍ୟାନ୍‌, ଗୋଟିଏ ପରିବାରର ୯ ମୃତ। ଆସାମ-ଅରୁଣାଚଳ ସୀମା ବିବାଦ ତେଜିଲା, ଗୁଳିମାଡ଼ରେ ୧୮ ଆହତ। ୟୁପିଆଇ ଟିକସ ବିଲ୍‌ ସଂସଦରେ ଗୃହୀତ, ୟୁପିଆଇରେ ଲାଗିବନି ଟିକସ। ହସିନାଙ୍କୁ ଶୀଘ୍ର ପ୍ରତ୍ୟର୍ପଣ କରିବାକୁ କହିଲା ବାଂଲାଦେଶ। କଲମ୍ବିଆରେ ୭.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ। 🚴🏾‍♂️⚽🏏 ରାଜ୍ୟ ଅନ୍ତଃସ୍କୁଲ ଟେବୁଲ ଟେନିସ୍‌: ଶ୍ବେତା, ଆୟୁଷ୍ମାନ, ଉର୍ଜା, ସୋମନାଥ ବିଜେତା ଓଡ଼ିଶା ରାଇଫଲ ସଂଘ ଆନୁକୂଲ୍ୟରେ ଫାୟାର ଆର୍ମ ଟ୍ରେନିଂ ଶିବିରରେ ୨୬ ଉତ୍ତୀର୍ଣ୍ଣ ହେଲେ। ବିଶ୍ବ ୨୦ବର୍ଷରୁ କମ୍‌ ଦୌଡ଼କୁଦ ଉଦ୍‌ଯାପିତ, ୩ ପଦକ ସହ ୨୭ତମ ସ୍ଥାନରେ ଭାରତ। ପେରୁ ପାରା ବ୍ୟାଡ୍‌ମିଣ୍ଟନ୍‌ ରେ ଦୀପରଞ୍ଜନ ସ୍ବର୍ଣ୍ଣ ଜିତିଲେ। ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଅସିଚାଳନାରେ ପ୍ରଥମ ଦିନରେ ଭାରତକୁ ୧୭ ପଦକ। *ଗତବର୍ଷ ଏଇ ସମୟରେ* ସିବିଏସଇ ର ନୂଆ ନିୟମ ଘୋଷଣା ହୋଇଥିଲା। ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ। ପୁରୀ ଶ୍ରୀମନ୍ଦିରରୁ ୧୨ ନକଲି ଗୁମାସ୍ତା ଗିରଫ ହୋଇଥିଲେ। ================= ଆଜି ଜନ୍ମଦିନ: ସୁନୀଲ ଶେଟି, ଜାକଲିନ ଫର୍ଣ୍ଣାଣ୍ଡେଜ, କାହ୍ନୁ ଚରଣ ମହାନ୍ତି (ଲେଖକ, କଟକ) ଆଜି ତିରୋଧାନ: ସଂଗ୍ରାମୀ ଖୁଦିରାମ ବୋଷ ଇତିହାସରେ ଆଜି: (୧୯୦୮) ଖୁଦିରାମ ବୋଷଙ୍କୁ ଫାଶୀ ଦେଲେ ବ୍ରିଟିଶ/ (୧୯୬୧) ଦାଦ୍ରା ଓ ନଗର ହାଭେଲି ଭାରତର ଅଙ୍ଗ ହେଲା/ (୨୦୦୮) ଅଭିନବ ବିନ୍ଦ୍ରାଙ୍କୁ ଅଲିମ୍ପିକରେ ସ୍ୱର୍ଣ୍ଣ ମିଳିଥିଲା। ================= *ବନ୍ଦେ ଉତ୍କଳ ଜନନୀ* 🪻🌻🪻

  • *ଖବର ଆଜିର, ୧୦ ଅଗଷ୍ଟ ସୋମବାର* ================ ଆଜି ପ୍ରବଳ ବର୍ଷା ହେବ।ୟେଲୋ ଓ୍ବାର୍ଣ୍ଣିଂ ଜାରି ହେଲା: ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ମୟୁରଭଞ୍ଜ। ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ଦୁଇ ବିଚାରପତିଙ୍କୁ ଅନ୍ୟ ରାଜ୍ୟକୁ ବଦଳି କରିବା ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣରେ କୌଣସି ଜଟିଳତା ନାହିଁ, ବିରୋଧୀ ମିଛ କହୁଛନ୍ତି, କହିଲେ ମନ୍ତ୍ରୀ କୃଷ୍ଣ ପାତ୍ର। କୋରାପୁଟ ବ୍ଲକ୍ ଡଙ୍ଗରି ଗ୍ରାମରେ ସ୍ୱାମୀ ସ୍ତ୍ରୀ ଡିପ୍ଲୋମା ପାସ୍, ଅଭାବ ଯୋଗୁଁ ବନ୍ଧା ପଡ଼ିଛି ସାର୍ଟିଫିକେଟ୍। ଖଟୁଛନ୍ତି ଦିନ ମଜୁରୀ। ସୁନ୍ଦରଗଡ ଯୁଗୀଯୁଗେନ ବନ୍ଧ ନିର୍ମାଣ ବିରୋଧୀ ଆନ୍ଦୋଳନ ତେଜିଲା, ସଂଗ୍ରାମ ସମିତିର ଅନଶନ, ରାସ୍ତାରୋକ ରାୟଗଡା ଗୁଣୁପୁରରେ ସାର କଳାବଜାରୀ ରୋକିବାକୁ ଧରପଗଡ଼, ହୋଲସେଲରଙ୍କ ମହଜୁଦ ଓ ବିକ୍ରୟ ରେକର୍ଡ ଯାଞ୍ଚ। ବାଲେଶ୍ୱରରୁ ବ୍ରାଉନ ସୁଗାର ଆସୁଥିଲା ତାଳଚେର। ବିଳମ୍ବିତ ରାତିରେ ଖବର ପାଇ ଚାରିଜଣଙ୍କୁ ଧରିଲା ପୁଲିସ। ବରଗଡ଼ ଜିଲ୍ଲା ସୋହେଲାରେ ଟ୍ରକ୍‌ ଧକ୍କାରେ ବାପାପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ରୋଶନ ଅଗ୍ରୱାଲ (୪୫) ଓ ତରୁଣ ଅଗ୍ରୱାଲ (୧୨)। ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳାରେ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘରୁ ମିଳିଲା ମୃତଦେହ। ଭୁବନେଶ୍ୱରରେ ନିଜକୁ OPTCL ଅଧିକାରୀ କହି ୧୫ରୁ ଅଧିକଙ୍କୁ ଚାକିରୀ ଠକେଇ। ସ୍ୱାମୀ ଗିରଫ, ପତ୍ନୀ ଫେରାର। ବାଲେଶ୍ବର ଜିଲ୍ଲା ଖଇରାରେ ଜୁଏଲାରୀ ମାଲିକଙ୍କ କାର ଉପରକୁ ୪ ରାଉଣ୍ଡ ଗୁଳିମାଡ଼, ଲୁଟ୍ ଉଦ୍ୟମ ବିଫଳ। ଆନ୍ଧ୍ର ସୀମାନ୍ତ ଗଜପତି ଜିଲ୍ଲା ଗୋଠଳ ପଦର ଗ୍ରାମ ନିକଟରେ ଚାରିଟିକିଆ ହାତୀପଲ, ଗ୍ରାମବାସୀ ଭୟଭୀତ। ସୁବର୍ଣ୍ଣପୁର କଦଳିଗଡ଼ ପଟରୁ କଣ୍ଟେନରରେନ ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ସ୍ପେସାଲ୍ ପୋଲିସ୍। ବାଲେଶ୍ବର ଶିଳ୍ପାଞ୍ଚଳ ଥାନାରୁ ବାଇକ୍ ବିକ୍ରି ଘଟଣାରେ ସବୁ ସତ ମାନିଲା କବାଡ଼ିଆ, ଧରା ପଡ଼ିଗଲା IICଙ୍କ ମିଛ। ଓଡ଼ିଶାମୁହାଁ ଆନ୍ଧ୍ର ହାତୀପଲ, ଗୁଣପୁର ଅଞ୍ଚଳରେ ବୁଲୁଛନ୍ତି, ଚାଷୀ ଓ ଗ୍ରାମବାସୀ ଭୟଭୀତ.। 🇳🇪 ପଶ୍ଚିମବଙ୍ଗରେ ଲୋକଙ୍କଠାରୁ ଟଙ୍କା ଆଦାୟ, ଧମକ ଓ ବେଆଇନ କାରବାର ପାଇଁ ୩୨୫ ଜଣ ନିଜ କର୍ମୀଙ୍କ ବିରୋଧରେ ବିଜେପି ପଦକ୍ଷେପ ନେଲା। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ମମତା ବାନାର୍ଜୀଙ୍କ ଗାଡ଼ି ଉପରକୁ ଆକ୍ରମଣ, କାଦୁଅ-ଜୋତା ଫିଙ୍ଗିଲେ ପ୍ରଦର୍ଶନକାରୀ। ଜମ୍ମୁ କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦଳ ଗାଡ଼ି ଧକ୍କାରେ ଜଣେ ବିହାରୀ ବ୍ୟକ୍ତିଙ୍କ ମୃତ୍ୟୁ। ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ବିରୋଧ କଲେ ହାଇଦ୍ରାବାଦ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ। ଦିଲ୍ଲୀ ସରକାରଙ୍କ ବିରୋଧରେ ୨୨ ହଜାର କୋଟି ଟଙ୍କାର ସବସିଡି ଚାଉଳ ଦୁର୍ନୀତି ଅଭିଯୋଗ ଆଣିଲା ଆମ ଆଦମୀ ପାର୍ଟି। ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା ବଢ଼ିଲା। ଜଣେ ଚୋରା ଚାଲାଣକାରୀକୁ ଗୁଳିକରି ମାରିଲେ ବିଏସଏଫ୍। କାନାଡ଼ାରେ ହିମାଂଶୀ ଖୁରାନାଙ୍କ ହତ୍ୟା ମାମଲାରେ ପୁରୁଷ ବନ୍ଧୁ ଅବଦୁଲ ଗଫୁରି ଗିରଫ। ଏବେ ଚାକିରି ହରାଇବା ମାତ୍ରେ ଆମେରିକା ଛାଡିବାକୁ ପଡିବ। ଭାରତୀୟଙ୍କୁ ହେବ ଝଟକା। ନେତାନ୍ୟାହୁ କହିଲେ, ସେ ପ୍ରଧାନମନ୍ତ୍ରୀ ଥିବା ପର୍ଯ୍ୟନ୍ତ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ସମ୍ଭବ ନୁହେଁ। ⚽🚴🏾‍♂️🏏 ୱାଙ୍ଖଡ଼େ ଷ୍ଟାଡିୟମରେ ଦିଲୀପ ସରଦେଶାଇ ଗେଟ୍‌ ଉଦ୍‌ଘାଟିତ। ବିଶ୍ବ ୨୦ ବର୍ଷରୁ କମ୍‌ ଦୌଡ଼କୁଦରେ ବସନ୍ତଙ୍କୁ ଐତିହାସିକ ହାଇଜମ୍ପ୍‌ ରୌପ୍ୟ, ଲଙ୍ଗ୍‌ଜମ୍ପ୍‌ରେ ଶାହନୱାଜଙ୍କୁ କାଂସ୍ୟ। କୋରିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ମହିଳା ଫାଇନାଲ୍‌ରେ ଅସ୍ମିତା ବିଜେତା ହେଲେ। ଜାତୀୟ ବାଳକ ହକି ପ୍ରତିଯୋଗିତାରେ ଓଡ଼ିଶା ବିଜେତା ଟ୍ରଫି ହାସଲ କରିଛି। ଜାତୀୟ ଉପକନିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାକୁ ଦୁଇ ଦିନରେ ଦୁଇ ସ୍ବର୍ଣ୍ଣ ପଦକ ମିଳିଛି। ମାଙ୍ଗାଲୋରଠାରେ ଅନୁଷ୍ଠିତ ୧୧ବର୍ଷରୁ କମ୍ ଓପନ୍ ଚେସରେ ଓଡ଼ିଶାର ସାତ୍ତ୍ୱିକ ସ୍ୱାଇଁ ରୌପ୍ୟ ପଦକ ଜିତିଲେ। ରାଜ୍ୟସ୍ତରୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ୬୦୨ କ୍ରୀଡ଼ାବିତ୍‌ଙ୍କ ଅଂଶଗ୍ରହଣ। କଟକ ଚାମ୍ପିଅନ ଓ ଯାଜପୁର ରନର୍ସଅପ୍। *ଗତବର୍ଷ ଏଇ ସମୟରେ* ଅଗଷ୍ଟ ୨୫ ସୁଦ୍ଧା ଶକ୍ତିଶ୍ରୀ ସଶକ୍ତୀକରଣ ସେଲ୍ ଖୋଲାଯିବାର ଥିଲା। ଜୟପୁରରୁ ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ ବୋଲି କହିଥିଲେ ସରକାର। ================ ଆଜି ଅନ୍ତର୍ଜାତୀୟ ସିଂହ ଦିବସ ବିଶ୍ୱ ବାୟୋ ଫୁଏଲ ଦିବସ ଇକୁଏଡର ଦେଶର ସ୍ୱାଧୀନତା ଦିବସ ଆଜି ଜନ୍ମଦିନ: ଭି.ଭି ଗିରି (ଚତୁର୍ଥ ରାଷ୍ଟ୍ରପତି), ଫୁଲନ ଦେବୀ, ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଇତିହାସରେ ଆଜି: (୧୯୭୯) ଭାରତ ଦ୍ୱାରା ଏସଏଲଭି ସାଟେଲାଇଟ ୩ ଲଞ୍ଚ ହେଲା/ (୨୦୧୦) ଭାରତ ଦ୍ୱାରା ଉପଗ୍ରହ ସ୍ଥାପନା ସିଷ୍ଟମ 'ଗଗନ' ର ସଫଳ ପରୀକ୍ଷା ହେଲା ================ *ବନ୍ଦେ ଉତ୍କଳ ଜନନୀ* 🪻🌻🪻

  • *ଖବର ଆଜିର, ୯ ଅଗଷ୍ଟ ରବିବାର* ================== ଆସନ୍ତା ୧୪ ତାରିଖରେ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ହେବ। ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଭାରତ କିମ୍ବା ଓଡ଼ିଶାରେ ହେବ ନାହିଁ ଦୃଶ୍ୟମାନ। ଘରେ ଘରେ ତ୍ରିରଙ୍ଗା’ ପାଇଁ ୧୭ ତାରିଖ ପର୍ଯ୍ୟନ୍ତ ବିଶେଷ ଅଭିଯାନ, ପ୍ରତି ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା ଦିଆଗଲା। ରାଜ୍ୟର ପ୍ରତି ବ୍ଲକ୍ ରେ ଖୋଲିବ ଗୋଶାଳା, ରାସ୍ତାରୁ ପଶୁଙ୍କୁ ଉଠେଇ ନେବେ ପରିବହନ ବିଭାଗ। ରାଜ୍ୟରେ ଦୂର ହେବ ଏକକ ଶିକ୍ଷକ ସ୍କୁଲ ସମସ୍ୟା, ଖୁବଶୀଘ୍ର ପୂରଣ ହେବ ଖାଲିଥିବା ପଦବୀ, କହିଲେ ସରକାର। ଏମଏସଏମଇ ଟେକ୍ନୋଲୋଜି ସେଣ୍ଟର୍‌ କୁ ରାଉରକେଲାରେ ୧୨ ଏକର ଜମି ଯୋଗାଇଲା ରାଜସ୍ବ ବିଭାଗ। କଳାହାଣ୍ଡି କର୍ଲାମୁଣ୍ଡାର ଦାଦନଙ୍କ ମୃତଦେହ ତାମିଲନାଡୁରୁ ଓଡ଼ିଶା ଆସିପାରିଲାନି। ସେଇଠି ଦାହ ହେଲା। ବଲାଙ୍ଗୀର ଜିଲ୍ଲାରେ ହରିଶଙ୍କର ତୀର୍ଥ କ୍ଷେତ୍ରକୁ ଯୋଗାଯୋଗ କରୁଥିବା ଶୁଖାଯୋର ପୋଲ ଉପରେ ୩ ଫୁଟ୍ ପାଣି ବୋହୁଛି। ତିନି ଦିନର ଲଗାଣ ବର୍ଷାରେ ପୁଣି ସାଳନ୍ଦୀ ଓ ବୈତରଣୀ ନଦୀ ଜଳସ୍ତର ବଢିଲା। ଭଦ୍ରକରେ ଭାଙ୍ଗିଗଲା ନାଳିଆ ନଦୀର ୫୦ ଫୁଟ ବନ୍ଧ। କନ୍ଧମାଳ ରାଇକିଆ ଢେପାଗୁଡ଼ାରେ ପୁଣି ବିରାଟ ଗାତ। ୧୧ ବର୍ଷ ତଳେ ବି ଏମିତି ଘଟିଥିଲା। ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ କଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ। କେନ୍ଦୁଝର ପାଟଣା ଅଂଚଳରେ ପନ୍ଦର ଦିନ ହେବ ୨୬ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି। ଯାଜପୁର ବଡଚଣାରେ ମହାବଳ ବାଘ ଆତଙ୍କଜ଼ ଫଟୋ ଭାଇରାଲ, ଗ୍ରାମବାସୀ ଭୟଭୀତ। ବରଗଡ଼ ଜିଲ୍ଲା ବାର ଆସୋସିଏସନ ସଭାପତିଙ୍କୁ ଆକ୍ରମଣ ଘଟଣାରେ ରାଜ୍ୟ ଆଇନଜୀବୀ ପରିଷଦର ନିନ୍ଦା। ପୁରୀ ଶ୍ବେତଗଙ୍ଗାରେ ସାଙ୍ଗମାନଙ୍କ ସହ ସ୍ନାନ କରୁଥିଲେ ଯୁବକ, ଚାଲିଗଲା ଜୀବନ। ଜଗତସିଂହପୁର ରାହାମାରେ ଚାଲିଥିଲା ଦେହ ବ୍ୟବସାୟ, ଧରାପଡ଼ିଲେ ୪ ମହିଳା ଓ ଜଣେ ଯୁବକ। ରାଉରକେଲା ଉଦିତ ନଗରରେ ନାଳ ପାଖରୁ ନବଜାତ ଶିଶୁପୁତ୍ର ଉଦ୍ଧାର, ବ୍ୟାଗରେ ପୁରାଇ ଫିଙ୍ଗି ଦେଇଥିଲେ। ନୂଆପଡ଼ା ଜିଲ୍ଲା ଧରମବନ୍ଧାରେ ହସ୍ପିଟାଲ୍ କ୍ବାର୍ଟରରୁ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ପଚରାଉଚରା। ବରଗଡ଼ ସୋହେଲାରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ୍‌ ଚାପାରେ ବାପାପୁଅ ମୃତ। ସୁନ୍ଦରଗଡ଼ ଲହୁଣିପଡ଼ାରେ ଜମି ବିବାଦକୁ ନେଇ ଜଣେ ଯୁବକଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ। ବଲାଙ୍ଗୀରରେ କ୍ଷୀର ବୋଝେଇ ବାଇକରେ ଗଞ୍ଜେଇ ଚାଲାଣ, ଦୁଇ ବାଇକ ଜବତ, ୩ ଗିରଫ। ବ୍ରହ୍ମଗିରି ଥାନା ସାତପଡା ଅଞ୍ଚଳରେ ଚିଲିକାରେ ଭାସୁଛି ମତ୍ସ୍ୟଜୀବୀଙ୍କ ଶବ। *ଏସବିଆଇରେ ୧,୫୩୮ଟି କ୍ଲର୍କ ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ। ଆବେଦନ ଶେଷ ତାରିଖ ୨୭ ଅଗଷ୍ଟ* 🇳🇪 ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାରେ ହାଜତରେ ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ପୋଲିସ ମାରିଦେଲା। ଇଣ୍ଡିଆନ୍‌ ଅଏଲ୍‌ ଗ୍ୟାସ୍‌ ବୁକିଙ୍ଗ କଲେ ୩ ଘଣ୍ଟାରେ ହୋମ୍‌ ଡେଲିଭରି ହେବ ବୋଲି କହିଲା କମ୍ପାନୀ। ଭାରତୀୟ ବାୟୁସେନା ଅଧିକାରୀ ଗିରଫ, ହନି ଟ୍ରାପ୍‌ର ଶିକାର। ପାକିସ୍ତାନୀଙ୍କୁ ଗୁପ୍ତ ତଥ୍ୟ ଦେଇଥିବା ଅଭିଯୋଗ। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସି ବିଜୟ ଯୋଶେଫଙ୍କୁ ଧକ୍କା। ୫୭ ସାଂସଦରୁ ବୈଠକରେ ମାତ୍ର ୨୦ ସାଂସଦ ଯୋଗଦେଲେ। ନାବାଳକଙ୍କ ନିମନ୍ତେ ସୋସିଆଲ ମିଡିଆ ବ୍ୟବହାର ନିୟମ କଡ଼ାକଡ଼ି ପାଇଁ ଆଗତ ହେଲା ‘ଶିଲ୍ଡ ବିଲ୍’। ଖଲିସ୍ତାନୀ ସମର୍ଥକମାନେ ଅଗଷ୍ଟ ୧୫ ତାରିଖରେ ଭାରତରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି। କାନାଡାରେ ଭିସା କଡାକଡି। ୬ ମାସରେ ୩,୩୨୩ ଭାରତୀୟଙ୍କୁ ମନା। ୟୁକ୍ରେନ କିଭରେ ରୁଷର ଭୟଙ୍କର ଆକ୍ରମଣ, ୩ବର୍ଷର ଶିଶୁ ସମେତ ୪ ମୃତ। 🚴🏾‍♂️⚽🏏 ଶ୍ରୀଲଙ୍କା ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୮ ୱିକେଟ୍‌ ହରାଇ ୩୬୩ ରନ୍‌ କଲା। ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ ଗ୍ରାଣ୍ଡ ଚେସ୍‌ ଟୁର୍‌ ସେଣ୍ଟ୍‌ଲୁଇସ୍‌ ରାପିଡ୍‌ ଓ ବ୍ଲିଜ୍‌ ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି। ବର୍ଡର-ଗାଭାସ୍କର ଟ୍ରଫି ପାଇଁ ସୂଚୀ ଘୋଷଣା, ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଟେଷ୍ଟ ଖେଳିବ ଟିମ୍ ଇଣ୍ଡିଆ। ଅଶୋକ ମହାନ୍ତିଙ୍କ ଦ୍ୱାରା ଲିଖିତ ପୁସ୍ତକ ‘କ୍ରୀଡ଼ା ଓ କ୍ରୀଡ଼ାବିତ୍‍’ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ। *ଗତବର୍ଷ ଏଇ ସମୟରେ* ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମେଡିକାଲ କଲେଜ ହେବ ବୋଲି କହିଥିଲେ ସରକାର। ରାଜ୍ୟର ୧୨ଶହ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନଥିଲେ। ହିମାଚଳ ମଣ୍ଡି ରେ ବାଦଲଫଟା ବର୍ଷା ଯୋଗୁଁ ବୁଡ଼ିଯାଇଥିଲା ଗ୍ରାମାଞ୍ଚଳ ଓ ରାଜପଥ। ================ ଆଜି ନାଗାସାକୀ ଦିବସ ଅନ୍ତର୍ଜାତୀୟ ବିଶ୍ୱ ମୂଳ ଅଧିବାସୀ ଦିବସ ଆଜି ଜନ୍ମଦିନ: ମହେଶ ବାବୁ, ହଂସୀକା ମୋଟୱାନି, ସରଳା ଦେବୀ (ପ୍ରଥମ ମହିଳା ବିଧାୟିକା, ବାଚସ୍ପତି), ଗଙ୍ଗାଧର ମେହେର ଇତିହାସରେ ଆଜି: (୧୯୪୫) ନାଗାସାକୀରେ ପଡିଲା ପରମାଣୁ ବୋମା/ (୧୯୭୨) ମୋହନଦାସ ଗାନ୍ଧୀଙ୍କ ଦ୍ୱାରା 'ଭାରତ ଛାଡ଼' ଆନ୍ଦୋଳନ ================ *ବନ୍ଦେ ଉତ୍କଳ ଜନନୀ* 🪻🌻🪻

  • *ଖବର ଆଜିର, ୮ ଅଗଷ୍ଟ ଶନିବାର* ================ ଦିଲ୍ଲୀରେ ଓଡ଼ିଶା ଫୁଡ୍‌ ପ୍ରୋ ରେ ମୁଖ୍ୟମନ୍ତ୍ରୀ ମାଝୀ ୪୩,୪୩୭ କୋଟି ନିବେଶ ପ୍ରସ୍ତାବ ପାଇଲେ। ୨୭ ଏମ୍‌ଓୟୁ, ୧୨ ଆଇଆଇଏଫ୍‌, ୪୩,୩୧୬ ନିଯୁକ୍ତି ସୃଷ୍ଟି ଆଶା। ବିପଦରେ ବ୍ରାହ୍ମଣୀ ନଦୀ, ୭୧୨ କୋଟିର ବ୍ୟାରେଜ୍‌ ପ୍ରକଳ୍ପ ଅନିଶ୍ଚିତ, ପ୍ରତି ମିନିଟ୍‌‌ରେ ଶିଳ୍ପ ଶୋଷୁଛି ୨ ଲକ୍ଷ ଲିଟର ପାଣି। ପିଜି ନାମଲେଖା ତାଲିକାରେ ୨୧ ହଜାର ଛାତ୍ରଛାତ୍ରୀ। ୧୧ ତାରିଖ ଯାଏଁ ନାମଲେଖା, ୨୧ ତାରିଖରୁ ପାଠପଢ଼ା ଆରମ୍ଭ। ସୁଭଦ୍ରା ମାଗଣା ଟଙ୍କା: ୨୫ ଜୁଲାଇ ସୁଦ୍ଧା ତାଲିକାରେ ନାଁ ଥିଲେ ମିଳିବ ସୁଭଦ୍ରା ଟଙ୍କା। ଖରିଫ୍‌ ଫସଲ ପାଇଁ ଚାଷୀଙ୍କୁ ସାର ଯୋଗାଣ ଓ ସୁଷମ ବଣ୍ଟନ ସୁନିଶ୍ଚିତ କରିବେ ଜିଲ୍ଲାପାଳ। ବନ୍ୟାରେ ୨୩ ଜିଲ୍ଲାରେ ଏବେ ସୁଦ୍ଧା ୩୫୬୭ କ୍ଷତିଗ୍ରସ୍ତ ଘର ଚିହ୍ନଟ।୩୭ ହଜାର ହେକ୍ଟର ଫସଲ ପ୍ରଭାବିତ। ଚାଷୀ ପଞ୍ଜୀକରଣ ପାଇଁ ଜଟିଳ ଇଂରାଜୀରେ ଲେଖା ନିର୍ଦ୍ଦେଶ ପଢିବାକୁ ପଡିବ। ପଞ୍ଜୀକରଣ ହୋଇପାରୁନି। ଚାଷୀ ପଞ୍ଜୀକରଣ ପାଇଁ ବାଧ୍ୟତାମୂଳ ହୋଇଛି ଏଗ୍ରିଷ୍ଟାକ୍ ଫାର୍ମର ଆଇଡି। ପଟ୍ଟା ମାଲିକାନା ସଂଶୋଧିତ ହୋଇ ନଥିବାରୁ ଆଇଡି ହୋଇପାରୁ ନାହିଁ। ଅକ୍ଷୟ ଶକ୍ତି ପାଇଁ ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର। ସୌର, ପବନଓ ଗ୍ରିନ୍ ହାଇଡ୍ରୋଜେନ୍‌ରେ ସହଯୋଗ ହେବ। ରାଜ୍ୟରେ ସରକାରୀ ମେଡ଼ିକାଲ କଲେଜରେ ମାଗଣାରେ ହେବ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର। ପୁରୀ ସ୍ବର୍ଗଦ୍ବାରରେ କାଠ ସଙ୍କଟ, ୫ ବର୍ଷରେ ବଢ଼ିଛି ତିନିଗୁଣା ଶବ, ବିକଳ୍ପ ଦାହ ବ୍ୟବସ୍ଥା ନାଲିଫିତା ତଳେ। କେନ୍ଦ୍ରାପଡା ମହାକାଳପଡ଼ା ରେଞ୍ଜରେ ଗଛଲଗା, ଫିସ୍‌ବୋନ୍‌ ଚ୍ୟାନେଲ୍‌ ଖୋଳା ନାଁରେ ଅଢେ଼ଇ କୋଟି ଖାଇଗଲେ ବୋଲି ଅଭିଯୋଗ। ବନ୍ଦ ହେଉଥିବା ବରଗଡ଼ ସିମେଣ୍ଟ କାରଖାନାର ଶ୍ରମିକ ମାନଙ୍କ ପାଇଁ ୨୬.୮୧ କୋଟି ଟଙ୍କାର ଲାଭ ନିଶ୍ଚିତ କଲେ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ। ଭୁବନେଶ୍ବର ଉପକଣ୍ଠ କୁଆଖାଇ ନଦୀରେ ବିଗତ ୪ ବର୍ଷରେ ୧୦ରୁ ଅଧିକ ଜଣଙ୍କ ମୃତ୍ୟୁ। ସୁରକ୍ଷା ପାଇଁ ପ୍ରଶାସନର ଯୋଜନା ନାହିଁ। କେନ୍ଦୁଝର ବଡ଼ବିଲ ICICI ବ୍ୟାଙ୍କରେ ଜାଲିଆତି କରି ୪୨ ଲକ୍ଷ ଟଙ୍କା ହଡ଼ପ, ବନ୍ଧା ହେଲେ ବାପ ପୁଅ। ଗଜପତି ରାୟଗଡ଼ରେ ଶୋଇଥିଲା ବେଳେ ସାପ କାମୁଡ଼ାରେ ମାଆ ଓ ପୁଅ ମୃତ। ମୟୂରଭଂଜ ଜିଲ୍ଲା ବୈଶିଙ୍ଗାରେ ଏକାଧିକ ସ୍ଥାନରେ ଚୋରି ଉଦ୍ୟମ, ଜଣେ ସନ୍ଦିଗ୍ଧ ଅଟକ। ଦୁଇଟି ଦନ୍ତା ହାତୀଙ୍କ ଉପଦ୍ରବରେ କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଅଞ୍ଚଳରେ ଲୋକେ ରାତିସାରା ଭୟଭୀତ। ମାଲକାନଗିରିରେ ବେକାରି ଯୁବକମାନଙ୍କ ପାଇଁ ନକଲି ନିଯୁକ୍ତି ବିଜ୍ଞାପନ ଦେଇ ଯୁବକ ଗିରଫ। 🇳🇪 ବୋଫର୍ସ ଘୋଟାଲାରେ ପୂର୍ଣ୍ଣଛେଦ। ହିନ୍ଦୁଜା ଭ୍ରାତାମାନେ ଦୋଷମୁକ୍ତ ହେଲେ। ରାୟ ବିରୋଧରେ ଆବେଦନ ଖାରଜ। ଚୋରଙ୍କୁ ମିଳିଲା ସୁରକ୍ଷା। ରାମମନ୍ଦିରର ୩,୩୦୦ କୋଟିର ଅଡିଟ୍ ରିପୋର୍ଟରେ ଦାନର ସମସ୍ତ ଅର୍ଥ ସୁରକ୍ଷିତ ଅଛି। ଜୀବନ ହାରୁଛନ୍ତି ସିଆର୍‌ପିଏଫ୍‌ ଯବାନ, ୨୦୨୫ ରେ ୫୯ ଜଣ ଯବାନଙ୍କ ଆତ୍ମହତ୍ୟା। ଲଗାଣ ବର୍ଷାରେ ବେହାଲ୍ ଦିଲ୍ଲୀ-NCR। ରାସ୍ତାରେ ସମୁଦ୍ର ପରିସ୍ଥିତି। ପଂଜାବରେ ବାପାଙ୍କ ଅନ୍ତିମ ସଂସ୍କାର ଭିଡିଓ କଲ୍ ରେ ଦେଖିଲେ ୩ ଝିଅ, କେହି ଆସିଲେ ନାହିଁ, ୫,୧୦୦ ଟଙ୍କା ଦେଇଥିଲେ। ମାନବାଧିକାର କମିଶନ ଜରିଆରେ ନୋଟିସ ଦେଇ ଫେସବୁକ୍ ଓ ଇନ୍‌ଷ୍ଟାଗ୍ରାମକୁ ଡରେଇଲେ ଭାରତ ସରକାର। ଥାଇଲାଣ୍ଡ ସ୍କୁଲରେ ୧୪ ବର୍ଷୀୟ ଛାତ୍ରର ଗୁଳିମାଡ଼, ୮ ମୃତ। ଆମେରିକା ଚାପରେ ଭାରତ ଏବେ ଆମେରିକାରୁ ସବୁଠୁ ଅଧିକ ୬୭ ପ୍ରତିଶତ ଏଲ୍‌ପିଜି ଆମଦାନି କରୁଛି। କାଲିଫର୍ନିଆରେ ପଞ୍ଜାବ ଯୁବକଙ୍କୁ ଗୁଳିମାଡ଼, ମୃତଦେହ ଫେରାଇବାକୁ ପରିବାରର ନିବେଦନ। 🚴🏾‍♂️⚽🏏 ମୟୁରଭଞ୍ଜ ରାଇରଙ୍ଗପୁରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଶ୍ରୀଲଙ୍କା ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୮ ୱିକେଟ୍‌ ହରାଇ ୩୬୩ ରନ୍‌ କରିଛି। କନିଷ୍ଠ ଏସିଆ କପ୍‌ ଲାଗି ଭାରତୀୟ ଦଳ ଘୋଷିତ, ଅଧିନାୟକ ଅନମୋଲଙ୍କ ସହ ଓଡ଼ିଶାରୁ ୭ ଜଣ ଖେଳିବେ। ଏଫଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ ଘୋଷିତ ତାଲିକାରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ଅମ୍ପାୟାର କିମ୍ବା ଅଧିକାରୀଙ୍କ ନାଁ ନାହିଁ। ଯାହା ଭାରତ ପାଇଁ ଅସମ୍ମାନ। *ଗତବର୍ଷ ଏଇ ସମୟରେ* ସରକାର ୨୨,୮୯୬ ଗ୍ରୁପ ସି ପଦବୀରେ ନିଯୁକ୍ତି ଦେବେ ବୋଲି କହିଥିଲେ। ହାଇକୋର୍ଟରେ ରାଜ୍ୟ ସରକାର ସତ୍ୟପାଠ କରିଥିଲେ ଯେ, ରାଜ୍ୟରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ଅଛି। ଭୁବନେଶ୍ୱର ସୈନିକ ସ୍କୁଲ ନିକଟ ଅଳିଆ ଗଦା ପାଖରେ ମାଗଣା ଆହାର କେନ୍ଦ୍ର ଓ ଜଳଖିଆ ଷ୍ଟଲ ଖୋଲିବେ ବୋଲି ସରକାର କହିଥିଲେ। କାନାଡାରେ କପିଲ ଶର୍ମାଙ୍କ କାଫେରେ ପୁଣି ଥରେ ଗୁଳିକାଣ୍ଡ ହୋଇଥିଲା ================= ଆଜି ଜନ୍ମଦିନ: କପିଲ ସିବଲ, ଦିଲୀପ ସରଦେଶାଇ, ପେଣ୍ଟଲ, ନଫିସା ଅଲ୍ଲୀ, ମୀରାବାଇ ଚାନୁ, ମୋହନ ସୁନ୍ଦର ଗୋସ୍ୱାମୀ, ପ୍ରସନ୍ନ ଆଚାର୍ଯ୍ୟ, ଶରତ ପୂଜାରୀ ଇତିହାସରେ ଆଜି: (୧୯୪୨) କଂଗ୍ରେସ ଦ୍ୱାରା ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ/ (୧୮୧୫) ନିର୍ବାସିତ ଜୀବନ କଟାଇବାକୁ ନେପୋଲିୟନ ଗଲେ ସେଣ୍ଟ ହେଲେନା =============== *ଗଛଟିଏ ଲଗାନ୍ତୁ* 🌹

  • *ଖବର ଆଜିର, ୭ ଅଗଷ୍ଟ ଶୁକ୍ରବାର* ================= କାଲିଠାରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ୧୬ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ। ରାଜ୍ୟରେ ତାଲିକାରୁ କଟିଲେଣି ୫୦ହଜାର ଭୋଟର। ତଥ୍ୟ ଅଭାବରୁ ୧୨,୫୭୨ ଜଣ, ଡବଲ୍‌ ଭୋଟର ୩୭,୨୬୫ ଜଣ କଟିଲେ। ସରକାରୀ ଜମିକୁ ଲିଜ୍‌ରେ ନେଇ ତାହାକୁ ବ୍ୟବହାର କରି ନଥିବା କିମ୍ବା ଅନ୍ୟ କାମରେ ବ୍ୟବହାର କରୁଥିଲେ ତାହା ସରକାର ଫେରାଇ ନେବେ। ଆବସିକ ଘରକୁ ବ୍ୟବସାୟ ପାଇଁ ବ୍ୟବହାର କରୁଥିଲେ, ହାଉସ ପ୍ଲାନ୍ ଆପ୍ରୁଭାଲ ଅପଲୋଡ ପାଇଁ ବିଏମସି ଦେଲା ଏକମାସ ମହଲତ। ଦିଲ୍ଲୀରେ ଶିଳ୍ପ ବିଭାଗ ପକ୍ଷରୁ ନିବେଶକ ସମ୍ମିଳନୀ ‘ଓଡ଼ିଶା ଫୁଡ୍‌ ପ୍ରୋ ୨୦୨୬’ ଆଜିଠାରୁ ଆରମ୍ଭ। ବାଲେଶ୍ୱର ଚାନ୍ଦିପୁରରୁ ସମରକୌଶଳୀ ମଧ୍ୟମ ଦୂରଗାମୀ ବାଲିଷ୍ଟିକ ମିସାଇଲ ‘ଅଗ୍ନି-୪’ ର ସଫଳ ପରୀକ୍ଷଣ ହୋଇଛି। ଆଜିଠାରୁ ପୁରୀ-ସୋଲାପୁର ଜଙ୍କସନ୍ ମଧ୍ୟରେ ଏକ ସ୍ବତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍‌ର ଚଳାଚଳ ଆରମ୍ଭ ହେବ। ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ। ଭିତରବେଢ଼ା, ନୀଳଚକ୍ର ବାନା ବଦଳା ଭିଡିଓ ପ୍ରଘଟ। ଏସ୍‌ସିଇଆର୍‌ଟିର ଅଜବ ନିଷ୍ପତ୍ତି। ଉଚ୍ଚ ଶିକ୍ଷାନୁଷ୍ଠାନ ନ ହୋଇ ବି ଡିଆଇଇଟିରେ ଖୋଲିବ ବିଏଡ୍‌। ରାଜ୍ୟର ଏକମାତ୍ର ସରକାରୀ କ୍ୟାନ୍‌ସର ହସ୍ପିଟାଲ ଆଚାର୍ଯ୍ୟ ହରିହର ପ୍ରତିଷ୍ଠାନରେ ମାସେ ହେଲା ଡିଜିଟାଲ୍‌ ଏକ୍ସ-ରେ ମେସିନ୍‌ ଅଚଳ। ସୁନ୍ଦରଗଡ଼ର ବସୁନ୍ଧରା ଖଣି ପ୍ରକଳ୍ପ ପ୍ରଭାବିତ ପରିବାର ଅଭିଯୋଗ ଆଣିଛନ୍ତି। ପୁନର୍ବାସ ଓ ଥଇଥାନ ବ୍ୟବସ୍ଥା ନକରି ଘର ଭାଙ୍ଗିଦେଲେ ଏମ୍‌ସିଏଲ୍‌। ରେଭେନ୍ସା ଶିକ୍ଷକ ସଂଘର ଘୋଷଣା। ଖରାପ ବ୍ୟବହାର କରିଥିବା ବିଜେପି ବିଧାୟକ ପ୍ରକାଶ ସେଠୀ ପାଲଟା ଅଭିଯୋଗରୁ ଓହରନ୍ତୁ। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ବଦଳିବ ଭୁବନେଶ୍ବରର ଟ୍ରାଫିକ ସିଗନାଲ ବ୍ୟବସ୍ଥା, ଦୁର୍ଗା ପୂଜା ସୁଦ୍ଧା ଲାଗିବ ନୂଆ ସ୍ମାର୍ଟ ଟ୍ରାଫିକ ସିଗନାଲ। ଭଙ୍ଗା ଗୋଡ଼ରେ ୧୩୦ କିମି ଯାତ୍ରା, ଚିକିତ୍ସା ପାଇଁ ନୟାଗଡ଼ରୁ ଟ୍ରାଇ ସାଇକେଲ ଚଲାଇ ବ୍ରହ୍ମପୁର ଗଲେ ବୃଦ୍ଧ ପୂର୍ବତନ ଗ୍ରାମରକ୍ଷୀ। ଭୁବନେଶ୍ବର ନୟାପଲ୍ଲୀରେ ଲେଡିଜ ହଷ୍ଟେଲ ଭିତରେ ଦ୍ରୁତଗାମୀ ସ୍କର୍ପିଓ ପୁରେଇଦେଲେ ନିଶାସକ୍ତ ଧନୀ ଯୁବକ। ନାଁ ପ୍ରକାଶ କରୁନି ପୋଲିସ। ସୁନ୍ଦରଗଡ ତଳସରାରେ ବାବୁଡିହି ଛାତ୍ରୀ ନିବାସରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା ଶୁକୃଳିରେ ସ୍କୁଟି ଅରୋହୀଙ୍କୁ ଦଳିଦେଇ ଟ୍ରଲର ଫେରାର୍‌, ୨ ମୃତ। ପାରଳାଖେମୁଣ୍ଡି ପଟ୍ଟନାୟକ ଟ୍ୟାଙ୍କ କାର୍ଯ୍ୟରେ ପ୍ରାୟ ୫୬ ଲକ୍ଷ ହେରଫେର ଯୋଗୁଁ ପୂର୍ବତନ ଜୁନିୟର ଇଞ୍ଜିନିୟର, ସହକାରୀ ଯନ୍ତ୍ରୀ ଏବଂ ଠିକାଦାର ଗିରଫ। କୋରାପୁଟ ନନ୍ଦପୁରରେ ସ୍କୁଲ ପାଚେରି ଫାଟକ ଭାଙ୍ଗିପଡ଼ିବାରୁ ଚାପିହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ନବରଙ୍ଗପୁର ଝରିଗାଁ ରେ ହଷ୍ଟେଲ୍‌ ଛାଡ଼ିଲେ ୧୬୦ ଛାତ୍ର: ରହିବା ଅସୁବିଧା, ନିମ୍ନମାନର ଖାଦ୍ୟ ପ୍ରଦାନ। ନୂଆପଡ଼ା ଜିଲ୍ଲାରେ ଆଧାର କାର୍ଡ ସଂଶୋଧନ ପାଇଁ ଯାଉଥିବା ବେଳେ ବଡ଼ଭାଇକୁ ଠେଙ୍ଗାରେ ମାରିଦେଲା ସାନଭାଇ। କେନ୍ଦ୍ରାପଡା ରାଜନଗରରେ ପ୍ରେମ ବ୍ୟାପାରକୁ ନେଇ ଛାତ୍ରଙ୍କୁ ମାଡ଼, ଅପହରଣର ତିନିଦିନ ପରେ ପୁଲିସ ଦ୍ୱାରା ଉଦ୍ଧାର। =========== *ବ୍ୟାଙ୍କ ଅଫ୍ ବରୋଦା ବିଭିନ୍ନ ବିଶେଷଜ୍ଞ ଅଧିକାରୀ (ଏସଓ) ପଦବି ପାଇଁ ନିଯୁକ୍ତି ଘୋଷଣା କରିଛି* =========== 🇳🇪 ହରଡ଼ ଡାଲିର ସମ୍ପୂର୍ଣ୍ଣ ଜିନୋମ୍‌ ଉନ୍ମୋଚନ କଲେ ଭାରତୀୟ ବିଜ୍ଞାନୀ। ନ୍ୟାୟିକ ଅଧିକାରୀ ସରକାରୀ କର୍ମଚାରୀ ନୁହନ୍ତି, ସେମାନଙ୍କ ଅବସର ବୟସ ଅଲଗା, କହିଲେ ସୁପ୍ରିମ୍‌କୋର୍ଟ। ‘କ୍ୟା ବୋଲତି ପବ୍ଲିକ୍‌‘ ଅଭିଯାନ ଆରମ୍ଭ କରିବ ସିଜେପି, ଜନଚାପ ସୃଷ୍ଟି କରିବ। ଜାତିଭିତ୍ତିକ ସଂରକ୍ଷଣ ବିରୋଧରେ ଆନ୍ଦୋଳନ ତେଜିଲା। ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ଆନ୍ଧ୍ର ପ୍ରଦେଶରେ ରାସ୍ତାକୁ ଓହ୍ଲାଇଲେ ସାଧାରଣ ବର୍ଗ। ବିପନ୍ନ ଭାରତୀୟ ଜାହାଜକୁ ଉଦ୍ଧାର କଲା ଶ୍ରୀଲଙ୍କା ନୌସେନା, ୧୧ ନାବିକ ସୁରକ୍ଷିତ। ୩,୫୦୦ କିମି ଲମ୍ବା ମେଘମାଳା ଫଟୋ ଉଠାଇଲା ଇନ୍‌ସାଟ୍‌-୩ଡିଏସ୍‌ ଉପଗ୍ରହ। ଚୀନରୁ ଭାରତ ଲମ୍ବିଛି। ⚽🏏🇳🇪 ଜାତୀୟ କନିଷ୍ଠ ହକିରେ ୬-୪ ଗୋଲ୍‌ରେ ପଞ୍ଜାବକୁ ପରାସ୍ତ କରି ଫାଇନାଲ୍‌ରେ ଓଡ଼ିଶା। କନିଷ୍ଠ ମହିଳା ଏସିଆ କପ୍ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ। ଓଡ଼ିଶାର ତିନିଜଣ ଖେଳିବେ। ଐତିହାସିକ ‘ମାଉଣ୍ଟ ୟୁନମ୍‌’ ଅଭିଯାନରେ ଓଡ଼ିଶାର ୧୧ ମହିଳା, ଉଡ଼ାଇବେ ୮୦ ଫୁଟର ତ୍ରିରଙ୍ଗା। *ଗତବର୍ଷ ଏଇ ସମୟରେ* ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଆଗରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ କରିଥିଲେ ସରକାର। ରାଜ୍ୟର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ସୀମା ପରିବର୍ତ୍ତନ ହେବାର ଥିଲା। ୧୬ ଦେଶରେ ବ୍ୟାପିଥିଲା ନୂଆ ସଂକ୍ରାମକ ଭୂତାଣୁ। ================ ଆଜି ଜାତୀୟ ହସ୍ତତନ୍ତ ଦିବସ ଆଜି ଜନ୍ମଦିନ: ଏମଏସ ସ୍ୱାମୀନାଥନ, କେଷ୍ଟୋ ମୁଖାର୍ଜୀ, ସୁରେଶ ୱାଡେକର, ଓପି ଜିନ୍ଦଲ, ବର୍ଷା ପ୍ରିୟଦର୍ଶିନୀ ଆଜି ତିରୋଧାନ: ରବୀନ୍ଦ୍ରନାଥ ଟାଗୋର, ଏମ କରୁଣାନିଧି, ରେବା ରାୟ (କଟକ) ଇତିହାସରେ ଆଜି: (୧୯୮୫) ଗୀତ ସେଠୀ ବିଶ୍ଵ ବିଲିୟାର୍ଡ ଚମ୍ପିୟାନ ହେଲେ/ (୧୯୦୫) କଂଗ୍ରେସ ଦ୍ୱାରା ବ୍ରିଟିଶ ଉତ୍ପାଦ ବର୍ଜନ ଆରମ୍ଭ ହୋଇଥିଲା ================ *ବନ୍ଦେ ଉତ୍କଳ ଜନନୀ* 🪻🌻🪻

  • *ଖବର ଆଜିର, ୬ ଅଗଷ୍ଟ ଗୁରୁବାର* ================ ଆହୁରି ଦୁଇଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର ଓ ସମ୍ବଲପୁରକୁ ସତର୍କ ସୂଚନା। ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ୯୧ କର୍କଟ ଚିକିତ୍ସା ପ୍ୟାକେଜ୍‌ ସାମିଲ ହେଲା। ୨୦୩୦ ସୁଦ୍ଧା ରାଜ୍ୟରେ ୧୧ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି ସରକାର। ପୁରୀ ସ୍ବର୍ଗଦ୍ବାରରେ କାଠ ସଙ୍କଟ ପରେ ଏବେ ଶ୍ରୀମନ୍ଦିରରେ କାଠର ଅଭାବ, ସମାଧାନ ନ ହେଲେ ବନ୍ଦ ହେବ ରୋଷେଇ। ରାଜଧାନୀ ଜୟଦେବ ବିହାରରୁ ନନ୍ଦନକାନନ ଯାଏ ଫ୍ଲାଏଓଭର ହେବ, ୧୮୦ଟି ପଏଣ୍ଟରେ ହେବ ସଏଲ୍ ଟେଷ୍ଟ। ପୁରୀ ଶ୍ରୀମନ୍ଦିର ସ୍କ୍ୱାର୍ଡ ନିଯୁକ୍ତି ନାଁରେ ବଡ଼ ଠକେଇ ! ୧୬ ଜଣଙ୍କୁ ନକଲି ନିଯୁକ୍ତି ପତ୍ର, ତଦନ୍ତ ଆରମ୍ଭ। ସମ୍ବଲପୁର ମିଲ୍‌ ଗୁଡିକରେ ସରକାରୀ ଚାଉଳ ପଡି ଓଦା ହୋଇ ଫିମ୍ପି ମାରୁଛି। ଲକ୍ଷାଧିକ ଟଙ୍କା ସଂରକ୍ଷଣ ପାଇଁ ନେଉଛନ୍ତି। ପ୍ରଶାସନ ନୀରବ। ସୁନ୍ଦରଗଡ ରେ ଡିଏମ୍‌ଏଫ୍‌ ପାଣ୍ଠି ଦୁର୍ନୀତି। ଛାତ୍ରୀଙ୍କ ହଷ୍ଟେଲ ନାଁରେ ଅଢ଼େଇ କୋଟିର ଅଦରକାରୀ ବିଲଡିଂ ରାତାରାତି ତିଆରି ହେଲା। କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସଦର ବିଜେପି ବିଧାୟକ ପ୍ରକାଶ ସେଠୀଙ୍କ ଦୁର୍ବ୍ୟବହାରକୁ ନେଇ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ। ଭୁବନେଶ୍ୱର ବାଲିଅନ୍ତା କନେଷ୍ଟବଳ ସୌମ୍ୟ ସ୍ବାଇଁ ହତ୍ୟା ଘଟଣାରେ କମିସନରେଟ୍ ପୁଲିସ ଫସିଗଲା। ଅଭିଯୁକ୍ତ ନଅ ଜଣ ସେଦିନ ସେଠାରେ ନଥିଲେ। ନବରଙ୍ଗପୁର ଟ୍ରିପଲ୍‌ ମର୍ଡର ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ: ୨୨ ବର୍ଷ ଜେଲ୍‌ରେ ଥିବା ଅର୍ଜୁନ ନିର୍ଦ୍ଦୋଷ। କଳାହାଣ୍ଡି ଜିଲ୍ଲା ଡି.କର୍ଲାଖୁଣ୍ଟା ପଞ୍ଚାୟତର ସରପଞ୍ଚ ସ୍ନିଗଧା ରଣାଙ୍କ ସ୍ୱାମୀ ତଥା ବିଜେପି ନେତା ଫକୀର ରଣାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଅନୁଗୋଳ ପକ୍ସୋ କୋର୍ଟ ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ମନ୍ଦିର ପୂଜକଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଝାରସୁଗୁଡ଼ା ଜିଲ୍ଲାର ଜଣଙ୍କ ଏସ୍‌ବିଆଇ ଖାତାରୁ ୟୁପିଆଇ ମାଧ୍ୟମରେ ୯୫ ହଜାର ଟଙ୍କା କଟିଯାଇଛି। ଭଦ୍ରକ ବାସୁଦେବପୁରରେ ବିକ୍ରି ହୋଇପାରୁନି ସୂର୍ଯ୍ୟମୁଖୀ ମଞ୍ଜି, କୃଷି କାର୍ଯ୍ୟାଳୟରେ ଚାଷୀଙ୍କ ଧାରଣା। ଯାଜପୁର ବଡ଼ଚଣା ବୁଢ଼ାକେନ୍ଦୁଆରେ ଆବିସ ଫୁଡ୍‌ ଆଣ୍ଡ ପ୍ରୋଟିନସ ପ୍ରାଇଭେଟ୍‌ ଲିମିଟେଡ୍‌ ସମ୍ମୁଖରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ୨୮ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ। ମୟୂରଭଞ୍ଜ ଜିଲ୍ଲା ଶୁକୃଳି ଅଞ୍ଚଳରେ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁରେ ବେକରେ ଓଢ଼ଣୀ ଦେଇ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ରୀ। ରାଉରକେଲା ଆରଟିଓ ଅଫିସ୍‌ରେ ୨୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ୨ କର୍ମଚାରୀ। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u 🇳🇪 ଭାରତୀୟ ଡାକ ସେବା ଷ୍ଟାଫ୍ କାର୍ ଡ୍ରାଇଭର ପଦବି ପାଇଁ ନିଯୁକ୍ତି ଘୋଷଣା କରିଛି। ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ଉପରେ କେନ୍ଦ୍ରକୁ ସହଯୋଗ କରିବାକୁ ମନା କରିଦେଲେ ରାହୁଲ ଗାନ୍ଧୀ। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ବ୍ୟାଙ୍କର୍ସ ବୁକ୍ସ ବିଲ୍‌ ପାରିତ। କେନ୍ଦ୍ର ସରକାର ମେଟାର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କଲେ। ଠିକଣା ସମୟରେ ସରକାର ବିରୋଧୀ ଭିଡିଓ ନ ହଟାଇ ପାରିବାରୁ କ୍ଷମା ମାଗିଲା ଫେସବୁକ। ଆର୍ଥିକ ଠକେଇ ମାମଲାରେ ଶୀର୍ଷରେ ମହାରାଷ୍ଟ୍ର, ଦିଲ୍ଲୀ ଦ୍ୱିତୀୟ, ହରିୟାଣା ତୃତୀୟ ଓ ତାମିଲନାଡୁ ଚତୁର୍ଥ ସ୍ଥାନରେ। ୨୩ଟି ଔଷଧ ମିଶ୍ରଣର ଖୁଚୁରା ମୂଲ୍ୟ ଧାର୍ଯ୍ୟ ହୋଇଛି। ଏଥିରେ ଡାଇବେଟିସ୍‌, ହୃଦରୋଗ, ଯନ୍ତ୍ରଣା ନିବାରକ ଔଷଧ ରହିଛି। ଭାରତ ଓ ମ୍ୟାମାର ମଧ୍ୟରେ ସୀମା ସଂଲଗ୍ନ କିଛି ଭୂଖଣ୍ଡ ଅଦଳବଦଳ ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି। ଶେଖ ହସିନା ନୂଆଦିଲ୍ଲୀରୁ ପ୍ରଥମ ଆଭାସୀ ସମ୍ବୋଧନ କଲେ, ଡିସେମ୍ବରରେ ସ୍ୱଦେଶ ଫେରିବେ। ୟୁକ୍ରେନ ରାଜଧାନୀରେ ରୁଷ୍‌ର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ, ୧୭ ମୃତ। 🚴🏾‍♂️⚽🏏 ବରିଷ୍ଠ ଜାତୀୟ ଚେସ୍‌ ପ୍ରତିଯୋଗିତା ଲାଗି ଚେସ୍‌ ମହାସଂଘର ଘୋଷଣା। ନଭେମ୍ବର ୨୯ରୁ ଡିସେମ୍ବର ୯ ବାରାଣସୀରେ ହେବ। ଜାତୀୟ କନିଷ୍ଠ ହକିରେ ୫-୧ ଗୋଲ୍‌ରେ ହରିୟାଣାକୁ ପରାସ୍ତ କରି ସେମି ଫାଇନାଲରେ ଓଡ଼ିଶା। କୋରିଆ ବ୍ୟାଡ୍‌ମିଣ୍ଟନ ଓପନ୍‌ରେ ଭାରତର ୧୭ ବର୍ଷୀୟା ତନ୍ବୀ ଶର୍ମା ପ୍ରଥମ ରାଉଣ୍ଡରେ ଚୀନ୍‌ର ୟୁଆନ ଆନ୍‌ କ୍ବିଙ୍କୁ ପରାସ୍ତ କରିଛନ୍ତି। ଗ୍ରାଣ୍ଡ ମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ ସେଣ୍ଟ୍‌ଲୁଇସ ରାପିଡ୍‌ ଓ ବ୍ଲିଜ୍‌ ପ୍ରତିଯୋଗିତାରେ ଶୀର୍ଷରେ ରହିଛନ୍ତି। *ଗତବର୍ଷ ଏଇ ସମୟରେ* ହାତୀଙ୍କ ଖାଦ୍ୟ ପାଇଁ ଜଙ୍ଗଲ ଭିତରେ ଧାନ ଚାଷ ହେବବୋଲି କହିଥିଲେ ସରକାର। ରାଜ୍ୟ ଅର୍ଥ ନିଗମ ବନ୍ଦ କରିବାକୁ ସରକାରୀ ନିଷ୍ପତ୍ତି। ୭ହଜାର କୋଟି ପାଣିରେ ପଡିଲା। ================= *ଇତିହାସରେ ଆଜି* ଆଜି ହିରୋସିମା ଦିବସ ବୋଲିଭିଆ ଦେଶର ସ୍ୱାଧୀନତା ଦିବସ ଆଜି ଜନ୍ମଦିନ: ଆଦିତ୍ୟ ନାରାୟଣ (ଗାୟକ), କାମାକ୍ଷା ପ୍ରସାଦ ସିଂହଦେଓ ଆଜି ତିରୋଧାନ: ସୁଷମା ସ୍ୱରାଜ ଇତିହାସରେ ଆଜି: (୧୮୬୨) ମାଡ୍ରାସ ହାଇକୋର୍ଟ ସ୍ଥାପନ ହେଲା/ (୧୯୪୫) ହିରୋସିମା ଉପରେ ପରମାଣୁ ବୋମା ପଡିଲା, ଜାପାନ ଧ୍ବଂସ/ (୧୯୮୬) ମୁମ୍ବାଇରେ ଭାରତର ପ୍ରଥମ ଟେଷ୍ଟ ଟ୍ୟୁବ ବେବି ଜନ୍ମ/ (୧୯୬୨) ଜାମାଇକା ଦେଶ ସ୍ୱାଧୀନ ହେଲା ================ *ବନ୍ଦେ ଉତ୍କଳ ଜନନୀ* 🪻🌻🪻

  • *ଖବର ଆଜିର, ୫ ଅଗଷ୍ଟ ବୁଧବାର* ================= ବନ୍ୟା ପରେ ଉପକୂଳ ଓଡ଼ିଶାରେ କୁମ୍ଭୀର ଆକ୍ରମଣ ଆଶଙ୍କା ବଢ଼ିଥିବାରୁ ବନବିଭାଗ ଦ୍ୱାରା ସଚେତନତା ଅଭିଯାନ ଆରମ୍ଭ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମାଝୀ ଟ୍ରେନରେ ଯାଇ ତପ୍ତପାଣିରେ ମା’ କନ୍ଧୁଣୀ ଦେବୀଙ୍କ ପୂଜାର୍ଚ୍ଚନା କଲେ। ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ତାଲିକା ଶେଷ। ପୁସ୍ତକ ତୃଟି ପାଇଁ ଶହ ଶହ କର୍ମଚାରୀ ଓ ବ୍ୟକ୍ତି ଦାୟୀ। କେନ୍ଦ୍ରାପଡା ରାଜନଗର ରେ ସମୁଦ୍ର ଭିତରେ ୧୩ ଗାଁର ୨୪୬୬ ଏକର ଜମି। ସରକାରୀ ଖାତାକୁ ଫେରିବ ପାଣିରେ ପଶିଥିବା ଜମି। ପୁରୀ ଜିଲ୍ଲା କାକଟପୁର ମା’ ମଙ୍ଗଳା ପୀଠର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କଲେ। ଉଚ୍ଚ କୋଠା ପାଇଁ ଜାରି ହେଲା NOTAM, ୧୧ ମିଟର ଅଧିକ ଉଚ୍ଚତା ପାଇଁ ଜାରି ହେଲା ନୋଟିସ। ରାଷ୍ଟ୍ରପତି ଭବନରେ ଶୋଭା ପାଇବ ଶ୍ରୀ ଜଗନ୍ନାଥଙ୍କ ରଥ ଚକ। ଆଜିଠୁ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ମନ୍ତ୍ରୀଙ୍କ ସମ୍ମୀଳନୀ, ୭ ତାରିଖ ଯାଏଁ ଚାଲିବ। ହୀରାକୁଦର ୧୩ ଗେଟ୍ ଖୋଲା । ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଛି। ମୁଖ୍ୟମନ୍ତ୍ରୀ ଅଫିସରୁ ଫାଇଲ ଗାଏବ ମାମଲାରେ ଏବେ ସମନ ଜାରି ହେବନାହିଁ, କହିଲେ କ୍ରାଇମବ୍ରାଞ୍ଚ ଡିଜି। ଆବାସିକ କୋଠାରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଲାଗିବ ରୋକ୍‌। ଖିଲାପ ହେଲେ ସରକାର ନେବେ ପଦକ୍ଷେପ। ପୁରୀରେ ପ୍ରତିଷ୍ଠା ହେବ ସମୁଦ୍ର ପର୍ଯ୍ୟଟନ ଟର୍ମିନାଲ। ପାରାଦୀପ- ଦୀଘା- ବିଶାଖାପାଟଣାକୁ ଚାଲିବ ଜାହାଜ। ମାଲକାନଗିରି ର ୬୦୦ ପରିବାରର ସନ୍ଧାନ ମିଳୁନି। ନକ୍ସଲଙ୍କ ଦ୍ବାରା ବିତାଡ଼ିତ ହୋଇଥିଲେ। ନବରଙ୍ଗପୁରର ୫ଟି ସୀମାନ୍ତ ବ୍ଲକ୍‌ରେ ଶିକ୍ଷାର ସଙ୍କଟ। ଶତାଧିକ ଛାତ୍ରଛାତ୍ରୀ ପଢ଼ିବା ପାଇଁ ଛତିଶଗଡ଼ ଯାଉଛନ୍ତି। ଯାଜପୁର ଦଶରଥପୁର ନଦୀବନ୍ଧର ସୁନ୍ଦରୀମୁହଁଠାରୁ କଟିକଟା ୫ କିମି ନୂଆ ରାସ୍ତା ଧସିଗଲା। ୮୭ କୋଟି ଖର୍ଚ୍ଚ କରିଥିଲେ ସରକାରୀ ଇଂଜିନିୟର। ବାରିପଦା ଭୁଗୁଡ଼ାକଟା ନୂଆସାହି ପାର୍କ ରାସ୍ତା ପାଇଁ ଶୁଣିଲାନି ପ୍ରଶାସନ। ଶ୍ରମଦାନ କରି ମରାମତି କଲେ ଗ୍ରାମବାସୀ ନୟାଗଡ଼ ଦଶପଲ୍ଲାରେ ଗୁଳିବିଦ୍ଧ ବାରହା ସହ ୩ଟି ଦେଶୀ ବନ୍ଧୁକ ଜବତ, ୩ ଶିକାରୀ ଗିରଫ। ନୟାଗଡ଼ରେ ଯୁବତୀଙ୍କୁ ଶରଣକୁଳ ଇନ୍‌ସପେକ୍ଟରଙ୍କ ନିର୍ଯାତନା ମାମଲାରେ କ୍ରାଇମବ୍ରାଞ୍ଚ ନିକଟରେ ବାବୁଙ୍କ ଆତ୍ମସମର୍ପଣ। କଳାହାଣ୍ଡିର କେଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀମାନେ ଗେଟ୍‌ରେ ତାଲା ପକାଇଲେ। 🇳🇪 କେରଳରେ ବର୍ଷା ବିପର୍ଯ୍ୟୟ, ମୃତ୍ୟୁସଂଖ୍ୟା ୨୦କୁ ବୃଦ୍ଧି। ପଶ୍ଚିମବଙ୍ଗ ଛାଡ଼ିଲେଣି ୧ ଲକ୍ଷ ବାଂଲାଦେଶୀ। ଓଡିଶା ପଟକୁ ଅନେକ ପଶି ଆସୁଛନ୍ତି। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ମୁମ୍ବାଇ ସିଦ୍ଧି ବିନାୟକ ମନ୍ଦିରରୁ ପ୍ରତିବର୍ଷ ୧୮ କୋଟି ଟଙ୍କାର ଦାନ ଚୋରି ଅଭିଯୋଗ। LICର ୬.୫% ଅଂଶଧନ ଅଫର ଫର୍ ସେଲ୍ ଜରିଆରେ ବିକ୍ରି କରିବେ ଭାରତ ସରକାର। ଭାରତୀୟ ଗାଡ଼ି ନିର୍ମାତା ସଂଘ କହିଲା ଗାଡି ତେଲରେ କ୍ଲୋରାଇଡ୍‌ ମାତ୍ରା ଅଧିକ ରହୁଥିବାରୁ ବିଭିନ୍ନ ପାର୍ଟସ୍‌ ଖରାପ ହେଉଛି। ଆତ୍ମଘୋଷିତ ଗୁରୁ ଆଶାରାମ ବାପୁଙ୍କୁ ରାଜସ୍ଥାନ ହାଇକୋର୍ଟ ୨୦ ଦିନର ପାରୋଲ୍‌ ମଞ୍ଜୁର କରିଛନ୍ତି। ବାଂଲାଦେଶକୁ ‘ଜେ-୧୦ସିଇ’ ଯୁଦ୍ଧବିମାନ ଯୋଗାଇବ ଚୀନ। ସିଲିଗୁଡ଼ି କରିଡର ପ୍ରତି ବିପଦ। 🚴🏾‍♂️⚽🏏 ଗ୍ଲାସଗୋରେ ଭାରତୀୟ ପାରା କ୍ରୀଡ଼ାବିତଙ୍କ ୨୮ ଜଣିଆ ଦଳ ଜିତିଛି ୭ଟି ପଦକ। ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି କାଂସ୍ୟ। ଇଣ୍ଡିଆନ୍ ଚ୍ୟାଲେଞ୍ଜର୍‌ କପ୍‌”ରେ ଓଡ଼ିଶା କରାଟେକା ୫୧ ସ୍ଵର୍ଣ୍ଣ, ୧୧ ରୌପ୍ୟ ଓ ୪ କାଂସ୍ୟ ପଦକ ସହ ମୋଟ ୬୬ ପଦକ ଜିତିଛନ୍ତି। *ଗତବର୍ଷ ଏଇ ସମୟରେ* ଶୀଘ୍ର ନ୍ୟାୟ ପ୍ରଦାନ ନିମନ୍ତେ ୧୧ଟି ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ପାଇଁ ରାଜ୍ୟ ସରକାର ନୋଟିସ ଦେଇଥିଲେ। ରାଜ୍ୟ ସରକାର ୮୩୫ ନୂଆ ସ୍କୁଲ କରିବାକୁ ଘୋଷଣା କରିଥିଲେ। ପୁରୀ ଶ୍ରୀମନ୍ଦିରର ପରିସରରେ ଗୁପ୍ତ କ୍ୟାମେରାରେ ରେକର୍ଡ଼ିଂଗ କରିଥିଲେ ଯୁବକ। ପୁରୀ ଜିଲ୍ଲା ବଳଙ୍ଗାରେ ପୋଡିଥିବା ଝିଅର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଆତ୍ମହତ୍ୟାର ରୂପ ଦିଆ ଯାଇଥିଲା। ଆମେରିକାରୁ ପୁର୍ବ ଅପେକ୍ଷା ଦୁଇଗୁଣ ତେଲ କିଣିବା ପାଇଁ ଭାରତକୁ ବାଧ୍ୟ କରିଥିଲେ ଟ୍ରମ୍ପ। ================ ଆଜି ଜନ୍ମଦିନ: ଆଚାର୍ଯ୍ୟ ପ୍ୟାରୀ ମୋହନ, କାଜୋଲ, ଜେନେଲିଆ ଡିସୁଜା, ନେଲ ଆର୍ମଷ୍ଟ୍ରଙ୍ଗ ଇତିହାସରେ ଆଜି: (୧୭୭୫) ବଙ୍ଗ ମହାରାଜା ନନ୍ଦକୁମାରଙ୍କୁ ଫାଶୀ/ (୧୯୧୪) ଓହିଓ ରେ ପ୍ରଥମ ବିଦ୍ୟୁତ ଟ୍ରାଫିକ ସିଗନାଲ/ (୨୦୧୯) ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ/ (୨୦୨୦) ଶ୍ରୀରାମ ମନ୍ଦିର ପାଇଁ ଭୂମିପୂଜନ ହୋଇଥିଲା ================ *ବନ୍ଦେ ଉତ୍କଳ ଜନନୀ* 🪻🌻🪻

  • *ଖବର ଆଜିର, ୪ ଅଗଷ୍ଟ ମଙ୍ଗଳବାର* ================ ଆସନ୍ତା ୮ ତାରିଖ ଯାଏ ରାଜ୍ୟରେ ଭାରି ବର୍ଷା ହେବ। ଭୁବନେଶ୍ୱର-କଟକ -ପୁରୀ- ପାରାଦୀପ ସିଟି ଇକୋନୋମିକ୍ ରିଜିଅନକୁ ମିଳିଲା ମଞ୍ଜୁରି, ୫,୦୦୦ କୋଟି ଖର୍ଚ୍ଚ ହେବ। ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀ ପାଇବେ ପାଠପଢ଼ା ଖର୍ଚ୍ଚ। ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା: ବଦଳିଲା 'ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ'। ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକ ମାନେ କରିପାରିବେ ରାତ୍ରିଯାପନ। ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଶ୍ରାବଣ ଟଙ୍କା ବଣ୍ଟା ଗଣ୍ଡଗୋଳରୁ ପୂଜାପଣ୍ଡା ସେବାୟତ ଆସିଲେ ନାହିଁ। ମଙ୍ଗଳ ଆଳତି ବନ୍ଦ ହେଲା, କାଉଡ଼ିଆ ମାନେ ଜଳଲାଗି କରିପାରିଲେ ନାହିଁ। ଭଦ୍ରକ ଆରଡ଼ିରେ ଶ୍ରାବଣ ମହୋତ୍ସବ, ୨୦ ହଜାରରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ। ଶ୍ରାବଣ ପ୍ରଥମ ସୋମବାରରେ ଗୁପ୍ତେଶ୍ୱର ପୀଠରେ ୧୫ ହଜାର କାଉଡ଼ିଆଙ୍କ ସମାଗମ। ରାଜଧାନୀ ଦିଲ୍ଲୀରେ ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ବରପୁତ୍ରଙ୍କ ପ୍ରତିମୂର୍ତ୍ତି। ଉତ୍କଳମଣି ଗୋପବନ୍ଧୁଙ୍କ ମୂର୍ତ୍ତି ସ୍ଥାପିତ। ରାୟପୁରରୁ ଭୁବନେଶ୍ବର ଆସିପାରୁନାହିଁ ଇଣ୍ଡିଗୋ ବିମାନ, ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ। ଝାରସୁଗୁଡ଼ାରେ ୨୩ ହଜାରରୁ ଉର୍ଦ୍ଧ୍ଵ ସିରପ୍ ଜବତ, ଟ୍ରକ୍ ଓ କ୍ରେଟା କାର୍ ସହ ୨ ଗିରଫ। ମୟୂରଭଞ୍ଜ ଜିଲ୍ଲା ବିଜାତଳା କସ୍ତୁରବା ଗାନ୍ଧୀ ବାଳିକା ହଷ୍ଟେଲରେ ଦୂଷିତ ଖାଦ୍ୟ ଖାଇ ୯୨ ଜଣ ଛାତ୍ରୀ ଅସୁସ୍ଥ, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ। କେନ୍ଦୁଝର ଜିଲ୍ଲା ଘଷିପୁରାରେ ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଗୁରୁତର। ମୟୂରଭଞ୍ଜର ବୈଶିଙ୍ଗାରେ କାର୍ଯ୍ୟରତ ପୁଲିସ କନଷ୍ଟେବଳଙ୍କ ମୃତଦେହ ଏନ୍‌ଏଚ୍-୧୮ ନିକଟରେ ଏକ କାର ଭିତରୁ ଉଦ୍ଧାର ହୋଇଛି। ଝାରସୁଗୁଡ଼ା ଜିଲ୍ଲାର ଧୁତରା–ବାଗଡିହି ରେଳ ଧାରଣା କଡ଼ରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । କେନ୍ଦ୍ରାପଡାରେ ବନ୍ୟା: ପଟ୍ଟାମୁଣ୍ଡାଇ ବ୍କକରେ ପ୍ରାୟ ୩୦ ହଜାର ଲୋକ ଜଳବନ୍ଦି ହୋଇ ପଡିଛନ୍ତି। ଗଞ୍ଜାମ ଜିଲ୍ଲାରେ ସମୁଦ୍ର ଭିତରେ ପଶିବ ଆର୍ଯ୍ୟପଲ୍ଲୀ। ଜନବସତିରୁ ୫୦ ମିଟର ଦୂରରେ ପାଣି, ଭୟଭୀତ ଗ୍ରାମବାସୀ। ରାଉରକେଲା ସିଭିଲ ଟାଉନସିପରେ ସେକ୍ସ ରାକେଟ ଠାବ, ଦୁଇ ଯୁବତୀଙ୍କ ସହ ଦୁଇ ଗ୍ରାହକ ଅଟକ। କଟକ ରେଭେନ୍ସା ଇଷ୍ଟ ହଷ୍ଟେଲରେ ଛାତ୍ର ଅଶାନ୍ତି, ଡେପୁଟି ୱାର୍ଡେନଙ୍କୁ ହଟାଇବା ଦାବିରେ ରାତିସାରା ଧାରଣା। କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ମହିଳାଙ୍କୁ ଟାଣିନେଲା କୁମ୍ଭୀର। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ଭୁବନେଶ୍ୱର ପାତ୍ରପଡା ଔଷଧିୟ ଜ୍ଞାନ କେନ୍ଦ୍ର ନିକଟରେ ତୁଳା କମ୍ପାନୀରେ ବଡ ଅଗ୍ନିକାଣ୍ଡ। କମ୍ପାନୀର ୩୦ ରୁ ୪୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ। 🇳🇪 ଏନଏଲସି ଇଣ୍ଡିଆରେ ଆପ୍ରେଣ୍ଟିନ୍ସ ୧,୨୩୫ଟି ପଦବି ନିମନ୍ତେ ବିଜ୍ଞପ୍ତି ପ୍ରକାଶ। ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୧୧। ଇନଷ୍ଟିଚ୍ୟୁଟ ଅଫ ବ୍ୟାଙ୍କିଙ୍ଗ ପର୍ସୋନେଲ୍ ସିଲେକ୍ସନ୍ (ଆଇବିପିଏସ୍) ପକ୍ଷରୁ କ୍ଲର୍କ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ଶେଷ ତାରିଖ ଅଗଷ୍ଟ ୨୧ ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ (ଏନଏଫଆର) ମୋଟ ୬,୭୭୭ଟି ଶିକ୍ଷାନବିସ ପଦବି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ। ଜମ୍ମୁ-କାଶ୍ମୀର ରାମବନରେ ୨୧ ସନ୍ଦିଗ୍ଧ ବାଂଲାଦେଶୀ ଅଟକ। ବିଜେପି ଗଡ଼ ବିହାର ବାଙ୍କୀପୁର ଉପନିର୍ବାଚନରେ ଜିତିଲେ ପ୍ରଶାନ୍ତ କିଶୋର। କେରଳରେ ବର୍ଷା ଓ ବନ୍ୟାର ତାଣ୍ଡବରେ ୧୫ ମୃତ, ୭ ନିଖୋଜ। ପଶ୍ଚିମବଙ୍ଗ ରେ ଟିଏମ୍‌ସି ଛାଡ଼ିଲେ ନେତାଜୀଙ୍କ ନାତି ଚନ୍ଦ୍ର କୁମାର ବୋଷ କାବେରୀ ଜଳ ବିବାଦରେ ସୁପ୍ରିମ୍‌କୋର୍ଟ ଗଲା ତାମିଲନାଡ଼ୁ ସରକାର। ପ୍ରତ୍ୟେକ ରାସ୍ତାକୁ ପଥଚାରୀଙ୍କ ପାଇଁ ଅବରୋଧମୁକ୍ତ କର, କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେ‌ଲେ ସୁପ୍ରିମ୍‌କୋର୍ଟ। ନେପାଳକୁ ପୁଣି ହିନ୍ଦୁ ରାଷ୍ଟ୍ର ଘୋଷଣା ଦାବି, ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ବହିଷ୍କାର ପାଇଁ ବିକ୍ଷୋଭ। ଲସ୍‌ ଏଞ୍ଜେଲସ୍‌ରେ ଅ-ତିଥିରେ ରଥଯାତ୍ରା: ପ୍ରତିବାଦ ସତ୍ତ୍ବେ ଶୁଣିଲାନି ଇସକନ। 🚴🏾‍♂️⚽🏏 କୋଲକାତାରେ ଇଣ୍ଡିଆନ୍‌ ଚ୍ୟାଲେଞ୍ଜର କପ୍‌ କରାଟେ: ଓଡ଼ିଶାକୁ ୫୧ ସ୍ବର୍ଣ୍ଣ ସହ ୬୬ ପଦକ। ଜାତୀୟ ଜୁଡୋ, ତାଇକୋଣ୍ଡୋ, କରାଟେ ପ୍ରତିଯୋଗିତାରେ ଓଡ଼ିଶା ପୁଲିସର ୧୨ କ୍ରୀଡାବିତ୍‌ ସଫଳତା ହାସଲ କଲେ। ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲାରେ ଖଲାସ ହେଲେ ପୂର୍ବତନ କୁସ୍ତି ମହାସଂଘ ମୁଖ୍ୟ, ବ୍ରିଜ ଭୂଷଣ। *ଗତବର୍ଷ ଏଇ ସମୟରେ* ରାଜ୍ୟ ସରକାର ୪୪,୪୩୩ ଜଣ ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି ଦେବେ ବୋଲି ଘୋଷଣା କରିଥିଲେ। ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ବୋର୍ଡ ଉପସଭାପତି ଗିରଫ ହୋଇଥିଲେ। ================= ଆଜି ଜନ୍ମଦିନ: ରାଣୀ ଏଲିଜାବେଥ (କୁଇନ ମଦର), ବାରାକ ଓବାମା, କିଶୋର କୁମାର, ଵିଶାଲ ଭରଦ୍ବାଜ, ଶଶୀକଳା ଆଜି ତିରୋଧାନ: ନନ୍ଦିନୀ ଶତପଥୀ, ପର୍ଶୁରାମ ମିଶ୍ର (ବରପାଲି) ଇତିହାସରେ ଆଜି: (୧୮୬୬) ଉତ୍କଳ ଦୀପିକା ପ୍ରକାଶନ ଆରମ୍ଭ ହୋଇଥିଲା/ (୧୯୫୬) ଦେଶର ପ୍ରଥମ ଆଣବିକ ରିଆକ୍ଟର କାର୍ଯ୍ୟକ୍ଷମ ହେଲା/ (୨୦୦୪) ନାସା ଅଲଟିକ୍ସ ସୁପରକମ୍ପ୍ୟୁଟର ର ନାମ କଳ୍ପନା ଚାଓଲା ହେଲା/ (୧୮୩୦) ଆମେରିକା ଚିକାଗୋ ସହରର ପ୍ଲାନ ତିଆରି ହୋଇଥିଲା। ================= *ବନ୍ଦେ ଉତ୍କଳ ଜନନୀ* 🪻🌻🪻

  • *ଖବର ଆଜିର, ୩ ଅଗଷ୍ଟ ସୋମବାର* ================ ମହାନଦୀରେ ବନ୍ୟା ଆଶଙ୍କା ଟଳିଲା, କମୁଛି ହୀରାକୁଦର ଜଳସ୍ତର। ଘାଇ ମରାମତି ଶୀଘ୍ର ସାରିବାକୁ ନିର୍ଦ୍ଦେଶ। ବନ୍ୟାରେ ୨୨ଜିଲ୍ଲାରେ ୮ଲକ୍ଷରୁ ଅଧିକ ଲୋକ ପ୍ରଭାବିତ। ଆଜିଠୁ ବନ୍ୟାଞ୍ଚଳରେ କ୍ଷୟକ୍ଷତି ଆକଳନ ଆରମ୍ଭ। ପ୍ରଥମ ଥର ପାଇଁ ପୁରୀ ଶ୍ରୀମନ୍ଦିରକୁ ଯିବ ବଲାଙ୍ଗିର ଚାଉଳ, କୋଠ ଭୋଗରେ ହେବ ଲାଗି। ଆଠଗଡ ଧବଳେଶ୍ୱର ପୀଠକୁ ନଯିବା ଲାଗି ଭକ୍ତଙ୍କୁ ବାରଣ କରାଯାଇଥିଲା। ଜଳଲାଗି ପାଈଁ ଦ୍ୱନ୍ଦ୍ୱରେ କାଉଡ଼ିଆ ଓ ପୂଜକ। ଆଦାନୀ ଗ୍ରୁପକୁ ରାୟଗଡା କାଶୀପୁର ବ୍ଲକରେ ବକ୍ସାଇଟ ଖଣି ଦିଆଗଲା I କଳିଙ୍ଗ ଆଲୁମିନିୟମ ନାମରେ ଅଫିସ ଖୋଲିଲା। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ରହ୍ମପୁର ପୋଲିସର ଟ୍ରାଫିକ୍ ଆଡଭାଇଜରି, ୪ ଓ ୫ ଅଗଷ୍ଟରେ ଲାଗିବ କଟକଣା। ଭଲ ବ୍ୟବହାର ପାଇଁ ଆଜୀବନ କଏଦୀଙ୍କୁ ମୁକ୍ତି, ଭୁବନେଶ୍ୱର ଝାରପଡ଼ା ଜେଲରୁ ୩ ଜଣ ଆଗୁଆ ବାହାରିଗଲେ। ହାଇସ୍କୁଲରେ ଧନ୍ଦାମୂଳକ ଶିକ୍ଷା ବାଟବଣା: ପିଲାଙ୍କ ପ୍ରାକ୍ଟିକାଲ୍‌, ଇଣ୍ଡଷ୍ଟ୍ରି ଭିଜିଟ୍‌, ଗେଷ୍ଟ ଲେକଚର୍‌ ବ୍ୟବସ୍ଥା ବନ୍ଦ। ଆନ୍ଧ୍ରପ୍ରଦେଶ ତିରୁପତିରେ ୪ ଦିନ ଧରି ବନ୍ଧା ପଡ଼ିଛି ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତଦେହ। ମୃତକ କାଳିଆପାଣିର ଚନ୍ଦନ। ନବରଙ୍ଗପୁରରେ ସ୍ବାସ୍ଥ୍ୟ ବିଭାଗର ୪ ପ୍ରକଳ୍ପ ପାଇଁ ୭.୨୦ କୋଟି, ଆଇନ ବିଭାଗର ୫ ପ୍ରକଳ୍ପ ପାଇଁ ୯.୭୭ କୋଟି ପଡିରହିଛି। ତିନିବର୍ଷ ହେଲା ପ୍ରଶାସନ ସ୍ଥାଣୁ। ଯାଜପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବଜ୍ରାଘାତ, ୨ ମୃତ ଓ ୨ ଗୁରୁତର। ଆଜିଠାରୁ ସ୍କୁଲ ଖୋଲା ହେବ। ନବରଙ୍ଗପୁରରେ ୫୮ ଲକ୍ଷ ଟଙ୍କାର ବସ୍‌ଷ୍ଟାଣ୍ଡ୍‌ ଭାଙ୍ଗିଦେଲେ ସରକାର। ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଢେଙ୍କାନାଳ ଜିଲ୍ଲାରେ ମହିଳା ପଞ୍ଚାୟତ ଅଧିକାରୀଙ୍କୁ ଅଭଦ୍ର ବ୍ୟବହାର କରିଥିବା ଭିଡ଼ିଓ ଭାଇରାଲ। ପୁରୀ ବଳିଆପଣ୍ଡା ୱାଇଲ୍ଡବେରି ହୋଟେଲର ସପ୍ତମ ମହଲାରୁ ତଳକୁ ପଡ଼ି ଯୁବକ ମୃତ। ଝାରସୁଗୁଡା ରେ ୩ଟି ହାଇଓ୍ବା ମଧ୍ୟରେ ମୁହାଁମୁହିଁ ଧକ୍କା; ଦୁଇ ଜଣ ଡ୍ରାଇଭରଙ୍କ ମୃତ୍ୟୁ। ବାଲେଶ୍ବର ସୋରରେ ଦୁଇଜଣ ସାଙ୍ଗ ଖେଳୁଥିବା ବେଳେ ଜଣେ ଅନ୍ୟଜଣଙ୍କ ବେକରେ ଛୁରୀ ଭୁସିଦେଲା। ମୟୂରଭଞ୍ଜ ଜିଲ୍ଲା ଉଦଳାରେ ସାପକାମୁଡ଼ାରେ ଯୁବକଙ୍କ ମୃତ୍ୟୁ, ଦୁଃଖରେ ଜୀବନ ହାରିଲେ ବାନ୍ଧବୀ। ସମ୍ବଲପୁର ନାକଟିଦେଉଳ ଜଗନ୍ନାଥ ପ୍ରସାଦ ଗ୍ରାମରେ ଜଣେ ଯୁବକର ଗଳକାଟି ହତ୍ୟା ଉଦ୍ୟମ କରାଯାଇଛି। ଜୟପୁରରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ ଅଭିଯୁକ୍ତ ଅଫତାବ ଓ ନାବାଳକ ଭାଇକୁ ଧରିଲା ପୋଲିସ। ବଲାଙ୍ଗୀର ଜେଲ୍‌ରେ କୁଖ୍ୟାତ ଅପରାଧୀ ବବଲୁ; ସୁନା ଗହଣା ବିବାଦକୁ ନେଇ ନିଜ ପରିବାରରେ ଉତ୍ତେଜନା। 🇳🇪 ବେଟି ବଚାଓ ବେଟି ପଢ଼ାଓ' ଯୋଜନାରେ ୧୦୭୫ କୋଟି ଖର୍ଚ୍ଚ କରିଛନ୍ତି ସରକାର। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u କର୍ଣ୍ଣାଟକ ମହୀଶୂରରେ ସ୍ନାକ୍ସ ପ୍ୟାକେଟ୍‌ ଭିତରେ ଥିବା ପ୍ଲାଷ୍ଟିକ୍‌ ଖେଳନା ବଲ୍‌ ଗିଳି ଜଣେ ୫ ବର୍ଷ ଶିଶୁର ମୃତ୍ୟୁ। ଛତିଶଗଡ଼ର ଧମତରୀ ଜିଲ୍ଲାରେ ରାତିରେ ଘରେ ପଶିଗଲା ବାଘ, ଲୋକଙ୍କୁ କଲା ଆକ୍ରମଣ। ବାଘକୁ ମାରିଦେଲେ ଲୋକେ। କେରଳ ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି, ୮ ଜଣ ନିଖୋଜ। ଉତ୍ତରପ୍ରଦେଶରେ ୨୬ ହଜାରରୁ ଅଧିକ ସରକାରୀ ପ୍ରାଥମିକ ସ୍କୁଲ ବନ୍ଦ ହୋଇଛି। ଜନ୍ତରମନ୍ତର ନୀଟ୍ ଆନ୍ଦୋଳନ ବେଳେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇ ସୁପ୍ରିମକୋର୍ଟ ଗଲେ ଆଇଆଇଟି ଛାତ୍ର। ପାକିସ୍ତାନ ଶାନ୍ତି ରାଲିରେ ଆତ୍ମଘାତୀ ବିସ୍ଫୋରଣ, ୫ ସୁରକ୍ଷା କର୍ମୀଙ୍କ ସମେତ ୧୪ ମୃତ। 🏆⚽🚴🏼‍♀️ ଏସିଆ କପ୍‌ ପ୍ରସ୍ତୁତି: ଭାରତରେ ୮ ମ୍ୟାଚ୍‌ ଖେଳିବ ମାଲେସିଆ କନିଷ୍ଠ ଦଳ। ଭାରତର ୧୭ ବର୍ଷୀୟା ଯୁବତୀ ତନ୍ବୀ ଶର୍ମାଙ୍କୁ ଐତିହାସିକ ତାଇପେଇ ଓପନ୍‌ ବ୍ୟାଡମିଣ୍ଟନ ଟ୍ରଫି। ଭାରତ-ଶ୍ରୀଲଙ୍କା ଅଭ୍ୟାସ ମ୍ୟାଚ୍‌: ୪ ଦିନିଆ ବଦଳରେ ୩ ଦିନିଆ ହେବ। ଭୁବନେଶ୍ୱର ରେ ୟୋନେକ୍ସ ସନ୍‌ରାଇଜ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଉତ୍ତରାଖଣ୍ଡର ୩ ଜଣ ଟ୍ରଫି ଜିତିଲେ। ଛତିଶଗଡ଼, ଦିଲ୍ଲୀ, ତାମିଲନାଡୁ, ‌‌କେରଳରୁ ଜଣେ ଲେଖାଏଁ ଟ୍ରଫି ଜିତିଲେ। ସିବିଏସ୍ଇ ପୂର୍ବାଞ୍ଚଳ ତୀରନ୍ଦାଜୀ: ୩ ସ୍ୱର୍ଣ୍ଣ ଜିତିଲେ କଳାହାଣ୍ଡିର କ୍ଷୀରୋଦ। *ଗତବର୍ଷ ଏଇ ସମୟରେ* ଅନୁଦାନପ୍ରାପ୍ତ ହାଇସ୍କୁଲ, ବ୍ଲକ୍‌ଗ୍ରାଣ୍ଟ ହାଇସ୍କୁଲ ଓ ସଂସ୍କୃତ ଟୋଲ୍ ରେ ଅତିଥି ଶିକ୍ଷକ ନିଯୁକ୍ତ ହେବେବୋଲି ସରକାର କହିଥିଲେ। ପୁରୀ ବଳଙ୍ଗା ପୀଡିତା ଝିଅର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପାନ ମସଲା, ଇଟାଭାଟି, ବାଲି ଖନନର ଟିକସ କିଏ ଖାଇଯିବ ବୋଲି ପାଇଁ ‘ଟ୍ରାକ୍‌ ଆଣ୍ଡ୍‌ ଟ୍ରେସ୍‌’ ବ୍ୟବସ୍ଥା କରିଥିଲେ ଜିଏସଟି କର୍ତ୍ତୃପକ୍ଷ। ================ ଆଜି ହୃଦ ରୋପଣ ଦିବସ ଆଜି ଜନ୍ମଦିନ: ବିଶ୍ୱଭୂଷଣ ହରିଚନ୍ଦନ, ଦାଶ ବେନହୁର (ଲେଖକ, ଖଣ୍ଡପଡା), ଗୋପାଳ ରଥ (ସମ୍ବଲପୁର), ଭୁପେନ ମହାପାତ୍ର (ଜଳେଶ୍ବର) ଆଜି ତିରୋଧାନ: ଚିନ୍ମୟାନନ୍ଦ ସରସ୍ୱତୀ ଇତିହାସରେ ଆଜି: (୧୪୯୨) ସ୍ପେନରୁ ବର୍ତ୍ତମାନର ଆମେରିକାକୁ କଲମ୍ବସଙ୍କ ଜଳଯାତ୍ରା/ (୧୯୪୭) ବାବା ଆମ୍ବେଦକର ହେଲେ ଦେଶର ପ୍ରଥମ ଆଇନମନ୍ତ୍ରୀ/ (୧୯୮୫) ବାବା ଆମତେଙ୍କୁ ମାଗାସେସେ ପୁରସ୍କାର। ================ *ବନ୍ଦେ ଉତ୍କଳ ଜନନୀ* 🪻🌻🪻

  • *ଖବର ଆଜିର, ୨ ଅଗଷ୍ଟ ରବିବାର* ================= କୃଷି ଯନ୍ତ୍ରପାତି, ଉପକରଣ ଓ ଡିଜେଲ ପମ୍ପ୍‌ସେଟ୍‌ର ଲୋକପ୍ରିୟକରଣ ଯୋଜନା ଆଉ ୫ ବର୍ଷ ପାଇଁ ବଢ଼ିଲା। ଜଳସେଚନ ଓ ଭୂତଳ ପାଇପ୍ ଲାଇନ୍‌ ବ୍ୟବସ୍ଥା ଦ୍ବାରା ଜଳ ବିତରଣ ପାଇଁ ୬୭୩ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ହେଲା। ବନ୍ୟା ଛାଡ଼ିବାର ୩ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ। କୃଷି ଓ ଘରଭଙ୍ଗା କ୍ଷେତ୍ରରେ ତୁରନ୍ତ ପ୍ୟାକେଜ୍ ଦିଆଯିବ। ଓଡ଼ିଶାରେ ବନ୍ୟାଜନିତ କ୍ଷତିପୂରଣ ପାଇଁ କେନ୍ଦ୍ର ସରକାର ୫୦୦ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଭଦ୍ରକରେ ସାଳନ୍ଦୀ ନଦୀର ସ୍ତର ୧୧ ଫୁଟ ତଳକୁ ଓ ବୈତରଣୀର ସ୍ତର ୧୭ ମିଟର ତଳକୁ ଖସି ଆସିଛି। ଶସ୍ତା ହେଲା କମର୍ସିଆଲ ସିଲିଣ୍ଡର। ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୯୨ ଟଙ୍କା ହ୍ରାସ ପାଇଛି। ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ୩ରୁ ୫ ତାରିଖ ଯାଏଁ କାର୍ଯ୍ୟକ୍ରମ ରହିବ। ସ୍ୱାମୀ ଲକ୍ଷ୍ଣଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାରେ ନାଇଡୁ କମିଶନ ରିପୋର୍ଟ କେଉଁ ବିଭାଗରେ ଥିଲା, ତାକୁ ନେଇ ଦ୍ୱନ୍ଦ। ବ୍ରହ୍ମପୁର ମେଡ଼ିକାଲ ପିଜି ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ, ତୁରନ୍ତ ଦାଖଲ କରାଯିବ ରିପୋର୍ଟ। ବଲାଙ୍ଗିରରର ଅସଲି ବ୍ୟାଙ୍କ ନାଁରେ ନକଲି ମ୍ୟାନେଜରର ଠକେଇ। ଶିକାର ହେଲେ ନିରୀହ ଗରିବ ଚାଷୀ। ମୟୁରଭଞ୍ଜ ଜିଲ୍ଲା କୁଆମରା ଗ୍ରାମର ୩ଜଣ ଯୁବକଙ୍କର ଏକ ସଡ଼କ ଦୁର୍ଘଟଣାରେ ଶୋଚନୀୟ ମୃତ୍ୟୁ ହୋଇଛି। କନ୍ଧମାଳ ଜିଲ୍ଲା ରାଇକିଆରେ ଶିକ୍ଷକଙ୍କ ମାଡରେ ତୃତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ହୋଇଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରରେ ବଜ୍ରାଘାତରେ ଗୋଟିଏ ପରିବାରର ପାଞ୍ଚଜଣ ଗୁରୁତର ହୋଇଛନ୍ତି l ସୁନ୍ଦରଗଡ ହେମଗିରିରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ। ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକରେ ସାରର କଳାବଜାରୀ, ଗୋଦାମ ସିଲ ହେଲା। ୩୦୦୦ ବସ୍ତା ସାରର ହିସାବ ନାହିଁ। ରାୟଗଡା ପୁଟାସିଂ ଘାଟିରେ ଭାରସାମ୍ୟ ହରାଇ ଖସିପଡିଲା ବାଇକ୍। ଜଣେ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର। କୋରାପୁଟ ଜୟପୁରରେ ଛୁରି ଭୁସି ଯୁବକଙ୍କୁ ହତ୍ୟା। ଅଭିଯୁକ୍ତକୁ ଗିରଫ ଦାବିରେ ମୃତଦେହ ରଖି ଜାତୀୟ ରାଜପଥ-୨୬ ଅବରୋଧ। ଗଜପତି ଜିଲ୍ଲା କାଶୀନଗରରେ ବାଇକ୍‌ ଦୁର୍ଘଟଣାରେ ଏଏସ୍‌ଆଇ ମନୋଜ ପାଢ଼ୀ ମୃତ, ଅନ୍ୟ ଜଣେ ଗୁରୁତର। ଭଦ୍ରକ ବାସୁଦେବପୁରରେ ବିଦ୍ୟୁତ ଆଘାତରେ କର୍ମଚାରୀ ମୃତ। ମୃତକଙ୍କ ନାମ ବିଷ୍ଣୁମୋହନ ପଣ୍ଡା। ରାଜଧାନୀ ଲକ୍ଷ୍ମୀ ସାଗରରେ ବିଲ୍‌ଡରଙ୍କ ଘରୁ ୨ କୋଟି ଟଙ୍କାର ସୁନା ସହ ୫ ଲକ୍ଷ ଲୁଟ୍‌। ବନ୍ଦେ ଭାରତ ଟ୍ରେନରେ ସୁରତରୁ ଅହମଦାବାଦ ଅଣାଯାଇଛି ୩୬ ବର୍ଷୀୟ ଓଡ଼ିଆ ଯୁବକ ମିଥୁନ ସ୍ବାଇଁଙ୍କ ହାର୍ଟ। 🇳🇪 ପେଟ୍ରୋଲିୟମ ମନ୍ତ୍ରାଳୟର ବକ୍ତବ୍ୟ, ଇ ୨୦ ମିଶାଇଲେ ପେଟ୍ରୋଲର ଦାମ ୩୦ ଟଙ୍କା କମୁଛି। ଆଜି ନଶା ମୁକ୍ତ ଯୁବ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ କେନ୍ଦ୍ର ସରକାର। କେରଳରେ ପ୍ରବଳ ବର୍ଷା, ଭୂସ୍ଖଳନ; ୩ ଶିଶୁଙ୍କ ସମେତ ୭ ମୃତ। ରାଜନେତାଙ୍କୁ ହନିଟ୍ରାପ୍‌ କରିବାକୁ ଆତଙ୍କବାଦୀ ଷଡ଼ଯନ୍ତ୍ର ଝାଡ଼ଖଣ୍ଡ ମହିଳାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୁଲିସ। ବିଶ୍ୱ ରେକର୍ଡ କଲା ଆନ୍ଧ୍ରର ଆଦିବାସୀ ଧିମ୍ସା ନୃତ୍ୟ। ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ହେଲା ସାମିଲ। ଏସଆଇଆର୍: ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଡ୍ରାଫ୍ଟ ତାଲିକାରୁ ୧ କୋଟି ୧୨ ଲକ୍ଷ ନାମ କଟିଲା। ରୁଷ ସେନାରେ ଏବେ ବି ପ୍ରାୟ ୨୪ ଜଣ ଭାରତୀୟ ନାଗରିକ ଫସିକରି କାର୍ଯ୍ୟରତ ଅଛନ୍ତି। ପୁଣି ଥରିଲା ଜାପାନ: ୫.୮ ତୀବ୍ରତାଯୁକ୍ତ ଭୂମିକମ୍ପ, ସୁନାମି ଆଶଙ୍କା ନାହିଁ। 🚴🏾‍♂️⚽🏏 ସିବିଏସ୍ଇ ପୂର୍ବାଞ୍ଚଳ ତୀରନ୍ଦାଜୀ ଚାମ୍ପିଅନସିପରେ ୧୯ ବର୍ଷରୁ କମ୍ ବର୍ଗରେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଲେ କଳାହାଣ୍ଡିର କ୍ଷୀରୋଦ କୁମାର। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ମୁଷ୍ଟିଯୁଦ୍ଧରୁ ୭ ସ୍ବର୍ଣ୍ଣ, ୩ ରୌପ୍ୟ ପାଇଛି। ଭାର ଉତ୍ତୋଳନରେ ମୀରାବାଇଙ୍କୁ ହ୍ୟାଟ୍ରିକ୍‌ ସ୍ବର୍ଣ୍ଣ, ରେକର୍ଡ ସହ ଋଷିକାନ୍ତଙ୍କୁ ରୌପ୍ୟ। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u *ଗତବର୍ଷ ଏଇ ସମୟରେ* ଏଇ ବର୍ଷ ଶେଷ ସୁଦ୍ଧା ରାଜ୍ୟର ୩୦ ଜିଲ୍ଲାରେ ୩୮ଟି ମଡେଲ ମଣ୍ଡି ହେବ ବୋଲି ଘୋଷଣା ହୋଇଥିଲା। ସମସ୍ତ ଜିଲ୍ଲାରେ ଆଇନ ଅଫିସର ନିଯୁକ୍ତ ହେବବୋଲି ନିଷ୍ପତ୍ତି ହୋଇଥିଲା। ଦେଶରେ ମ୍ୟାଲେରିଆ ସଂକ୍ରମଣରେ ଓଡିଶା ପ୍ରଥମ ହୋଇଥିଲା। ================ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଆରମ୍ଭ ଆଜି ଜନ୍ମଦିନ: ଗଙ୍ଗାପ୍ରସାଦ ବିର୍ଲା, ବିଦ୍ୟାଚରଣ ଶୁକ୍ଳା, ତରୁଣକାନ୍ତି ମିଶ୍ର (କେନ୍ଦୁଝର), ଏପି ଭେଙ୍କଟଶ୍ବରନ (କୁଟନୀତିଜ୍ଞ, ବ୍ରହ୍ମପୁର) ଆଜି ତିରୋଧାନ: ଗ୍ରାହାମ ବେଲ, ଅରୁଣ ଦେ ଇତିହାସରେ ଆଜି: (୧୯୩୨) ପଜିଟ୍ରୋନ ଆବିଷ୍କାର ହେଲା/ (୧୮୫୮) ଇଷ୍ଟ ଇଣ୍ଡିଆ କମ୍ପାନୀରୁ ଭାରତକୁ ବ୍ରିଟିଶ ସରକାର ନେଲେ/ (୧୮୭୦) ଲଣ୍ଡନରେ ବିଶ୍ୱର ପ୍ରଥମ ଭୂମିତଳ ରେଳସେବା ଆରମ୍ଭ/ (୧୯୩୨) ଭାରତରୁ ବର୍ମା ଅଲଗା ହେଲା/ (୧୯୯୦) କୁଏତ ଉପରେ ଇରାକ ଆକ୍ରମଣ ================= *ବନ୍ଦେ ଉତ୍କଳ ଜନନୀ* 🪻🌻🪻 ================

  • *ଖବର ଆଜିର, ୧ ଅଗଷ୍ଟ ଶନିବାର* ================ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ରାଜ୍ୟରେ କମ୍‌ ବର୍ଷା ହେବ। କୌଣସି ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ନାହିଁ। ହୀରାକୁଦରେ ଆଉ ୮ଟି ଗେଟ୍ ଖୋଲାଯିବା ପରେ ମୋଟ୍ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଆସନ୍ତା ୩ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସଫ୍‌ଟୱେର ବିଭ୍ରାଟରୁ ବୟସ୍କ ଓ ଭିନ୍ନକ୍ଷମଙ୍କ ଭତ୍ତା ମାସ ମାସ ଧରି ଅଟକିଥିଲା। ଏବେ ଜୁଲାଇ ମାସର ଚାଉଳ ଅଟକିଗଲା। ଗାଡି ଚାଳକ ସାବଧାନ, ଆଜିଠୁ କଟିବ ଏଆଇ ଇ-ଚାଲାଣ। ପ୍ରଥମେ ମଙ୍ଗୁଳି-ସମ୍ବଲପୁର-ରାଉରକେଲା, ବ୍ରହ୍ମପୁର-ତପ୍ତପାଣି-ଭଞ୍ଜନଗର ରାସ୍ତା। ବନ୍ୟା ପାଇଁ ବଢ଼ିଲା ମାଟ୍ରିକ ଫର୍ମ ଫିଲ୍-ଅପ୍ ଅବଧି, ଅଗଷ୍ଟ ୧୪ ଯାଏଁ ମିଳିବ ସୁଯୋଗ। ବ୍ରହ୍ମପୁର ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ତନାଘନା ଚାଲିଛି। ତିନି ମାସ ବନ୍ଦ ପରେ ଭିତରକନିକା ଜାତୀୟ ଉଦ୍ୟାନ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲୁଛି। ପୁରୀରେ ବନ୍ୟା ସ୍ଥିତି ଗମ୍ଭୀର। ବିପଦ ସଙ୍କେତ ଉପରେ ଦୟା‌, ଦେବୀ, ଭାର୍ଗବୀ ନଦୀ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍‌ ଓ ବରଗଡ଼ ଜିଲ୍ଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି। ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ରେ ପାଣି ରଖିବାକୁ ନିର୍ଦ୍ଦେଶ। ଜଳଭଣ୍ଡାର ପରିସରରେ ୧୬୩ ଧାରା। ବନ୍ୟାଜଳରେ ବୁଡ଼ିଲା ଭଦ୍ରକ-ଆରଡି ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ ହେଲା। ସୁରେଶ ପୂଜାରୀଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ମାଝୀ ବିମାନରେ ବନ୍ୟା ପ୍ରଭାବିତ ଯାଜପୁର, ଭଦ୍ରକ, ବାଲେଶ୍ବର ଓ କେନ୍ଦୁଝରକୁ ଆକାଶରୁ ଦେଖିବେ। କଟକ ସହରର ନଦୀଘାଟ ଓ ବାଲିଯାତ୍ରା ତଳ ପଡ଼ିଆକୁ ସର୍ବ ସାଧାରଣଙ୍କ ପ୍ରବେଶ ନିଷିଦ୍ଧ। ଝାରସୁଗୁଡା ଧୁତରା ରେଳଫାଟକରେ ଟ୍ରେଲର ବ୍ରେକଡାଉନ୍, ଘଣ୍ଟାଏ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ। ରାଉରକେଲା ରେଳ ଷ୍ଟେସନରେ ଘୋଷଣାକୁ ନେଇ କାଉଡ଼ିଆଙ୍କ ହଙ୍ଗାମା, ଦେଢ଼ ଘଣ୍ଟା ପରେ ସମାଧାନ। ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଗ୍ୟାରେଜ୍‌ ଛକରେ ପାନ ଦୋକାନୀଙ୍କୁ ହତ୍ୟା କରାଯାଇଥିବା ଖବର ମିଳିଛି। ରାୟଗଡାରେ ବ୍ୟାଗରେ ମହିଳାଙ୍କ ମୃତଦେହ ଘଟଣାରେ ଅଭିଯୁକ୍ତକୁ ବିଶାଖାପାଟଣାରୁ ଗିରଫ କଲା ପୁଲିସ। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ନବରଙ୍ଗପୁରରେ କୋଟିଏ ଟଙ୍କାରେ ତିନିଟା ଗୋଶାଳା। କିନ୍ତୁ କାମରେ ଆସୁନି, ରାସ୍ତାରେ ଭର୍ତ୍ତି ଗାଈଗୋରୁ। ମୟୁରଭଞ୍ଜ ବେତନଟୀ ଲ୍ୟାମ୍ପ୍‌ ରେ ୪୧ଲକ୍ଷ ଟଙ୍କାର ଘୋଟାଲା, ପୂର୍ବ ପରିଚାଳନା ନିର୍ଦ୍ଦେଶକ ଗିରଫ। ଭୁବନେଶ୍ୱର କୁଆଖାଇ ବ୍ରିଜ୍‌ରୁ ଜଣେ ମହିଳା ନଦୀକୁ ଡେଇଁ ପଡ଼ି ନିଖୋଜ ହୋଇ ଯାଇଛନ୍ତି। ରାୟଗଡା ବିଷମକଟକ ସରକାରୀ ବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳ। ୩ ଆହତ, ୨ ଜଣଙ୍କ ମୁଣ୍ଡ ଫାଟିଲା। 🇳🇪 ଲୋକସଭାରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍‌ ପାରିତ ହେଲା। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିିଧି ଯୋଜନା ୨୦୩୦-୩୧ ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି। ଆସାମ ବନ୍ୟା ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି, ଗୁଜରାଟରେ ୧୩ ଜିଲ୍ଲାରେ ରେଡ ଆଲର୍ଟ। ବିଜେପି ନେତାଙ୍କ ଝିଅ ଯଶସ୍ୱିନୀ ରାଜେ ସିଂହ ଶିକ୍ଷା ମାମଲାରେ ସରକାରଙ୍କୁ ସମାଲୋଚନା କଲେ, ଶିକ୍ଷା ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିଯୁକ୍ତିକୁ ‘ହାସ୍ୟାସ୍ପଦ’ ବୋଲି କହିଲେ। ଦିଲ୍ଲୀରେ ଆଇବି ଅଫିସର୍‌ ଅଙ୍କିତ ଶର୍ମା ହତ୍ୟା ମାମଲାରେ ଆପ୍‌ କର୍ପୋରେଟର ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ। ପାକିସ୍ତାନ କୋଇଲା ଖଣିରେ ବିସ୍ଫୋରଣ। ୩୫ ଶ୍ରମିକଙ୍କ ମୃତ୍ୟୁ, ଫସିଛନ୍ତି ୧୦ ଜଣ। 🚴🏾‍♂️⚽🏏 ‘ହକି ଇଣ୍ଡିଆ’ ସଭାପତି ଦିଲୀପ ତିର୍କି କହିଛନ୍ତି ଯେ ଜର୍ସିର ରଙ୍ଗ ଗେରୁଆ କରିବା ନିଷ୍ପତ୍ତି ତାଙ୍କ ଜ୍ଞାତସାରରେ ହୋଇନାହିଁ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜୁଡୋରେ ଅସ୍ମିତା ଓ ହର୍ଷ ସିଂହ ପାଇଲେ ସ୍ବର୍ଣ୍ଣ, ଯାମିନୀ ମୌର୍ଯ୍ୟ ପାଇଲେ ରୌପ୍ୟ। ଜାଭେଲିନରେ ନୀରଜ ଚୋପ୍ରା ରୌପ୍ୟ, ୟଶବୀର ସିଂହ କାଂସ୍ୟ। ଡିସ୍‌କସ୍‌ ଥ୍ରୋରେ ଭାରତର ସୀମା କାଲିରାମନା ଜିତିଲେ କାଂସ୍ୟ, ଭାରୋତ୍ତୋଳନରେ ରୌପ୍ୟ ଜିତିଲେ ଲଭ୍‌ପ୍ରୀତ୍‌। ଭାରତୀୟ ବାଳକ ଦଳ ଲଗାତାର ଦ୍ବିତୀୟ ଥର ଲାଗି ବିଶ୍ବ ସ୍କ୍ବାସ୍‌ କନିଷ୍ଠ ପ୍ରତିଯୋଗିତାରେ କାଂସ୍ୟ ପଦକ ପାଇଲେ। *ଗତବର୍ଷ ଏଇ ସମୟରେ* ସ୍କୁଲ ବ୍ୟାଗ୍‌ ହାଲୁକା ହେବ, କହିଥିଲେ ସରକାର। ୨୦୧୯ ର ସରକାରୀ ‌ନିର୍ଦ୍ଦେଶ ପାଳିବାର ଥିଲା। ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ୬୫୦୦ କୋଟି ନିବେଶ ହେବାର ଥିଲା। ପୁରୀ ଶରଧାବାଲି ଦଳଚକଟା ଘଟଣାର ତଦନ୍ତ ରିପୋର୍ଟ ଦେଇଥିଲେ ଉନ୍ନୟନ କମିଶନର। ଆଇଏଏସ ଧିମାନ ଚକମା ଜେଲରୁ ବାହାରିଥିଲେ। ଲାଞ୍ଚ ଖାଇବା ଅଭିଯୋଗରେ ଗିରଫ ହୋଇଥିଲେ। ମୋଦିଙ୍କ ୭୫ତମ ଜନ୍ମ ଦିନ ଉପଲକ୍ଷେ ଓଡ଼ିଶାରେ ସରକାର ୭୫ ଲକ୍ଷ ଗଛ ଲଗାଇଥିଲେ। ================ *ଆଜି ସମ୍ବଲପୁରୀ ଦିବସ* ଆଜି ଫୁସଫୁସ କ୍ୟାନସର ଦିବସ ଆଜି www ଦିବସ ଆଜି ଜନ୍ମଦିନ: ମୀନା କୁମାରୀ, ତାପସୀ ପାନ୍ନୁ ଇତିହାସରେ ଆଜି: (୨୦୦୦) ଇରାନରେ ମହିଳା ଇମାମ ପ୍ରଥା ଆରମ୍ଭ, (୧୯୨୦) ବ୍ରିଟିଶ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ================= *ବନ୍ଦେ ଉତ୍କଳ ଜନନୀ* 🪻🌻🪻

  • *ଖବର ଆଜିର, ୩୧ ଜୁଲାଇ, ଶୁକ୍ରବାର* ================= ଆସନ୍ତା ରବିବାରରୁ ବଢ଼ିବ ବର୍ଷାର ପରିମାଣ। ୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଆକାଶ ମାର୍ଗରୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ସମୀକ୍ଷା କଲେ, ଭିଡିଓ ଉଠାଇଲେ। ମହାନଦୀ ଜଳ ସମାଧାନ ପାଇଁ ଓଡିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ। ଟ୍ରିବ୍ୟୁନାଲ ଏବେ ନୀରବ। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ଓଡ଼ିଶାର ଅକ୍ଷୟଶକ୍ତି କ୍ଷେତ୍ରରେ ଆଦାନୀ ଗ୍ରୁଫ୍ ପୁଞ୍ଜି ନିବେଶ କରିବ ୧.୫ଲକ୍ଷକୋଟି ଟଙ୍କା। ଏବେ ଓଡ଼ିଶା ମେଡିକାଲ୍ ପିଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍। ହ୍ୱାଟ୍ସଆପ୍ ଗ୍ରୁପରେ ବାଣ୍ଟିଛନ୍ତି। କେନ୍ଦୁଝରରେ ବନ୍ୟାରେ ଭାସିଗଲା ଦରଗୁଡ଼ିଶିଳା ନେଚର୍‌ କ୍ୟାମ୍ପ କଟେଜ୍‌ ଓ ଅନ୍ୟ ଭିତ୍ତିଭୂମି। ଭଦ୍ରକରେ ବନ୍ୟା। ୨୪ ଗାଁ ବିଚ୍ଛିନ୍ନ, ୧୦ ହଜାରରୁ ଅଧିକ ଲୋକ ବିପନ୍ନ, ଚାଷଜମି ଜଳମଗ୍ନ। କେନ୍ଦ୍ରାପଡ଼ାରେ ବ୍ରାହ୍ମଣୀ, କାଣୀ ଓ ଖରସ୍ରୋତାରେ ବନ୍ୟା। ୪ ବ୍ଲକ୍ ର ୯୭ ଗାଁ ଜଳବନ୍ଦୀ। ଜଗତସିଂହପୁର ଜିଲ୍ଲାରେ ବଢୁଛି ମହାନଦୀ। ପାଇକା ବିରିଡ଼ି, ତିର୍ତ୍ତୋଲ, କୁଜଙ୍ଗ ବ୍ଲକ୍‌ର ୬୬୯ ଜଣ ସ୍ଥାନାନ୍ତର। ଆନନ୍ଦପୁରରେ ବନ୍ୟା ସ୍ରୋତରେ ଭାସିଗଲା କାର୍, ଦିନକ ପରେ ମିଳିଲା ମୃତଦେହ। କେନ୍ଦୁଝର କାନପୁର ଡ୍ୟାମ୍‌ର ୫ ଗେଟ୍‌ ଖୋଲିଲା। ଭାଙ୍ଗିଲା ନବନିର୍ମିତ କଫର୍‌ ଡ୍ୟାମ୍‌। ମାଲକାନଗିରି ତଳିଆ ଅଞ୍ଚଳରେ ପାଣି ପଶିଲା, ଓଏଚ୍‌ପିସିରୁ ବିଦ୍ୟୁତ୍‌ ଉତ୍ପାଦନ ବ୍ୟାହତ। ଯାଜପୁରରେ ଅବସ୍ଥା ଅସମ୍ଭାଳ, ଆଉ ଦୁଇଦିନ ସ୍କୁଲ ଛୁଟି। ପ୍ରଭୁ ଧବଳେଶ୍ବରଙ୍କ ପୀଠକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ବର୍ତ୍ତମାନ ମନା। ଭୁବନେଶ୍ୱର ଭରତପୁର ଶୁଭଶ୍ରୀ ନାୟକ ହତ୍ୟା ମାମଲାରେ ସ୍ୱାମୀ ଓ ବାନ୍ଧବୀଙ୍କୁ ଆଜୀବନ କାରାଦଣ୍ଡ। ନବରଙ୍ଗପୁରରେ ଧର୍ମ ପରିବର୍ତ୍ତନ କରିଥିଲେ ବୋଲି ଶେଷକୃତ୍ୟକୁ ଶ୍ମଶାନ ବାସନ୍ଦ। 🇳🇪 ମଧ୍ୟପ୍ରଦେଶର ଧାର ଜିଲ୍ଲାର ଭୋଜଶାଳା ନିକଟରେ ଶୁକ୍ରବାର ନମାଜ ପାଠ ହୋଇପାରିବ। ଟିସିଏସ୍‌ ରେ କଳଙ୍କ। ନାସିକ କାର୍ଯ୍ୟାଳୟରେ ଯୌନ ନିର୍ଯାତନା ଓ ଧର୍ମାନ୍ତରୀକରଣ ରାକେଟ୍‌, ୭ ଗିରଫ। ସାମାଜିକ କର୍ମୀ ହେଲେ ଜେଲ୍ ଯିବାକୁ ପଡେ, ଛାତ୍ରଙ୍କ ଉପରେ ପୋଲିସର ଆକ୍ସନ ନେଇ କହିଲେ ଜେପି ନଡ୍ଡା। ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି ଆଣିଲା ସ୍ବାଧିକାର ଭଙ୍ଗ ନୋଟିସ। ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ତିନୋଟି ବିଧାନସଭା ଆସନର ଉପନିର୍ବାଚନରେ ଆଜି ମତଦାନ ପ୍ରକ୍ରିୟା ଶେଷ ହୋଇଛି। ବ୍ରିଟେନରେ ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁ ପ୍ରାୟ ୩ ହଜାର ଲୋକଙ୍କ ମୃତ୍ୟୁ। 🚴🏾‍♂️⚽🏏 ଭାରତୀୟ ହକି ଦଳର ନୂଆ ଜର୍ସି ହେଲା ଗେରୁଆ କରଣ। ବିଭିନ୍ନ କ୍ଷେତ୍ରରୁ ସମାଲୋଚନା। ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ରାହାଣେଙ୍କ ଅବସର। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ ୧୦୦ ମିଟର ଟି୪୭ରେ ଭାରତକୁ ଐତିହାସିକ ୧-୨ ସଫଳତା। ମୁରଲୀ ଶ୍ରୀଶଙ୍କର ପୁରୁଷ ଲଙ୍ଗ୍‌ଜମ୍ପ୍‌ରେ ରୌପ୍ୟ ପଦକ ଜିତିଲେ। ୪୦୦ ମିଟର ବାଧାଦୌଡ଼ ଫାଇନାଲ୍‌ରେ ୟାଶାସ୍‌, ସନ୍ତୋଷ। *ଗତବର୍ଷ ଏଇ ସମୟରେ* କାମଧେନୁ ଯୋଜନାରେ କୃଷକଙ୍କୁ ସରକାର ୨ଟି ଗାଈ ଦେବେ ବୋଲି କହିଥିଲେ। ଅଙ୍ଗନବାଡ଼ି ପାଇଁ ‘ଅସମ୍’ ଆପ୍ ତିଆରି କରିଥିଲେ ସରକାର। ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିଲା ବୋର୍ଡ ଉପସଭାପତିଙ୍କ ଲାପଟପ୍ ରୁ। ଭାରତ ଉପରେ ୨୫% ଶୁଳ୍କ ଲଗାଇଥିଲେ ଡୋନାଲଡ଼ ଟ୍ରମ୍ପ। ================= ଆଜି ବିଶ୍ୱ ରେଞ୍ଜର ଦିବସ ଆଜି ଜନ୍ମଦିନ: ମୁନସୀ ପ୍ରେମଚାନ୍ଦ, ମମତାଜ, କିଆରା ଆଡଭାନୀ, ପିସି ସରକାର ଜୁନିୟର ଆଜି ତିରୋଧାନ: ମହମ୍ମଦ ରଫି, ଶହୀଦ ଉଧାମ ସିଂ ଇତିହାସରେ ଆଜି: (୧୯୪୦) ଉଧମ ସିଂ ଙ୍କୁ ଫାଶୀ/ (୧୯୪୮) ପଶ୍ଚିମବଙ୍ଗରେ ଦେଶର ପ୍ରଥମ ରାଜ୍ୟ ପରିବହନ ନିଗମ ତିଆରି/ (୧୯୯୨) ପଣ୍ଡିତ ରବିଶଙ୍କରଙ୍କୁ ମାଗାସେସେ ପୁରସ୍କାର/ (୧୪୯୮) ଟ୍ରିନିଦାଦ ଆବିଷ୍କାର କଲେ କଲମ୍ବସ/ (୧୭୧୫) ସୁନା, ହୀରା ବୋଝେଇ ସ୍ପେନର ଜାହାଜ ଫ୍ଲୋରିଡାରେ ବୁଡ଼ିଲା, ୩୫୦୦ ମୃତ ================= *ବନ୍ଦେ ଉତ୍କଳ ଜନନୀ* 🪻🌻🪻

  • *ଖବର ଆଜିର, ୩୦ ଜୁଲାଇ, ବୁଧବାର* ================= ରାଜ୍ୟର ୫୦ହଜାର ଗାଁରେ ପହଞ୍ଚିବ ଇଣ୍ଟରନେଟ୍‌ ବୋଲି ସରକାରଙ୍କ ଘୋଷଣା। ଖୋରଧାରେ ଖୋଲିବ ଜାତୀୟ ଫୋରେନ୍‌ସିକ୍‌ ବିଜ୍ଞାନ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌। ପ୍ରକାଶ ପାଇଲା ଯୁକ୍ତ ୩ ତୃତୀୟ ପର୍ଯ୍ୟାୟ କଟଅଫ୍ ମାର୍କ। ୫୩,୬୫୬ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଚୟନିତ। ଓଡ଼ିଶା ଟିକସ ଓ ଆକାଉଣ୍ଟ ସେବା କ୍ୟାଡର୍‌ରେ ୧୯୮ ଅଧିକାରୀଙ୍କ ବଦଳି।ପହିଲା ସୁଦ୍ଧା ଯୋଗ ନଦେଲେ ଦରମା ବନ୍ଦ। ସରକାରଙ୍କ ମାଗଣା ଶିକ୍ଷା ଯୋଜନାରେ ଦ୍ଵନ୍ଦ, ପୁନଃ ନାମଲେଖା ପାଇଁ ଦେବାକୁ ପଡୁଛି ଫି। ଅଭିଭାବକ ମହଲରେ ବଢୁଛି ଅସନ୍ତୋଷ। ରାଜ୍ୟର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ୬୦ଟି ସ୍ୱତନ୍ତ୍ର ଟିମ୍‌କୁ ପ୍ରଭାବିତ ଅଞ୍ଚଳରେ ନିୟୋଜିତ କରାଯାଇଛି। ବୁଢ଼ାବଳଙ୍ଗ, ଜଳକା, ସୋନ ନଦୀରେ ବନ୍ୟା। ୧ଲକ୍ଷ ୩୦ ହଜାର ଲୋକ ପ୍ରଭାବିତ ହେଲେ। ବୈତରଣୀ-କାଣୀରେ ପ୍ରବଳ ବନ୍ୟା, ଯାଜପୁରର ୧୨୨ ଗାଁ କ୍ଷତିଗ୍ରସ୍ତ ହେଲେ। ବନ୍ୟାରେ ଭଦ୍ରକ ଜିଲ୍ଲାର ୫୫ ହଜାର ହେକ୍ଟର ଚାଷଜମି ଜଳମଗ୍ନ। ୭୨ ପଞ୍ଚାୟତର ୩ ଲକ୍ଷ ୩୯ ହଜାର ୭୭୦ ଲୋକ ପ୍ରଭାବିତ। ଲଗାଣ ବର୍ଷା ଯୋଗୁଁ ସମ୍ବଲପୁର, ବରଗଡ଼, ଦେବଗଡ଼ ଜିଲ୍ଲାରେ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ଧରି ବନ୍ଦ ରହିଛି। ଝାରସୁଗୁଡାରେ ନଦୀରେ ପ୍ରବଳ ବନ୍ୟା, ବୁଡ଼ିଲା ରାମଚଣ୍ଡୀ ମନ୍ଦିର। ଶ୍ରଦ୍ଧାଳୁଙ୍କୁ ଗୁମ୍ଫା ନିକଟକୁ ଯିବାକୁ ମନା। ଆଠଗଡ ମା' ଭଟ୍ଟାରିକାଙ୍କ ଗମ୍ଭୀରାରେ ପଶିଲା ବନ୍ୟାଜଳ। ରତ୍ନଗିରି ପାହାଡ଼ ଅସ୍ଥାୟୀ ମଣ୍ଡପକୁ ସ୍ଥାନାନ୍ତର ହେଲେ ଚଳନ୍ତି ପ୍ରତିମା। ବର୍ଷକରେ ୭୧୬ ଏଟିଏମ୍‌ ବନ୍ଦ ହୋଇଗଲାଣି। ଖୋର୍ଦ୍ଧାରେ ସର୍ବାଧିକ ୧୬୩, କଟକରେ ୫୮। ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଏସ୍‌ସିଇଆରଟି ସହକାରୀ ନିର୍ଦେଶକ ଦିଲୀପ ସାହୁ, ପ୍ରଲିପ୍ତା ମିଶ୍ର, ଭାରତୀ ଟୁଡୁ ଏବଂ ମୁଦ୍ରଣ ସଂସ୍ଥା ମାଲିକ ଅନୁପମ ଘୋଷଙ୍କୁ ହାଇକୋର୍ଟ ଜାମିନ ଦେଲେ। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ପାନ ଦୋକାନରେ ବିକ୍ରି ହେଉଥିଲା ନିଶା, ନିଆଁ ଲଗାଇଦେଲେ ଗାଁ ଲୋକ। ପାରାଦୀପରେ ନକଲି ମଦ କାରଖାନା ଠାବ। ନକଲି ମଦ, କେମିକାଲ, ବୋତଲ, ଜାଲ ଲେବଲ ଓ ଷ୍ଟିକର ଜବତ। ନୟାଗଡ଼ ଦଶପଲ୍ଲାରେ ଆଦିବାସୀଙ୍କ ଉପରେ ବିଦ୍ୟୁତ୍ କର୍ମଚାରୀଙ୍କ ଜୁଲୁମ୍। କୁକୁଡ଼ା ଓ ଟଙ୍କା ନେବାର ଭିଡିଓ ଭାଇରାଲ୍। ମୟୂରଭଞ୍ଜର ବିଜାତଳା ବ୍ଲକରେ ସରକାରୀ ନିର୍ଦ୍ଦେଶ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ ହୋଇନାହିଁ। ଯାଜପୁର ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ, ପୁଣି ନେଲା ଗୋଟେ ଜୀବନ। ମୟୁରଭଞ୍ଜ ବଡ଼ସାହିରେ ରାସ୍ତା ଉପରେ ରକ୍ତାକ୍ତ ସଂଘର୍ଷ ବର୍ଚ୍ଛା ଚୋଟରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ। ଗଞ୍ଜାମ ଚୁଡ଼ିଆଲାଞ୍ଜିରେ ମାଆ ଓ ପୁଅକୁ ହତ୍ୟା ମାମଲାରେ ଭଣଜା ଓ ମାଇଁକୁ ଆଜୀବନ ଜେଲ୍। ଭୁବନେଶ୍ୱର ଡିଏମ୍ ସ୍କୁଲର ଦ୍ୱିତୀୟ ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ, ସ୍କୁଲ୍ ପଛ ରିଜର୍ଭ ପଡ଼ିଆ ପାଣି କୁଣ୍ଡରୁ ମିଳିଲା ମୃତଦେହ। 🇳🇪 ଆସାମ ବନ୍ୟା ବିପର୍ଯ୍ୟୟ ମୃତ୍ୟୁ ସଂଖ୍ୟା ୭୫କୁ ବୃଦ୍ଧି, ୭ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର। ପଶ୍ଚିମବଙ୍ଗ ପୂର୍ବତନ ବସ୍ ଡ୍ରାଇଭରଙ୍କ ଘରୁ ନଗଦ ୨୦ କୋଟି ଓ ୧୫ କେଜି ସୁନା ଜବତ। ମଧ୍ୟପ୍ରଦେଶରେ କୃଷକ ଆନ୍ଦୋଳନ ତୀବ୍ର। ଭୋପାଳରେ ୨ ହଜାର କୃଷକ ପୁଲିସ ବ୍ୟାରିକେଡ୍‌ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ମାର୍ଚ୍ଚ କଲେ। ରାଜ୍ୟସଭାରେ ''ବନ୍ଦେ ମାତରମ୍'' ସଂଶୋଧନ ବିଲ୍ ଗୃହୀତ। ଜାତୀୟ ସଙ୍ଗୀତକୁ ଅପମାନ କଲେ ହେବ ୩ ବର୍ଷ ଜେଲ୍। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ଶସ୍ତାରେ ଥାଇଲ୍ୟାଣ୍ଡ ଯାତ୍ରା ହେଲା ବିପଦ। ନକଲି ପ୍ୟାକେଜ ନେଇଥିବା ତିନି ଭାରତୀୟ ଅପହୃତ। ଭୂକମ୍ପରେ ଥରିଲା ଜାପାନ: ୧୮ ମୃତ, ଉଦ୍ଧାର କାର୍ଯ୍ୟ ଜାରି। 🚴🏾‍♂️⚽🏏 ବେଲ୍‌ଜିୟମ ଓ ନେଦରଲାଣ୍ଡ୍‌ସରେ ଏଫ୍‌ଆଇଏଚ୍‌ ହକି ବିଶ୍ବକପ୍‌ ଲାଗି ଭାରତୀୟ ମହିଳା ଦଳର ଗସ୍ତ। ଭାରତୀୟ ପୁରୁଷ ହକି ଦଳ ଘୋଷିତ; ଓଡ଼ିଶାରୁ ଅମିତ ଓ ଶିଳାନନ୍ଦ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରୋତ୍ତୋଳନରେ ଭାରତର ହରଜିନ୍ଦର କୌର ରୌପ୍ୟ ଜିତିଲେ। ମୁଷ୍ଟିଯୁଦ୍ଧରେ ପଦକ ନିଶ୍ଚିତ କଲେ ପ୍ରିୟା, ପ୍ରୀତି, ଯଦୁମଣି। ବିଶ୍ବ ବନ୍ଧୁକଚାଳନାରେ ସୋନମ-ହିମାଂଶୁଙ୍କୁ କାଂସ୍ୟ ପଦକ। *ଗତବର୍ଷ ଏଇ ସମୟରେ* ପ୍ରଧାନମନ୍ତ୍ରୀ ଏକତା ସପିଙ୍ଗ ମଲ୍ ସବୁ ରାଜ୍ୟରେ ସ୍ଥାପନ ହେବାର ଥିଲା। ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ସ୍ଥାନ ଚିହ୍ନଟ। ================= ଆଜି ଜନ୍ମଦିନ: ହେନେରୀ ଫୋର୍ଡ, ସୋନୁ ନିଗମ, ମନ୍ଦାକିନୀ, ସୋନୁ ସୂଦ, ଆରନୋଲଡ଼ ସ୍କ୍ୱାର୍ଜେନେଗେର, ବାବୁସାନ, ଜ୍ୟୋତିପ୍ରକାଶ ମିଶ୍ର (ରାଉରକେଲା), ପଦ୍ମଶ୍ରୀ ଆର୍ତ୍ତବଲ୍ଲଭ ମହାନ୍ତି (ଲେଖକ, କଟକ) ଇତିହାସରେ ଆଜି: (୧୯୦୯) ରାଇଟ ବ୍ରଦର୍ସ ଦ୍ୱାରା ସେନା ପାଇଁ ବିମାନ ତିଆରି / (୧୯୬୬) ବିଶ୍ୱକପ ଫୁଟବଲ ଆରମ୍ଭ/ (୭୬୨) ବାଗଦାଦ ସହର ସ୍ଥାପନ/ (୧୭୨୯) ବାଲଟିମୋର ସହର ସ୍ଥାପନ ================= *ଗଛଟିଏ ଲଗାନ୍ତୁ* 🪻🌻🪻

  • *ଖବର ଆଜିର, ୨୯ ଜୁଲାଇ, ବୁଧବାର* ================= ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି। ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷାର ତାଣ୍ଡବ। ଆଜି ବାଲେଶ୍ୱର, ଭଦ୍ରକ ଓ ଯାଜପୁର ପାଇଁ ବିପଦ। କେନ୍ଦୁଝର ଆନନ୍ଦପୁରରେ ବିପଦ ସଂକେତ ଆଡକୁ ବଢୁଛି ବୈତରଣୀ ନଦୀ। ଭଦ୍ରକ ସହରର ରାସ୍ତାଘାଟ ଜଳମଗ୍ନ, ବୁଡ଼ିଗଲା ପରି ପରିସ୍ଥିତି। ଅବିରତ ବର୍ଷା ଫଳରେ ବୈତରଣୀ ନଦୀ ଦ୍ୱାରା ଯାଜପୁରରେ ବଡ଼ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ମୟୁରଭଞ୍ଜରେ ବ୍ରାହ୍ମଣୀ ଓ ଘାଗରା ନାଳ ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ। ୩୦ ଜିଲ୍ଲାର ସମ୍ପ୍ରସାରଣ ଅଧିକାରୀଙ୍କ ସମ୍ମିଳନୀ। ସରକାରୀ ଗାଡ଼ି, ଓପିଏସସି ନିଯୁକ୍ତି ଓ ସ୍ୱାସ୍ଥ୍ୟ ବୀମା ବାବଦରେ ବ୍ୟାପକ ଆଲୋଚନା କଲେ। ‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମ ରିଲିଜ୍ ଉପରେ ଶୁଣାଣି, ଧର୍ମୀୟ ଭାବନାକୁ ଆଘାତ ବୋଲି ଅଭିଯାଗ। ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ସମ୍ବଲପୁର ଓ ମୟୁରଭଞ୍ଜରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। କେରଳରେ କାମ କରୁଥିବା କନ୍ଧମାଳର ୩୪ ବର୍ଷୀୟ ଦାଦନ ଶ୍ରମିକ ସାଗର ପ୍ରଧାନଙ୍କ ମୃତ୍ୟୁ ଘଟିଛି। ଗୋଆକୁ ଦାଦନ ଖଟିବାକୁ ଯାଇଥିବା ଯୁବକଙ୍କ ଅକାଳ ମୃତ୍ୟୁ। ବି.ଏଡ୍‌ରେ ନାମ ଲେଖାଇଥିଲେ ପାରଳାଖେମୁଣ୍ଡିର ମୁନା ନାୟକ। ଅଗଷ୍ଟ ୧ରେ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ୧୧୭ ବଉଳା କୁମ୍ଭୀର ବସା ଚିହ୍ନଟ। କଟକ ଆଠଗଡରେ ୨୦୧୯ ରେ ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲାରେ ଅଦାଲତ ପ୍ରକାଶ ପ୍ରଧାନଙ୍କୁ ୮ ବର୍ଷ କାରାଦଣ୍ଡ ସହ ୧୦ ହଜାର ଜରିମାନା କରିଛନ୍ତି। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u କଟକ ମାହାଙ୍ଗା ଗୋବରୀ ନଦୀରେ ବୁଲୁଛି କୁମ୍ଭୀର, କରିସାରିଲାଣି ଅନେକ ଶିକାର। ଯାଜପୁର ବରମୁଣ୍ଡ ଅଣ୍ଡାଛକ ନିକଟସ୍ଥ ଯମୁନା ନାଳରେ କୁମ୍ଭୀର ବୁଲୁଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁର ଚାରି ବର୍ଷ ପରେ ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ଆତ୍ମସମର୍ପଣ। ମୟୂରଭଞ୍ଜରୁ ଚୋରି, ବାଲେଶ୍ବରରେ ବିକ୍ରି। ନୀଳଗିରିରୁ ଗହଣା ଦୋକାନୀଙ୍କ ସମେତ ୫ଗିରଫ। ରାଜଧାନୀରେ ପୁଣି ଚାଞ୍ଚଲ୍ୟ। ଚକେଇସିଆଣି ରେ ବାପାକୁ ପଥରରେ ଛେଚି ହତ୍ୟା କଲା ପୁଅ। ଆନ୍ଧ୍ରରେ କରୋନା ଭୁତାଣୁ ଚିହ୍ନଟ ପରେ ରାୟଗଡାରେ ଭୟର ବାତାବରଣ। ସୀମାରେ ପ୍ରତିବନ୍ଧକ ପାଇଁ ଦାବୀ। 🇳🇪 ଦିଲ୍ଲୀରେ ମହିଳାଙ୍କୁ ପ୍ରତି ମାସରେ ବିଜେପି ସରକାର ଦେବେ ୨୫୦୦ ଟଙ୍କା। ଉତ୍ତରାଖଣ୍ଡ ରେ ଭୁଶୁଡ଼ିଲା ୧୬ କୋଟି ଟଙ୍କାରେ ନିର୍ମିତ ବ୍ରିଜର ଆପ୍ରୋଚ୍‌ ରୋଡ୍‌। ୧୭ ଦିନ ପୂର୍ବରୁ ଉଦଘାଟନ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଫେସବୁକ୍ ଭିଡିଓକୁ ଭୁଲରେ ହଟାଇ ଦେଇଥିଲା ମେଟା। ଦିଲ୍ଲୀରେ କକ୍ରୋଚ ଆନ୍ଦୋଳନ ସହ ଜଡ଼ିତ କିଛି ପ୍ରଦର୍ଶନକାରୀଙ୍କୁ ଆକ୍ରମଣ, ଧମକ ମିଳୁଛି ବୋଲି ଅଭିଯୋଗ। ଦିଲ୍ଲୀ ଟ୍ୟାକ୍ସି ପରିବହନ ସଂଘ ପକ୍ଷରୁ ଇ-୨୦ ପେଟ୍ରୋଲ ନୀତି ବିରୋଧରେ ଅଗଷ୍ଟ ୪ରେ ସଂସଦ ଭବନ ଅଭିମୁଖେ ପ୍ରତିବାଦ ଶୋଭାଯାତ୍ରା କରାଯିବ। ଆମେରିକା ଚାପରେ ପଡି, ବାଧ୍ୟ ହୋଇ ଭାରତ ୨୫% ଏଲପିଜି କିଣିବ ଆମେରିକାରୁ। ଜାପାନରେ ଶକ୍ତିଶାଳୀ ୭.୧ ଭୂକମ୍ପ,ସୁନାମି ଚେତାବନୀ ଜାରି। କୃତ୍ରିମ ସୂର୍ଯ୍ୟ ତିଆରି କରୁଛି ଚୀନ୍: ବିଶ୍ୱର ସବୁଠାରୁ ବଡ଼ ଚୁମ୍ବକର ପରୀକ୍ଷଣ ସଫଳ। 🚴🏾‍♂️⚽🏏 ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରୋତ୍ତୋଳନରୁ ଭାରତ ଗୋଟିଏ ସ୍ବର୍ଣ୍ଣ ଓ ୨ଟି ରୌପ୍ୟ ପାଇଥିଲା, ପୁଣି ଆଉ ୨ଟି ପଦକ ପାଇଛି। ଦୌଡ଼କୁଦ ପ୍ରଥମ ଦିନରେ ୩ ଜଣ ଭାରତୀୟ ଆଥ୍‌‌ଲେଟ ଫାଇନାଲରେ ପ୍ରବେଶ କରିଛନ୍ତି। ଭାରତର ତିନି ବକ୍ସିଂ ପ୍ରତିଯୋଗୀ ଅଙ୍କୁଶ ପାଙ୍ଘଲ, ସଚିନ ସିୱାଚ୍‌ ଓ ସାକ୍ଷୀ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଭାରତର ଈଶା ସିଂହ ଆଇଏସ୍‌ଏସ୍‌ଏଫ୍‌ ସୁଟିଂ ବିଶ୍ବକପ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। *ଗତବର୍ଷ ଏଇ ସମୟରେ* ସ୍କୁଲ ଛାତ୍ରଛାତ୍ରୀ ଗେରୁଆ ରଙ୍ଗର ଆଇ-କାର୍ଡ ପକେଇବେ ବୋଲି ସମସ୍ତ ଜିଲ୍ଲାକୁ ଚିଠି ଲେଖିଥିଲେ ଶିକ୍ଷା ବିଭାଗ। 'ରାଜ୍ୟ ପଞ୍ଚାୟତ ପୁରସ୍କାର' ପର୍ବ ଆରମ୍ଭ ହୋଇଥିଲା। ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ ବୟାନ ବଦଳାଇ ଥିଲେ ୮୦ ଛାତ୍ରଛାତ୍ରୀ। ମହିଳା ଚେସ୍ ବିଶ୍ୱ କପ୍ ଜିତିବାରେ ଦିବ୍ୟା ଦେଶମୁଖ ହୋଇଥିଲେ ପ୍ରଥମ ଭାରତୀୟ ମହିଳା। ================= ଆଜି ବିଶ୍ୱ ବାଘ ଦିବସ ଆଜି ଜନ୍ମଦିନ: ଜେଆରଡି ଟାଟା, ଅନୁପ ଜଲୋଟା, ସଞ୍ଜୟ ଦତ୍ତ, ହର୍ଷଦ ମେହେଟା ଆଜି ତିରୋଧାନ: ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, ଅରୁଣା ଆସଫ ଅଲି, ଜନି ୱାକର ଇତିହାସରେ ଆଜି: (୧୯୫୮) ନାସା ପ୍ରତିଷ୍ଠା ହେଲା/ (୧୯୮୧) ପ୍ରିନ୍ସ ଚାର୍ଲସ ଓ ଡାଏନାଙ୍କ ବିବାହ ଅନୁଷ୍ଠିତ/ (୨୦୧୫) ମାଇକ୍ରୋସଫ୍ଟ ଦ୍ୱାରା ୱିଣ୍ଡୋସ 10 ଲଞ୍ଚ ହେଲା/ (୧୯୫୭) ଅନ୍ତର୍ଜାତୀୟ ଆଣବିକ ସଂସ୍ଥା ପ୍ରତିଷ୍ଠା ହେଲା/ (୨୦୦୬) ସାଙ୍ଗାକାରା ଓ ମାହେଲାଙ୍କ ୬୨୪ ରନ/ (୧୯୮୦) ମସ୍କୋ ଅଲିମ୍ପିକରେ ଭାରତ ହକି ସ୍ୱର୍ଣ୍ଣପଦକ ଜିତିଲା ================ *ଗଛଟିଏ ଲଗାନ୍ତୁ* 🙏

  • *ଖବର ଆଜିର, ୨୮ ଜୁଲାଇ, ମଙ୍ଗଳବାର* ================ ଉପକୂଳ ମୁହାଁ ଗଭୀର ଅବପାତ। ଆଜି ସକାଳ ସୁଦ୍ଧା ଛୁଇଁବ ସ୍ଥଳଭାଗ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା। ସାମ୍ସ ପୋର୍ଟାଲରେ ପିଜି ଆଡ଼ମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ। ପୁରୀରେ ଆଜି ବାହାରିବ ‘ନୀଳାଚଳ ଅବଢ଼ା’, ଏକ ଲକ୍ଷ ଭକ୍ତଙ୍କ ପାଇଁ ହେବ ପ୍ରସାଦ ପ୍ରସ୍ତୁତ। ନାଇଡୁ କମିଶନଙ୍କ ରିପୋର୍ଟ ଫାଇଲ୍ ଗାଏବ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର। ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କ ଇସ୍ତଫା ଦାବି କଲେ ବିରୋଧୀ। ଓଡ଼ିଶା ବନ୍ଦ ଚେତାବନୀ ଦେଲେ ପିସିସି ସଭାପତି। ଉଚ୍ଚ ମାଧ୍ୟମିକ ସ୍ତରକୁ ଅପଗ୍ରେଡ୍ ହେବେ ହାଇସ୍କୁଲ। ୭୧ଟି ହାଇସ୍କୁଲରେ ଖୋଲିବ ଯୁକ୍ତ ଦୁଇ ଶ୍ରେଣୀ। ବାଲେଶ୍ବର ପଞ୍ଚଲିଙ୍ଗେଶ୍ୱରଙ୍କ ସ୍ପର୍ଶ ଉପରେ କଟକଣା, କଟକ ଭଟ୍ଟାରିକା ପୀଠ ଛୁଇଁଲା ବନ୍ୟା ଜଳ। ପୁର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ସୁଶାନ୍ତ ସିଂହ ପରଲୋକରେ। ଦିଆଗଲା ଗାର୍ଡ ଅଫ୍ ଅନର। ‘ଆମେ କଟକିଆ’ ସମାବେଶରେ ସମ୍ମିଳିତ ଦାବି: ଶୈଳବାଳା କଲେଜକୁ ତୁରନ୍ତ ମିଳୁ ବିଶ୍ବବିଦ୍ୟାଳୟ ମାନ୍ୟତା। ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାଁରେ ଫୁଲବାଣୀ ମେଡିକାଲ କଲେଜ ହେବ ବୋଲି ନିଷ୍ପତ୍ତି। ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ବିକ୍ରମ-୧ ରକେଟ୍ କକ୍ଷପଥକୁ ଉତ୍‌କ୍ଷେପଣ କରିଥିବା ଟିମରେ ଥିଲେ ଟିଟିଲାଗଡ଼ ଝିଅ ପ୍ରୀତୀଶା ବାନାର୍ଜୀ। ଭୁବନେଶ୍ୱର ବାଲିଅନ୍ତା ଭିଡହତ୍ୟାର ସୌମ୍ୟଙ୍କ ଚାଞ୍ଚଲ୍ୟକର ଭିଡିଓ। ଆହୁରି ଫସିଲେ ଆଇପିଏସ ଦୟାଲ ଗଙ୍ଗୱାର। ସୁନ୍ଦରଗଡ କୁଆରମୁଣ୍ଡା ସରକାରୀ ଡାଏରି ଫାର୍ମର ୩୬୫ ଏକର ଜମିରୁ ୧୮୪ ଏକର ଘରୋଇ ସଂସ୍ଥାକୁ ଦେଇଦେଲେ କର୍ତ୍ତୃପକ୍ଷ। କଟକ ଜିଲ୍ଲା କିଶନନଗର ତହସିଲରେ ଜିଲ୍ଲାପାଳଙ୍କ ଜନଶୁଣାଣି ସମୟରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ପୁରୀ ଡେଲାଙ୍ଗ,ଅରାଗଡ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି, ୩୩ ଛାତ୍ରଛାତ୍ରୀ ଭର୍ତ୍ତିହେଲେ ଡାକ୍ତରଖାନାରେ। ରାୟଗଡ଼ା କେନ୍ଦୁଗୁଡ଼ା ଗାଁରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ୭୦ ଭରି ସୁନା ସହ ନଗଦ ୨ ଲକ୍ଷ ଟଙ୍କା ଲୁଟ୍। ବାରିପଦା ପିଆର୍‌ଏମ୍ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ୫ ମହଲା କୋଠାରୁ ଡେଇଁ ଜଣେ ରୋଗୀ ଜୀବନ ହାରିଛନ୍ତି। 🇳🇪 ପ୍ରଶ୍ନପତ୍ର ଲିକ୍‌ ବିଲ୍‌ ଉପରେ ଆଜି ସଂସଦରେ ଚର୍ଚ୍ଚା: ବାଚସ୍ପତିଙ୍କ ହସ୍ତକ୍ଷେପ ପରେ ବିରୋଧୀ ରାଜି। ଛତିଶଗଡ଼ରେ ବନ୍ୟା ପୂର୍ବାନୁମାନ ପରେ କଲମା ସମେତ ଅନ୍ୟ ବ୍ୟାରେଜ୍‌ର ସମସ୍ତ ଗେଟ୍ ଖୋଲା। ଆନ୍ଦୋଳନକାରୀଙ୍କ ବିରୋଧରେ ମାମଲା କରି ଧୋକା ଦେଇଛନ୍ତି ସରକାର। ପ୍ରତ୍ୟାହାର ନ କ‌ଲେ ପୁଣି ଆନ୍ଦୋଳନ ହେବ, କହିଲା କକ୍ରୋଚ ପାର୍ଟି। WhatsApp Channel join https://whatsapp.com/channel/0029VaUgRXG5fM5gVRc7391u ନୀତିନ ଗଡକରୀଙ୍କୁ ମେଟା, ଏକ୍ସ, ଗୁଗୁଲ ଏବଂ ଅନ୍ୟମାନଙ୍କ ବିରୋଧରେ ମାନହାନି ମାମଲା କରିବାକୁ ଅନୁମତି ମିଳିଛି। ଗଠନ ହେଲା ଇଜେପି: (E20 ପାର୍ଟି)। ଗ୍ରାହକଙ୍କ ପାଇଁ ୧୦୦ ପ୍ରତିଶତ ଶୁଦ୍ଧ ପେଟ୍ରୋଲ ଚୟନ କରିବା ଅଧିକାର ଦାବି କରିବେ। ଦେଶରେ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌ର ପରୀକ୍ଷଣ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଅନୁମତି ଦିଆଯାଇଛି। ପିଓକେରେ ବଡ଼ଧରଣର ପ୍ରତିବାଦ। ଆଲୋଚନା ବିଫଳ ପରେ ମୁଜାଫରାବାଦକୁ ପଦଯାତ୍ରା। ଭାରତୀୟ ଥିବା ଜାହାଜ ଉପରେ ୟୁକ୍ରେନ ଆକ୍ରମଣ, ୟୁକ୍ରେନ ରାଷ୍ଟ୍ରଦୂତଙ୍କୁ ଭାରତର ସମନ। 🚴🏾‍♂️⚽🏏 ରାଜ୍ୟଗୋଷ୍ଠୀ ପୁରୁଷ ୬୫ କିଲୋଗ୍ରାମ ଭାରୋତ୍ତୋଳନରେ ଭାରତର ରାଜା ମୁଥୁପାଣ୍ଡି ରୌପ୍ୟ ପଦକ ଜିତିଛନ୍ତି। ମୀରାବାଇଙ୍କୁ ହ୍ୟାଟ୍ରିକ୍‌ ସ୍ବର୍ଣ୍ଣ, ରେକର୍ଡ ସହ ଋଷିକାନ୍ତଙ୍କୁ ରୌପ୍ୟ। କାନାଡାରେ ଅନୁଷ୍ଠିତ କନିଷ୍ଠ ବିଶ୍ବ ସ୍କ୍ବାସ୍ ଚାମ୍ପିଅନ୍‌ସିପ୍ ଟାଇଟଲ୍‌ ହାତେଇଲେ ଅନାହତ ସିଂ। *ଗତବର୍ଷ ଏଇ ସମୟରେ* କଟକ ଓଏମପି ଛକରୁ କନ୍ଦରପୁର ପର୍ଯ୍ୟନ୍ତ ୬୪୦ କୋଟିର ଏଲିଭେଟେଡ୍ କରିଡର୍ ଘୋଷଣା ହୋଇଥିଲା। ପୁରୀରେ ବେଦାନ୍ତକୁ ବିକ୍ରି ହୋଇଥିବା ୬୦୭ ଏକର ଜମି ସୁପ୍ରିମକୋର୍ଟଙ୍କ ଆଦେଶ ସତ୍ତ୍ବେ ଫେରାଇ ଆଣି ନଥିଲେ ସରକାର। ବଲାଙ୍ଗୀର ଟିଟିଲାଗଡ଼ରେ ଶିଶୁକନ୍ୟାକୁ ୨୦ ହଜାର ଟଙ୍କାରେ ବିକିଥିଲେ ମା' ବାପା। ଟିସିଏସ ପ୍ରାୟ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା। ================ ଆଜି ପ୍ରକୃତି ସଂରକ୍ଷଣ ଦିବସ ବିଶ୍ୱ ହେପାଟାଇଟିସ ଦିବସ ଆଜି ଜନ୍ମଦିନ: ଗ୍ୟାରୀ ସୋବର୍ସ, ହୁମା କୁ୍ୟରେଶୀ, ଆୟେଶା ଜୁଲକା, ଧନୁଷ, ବିଜୟଶ୍ରୀ ରାଉତରାୟ (ନେତା) ଆଜି ତିରୋଧାନ: ମହାଶ୍ୱେତା ଦେବୀ ଇତିହାସରେ ଆଜିଦିନ: (୧୯୭୯) ଚରଣ ସିଂ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ହେଲେ/ (୧୮୨୧) ପେରୁ ଦେଶର ସ୍ୱାଧୀନତା ଦିବସ, (୧୯୧୪) ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ================ *ଗଛଟିଏ ଲଗାନ୍ତୁ*🙏