tgindex
Odia Books(ଓଡ଼ିଆ ବହି )

Odia Books(ଓଡ଼ିଆ ବହି )

Статистика

ALL ODIA BOOK AVAILABLE......📖📕📖📕📖 ଏହି ଗ୍ରୁପରେ ଓଡ଼ିଆ ପୁସ୍ତକ, ଗ୍ରନ୍ଥାବଳୀ, ଓଷାବ୍ରତ ବହି, ଗଳ୍ପ, ପ୍ରବନ୍ଧ, ମାସିକ ପତ୍ରିକା, ଉପନ୍ୟାସ, କବିତା ଇତ୍ୟାଦି 📖📖 Share 👍join the group 👑📚📚📚📖📕👑

Последний пост
7 июн.
Последнее чтение
13 авг.
Постов за неделю
0
Всего постов
20
Тип
открытый
Язык
or
В каталоге с
13 авг.
Подписчики
8 346
+7 за 2 дн.
Сутки
0
0,00%
Неделя
 
Месяц
 
Просмотров на пост
9 916
20 постов
Вовлечённость
118,8%
к подписчикам
Постов в день
0,0
всего 20
Упоминаний
0
каналов
Охват размещения
оценка
1/24сутки в ленте
1/48двое суток
1/72трое суток

Оценка по просмотрам недавних постов: пост набирает почти всё за первые сутки.

Посты

  • 7 июн.4 2065

    https://youtu.be/MGeI04PYNio?si=-v85iyzth-CkU4SW

  • 7 июн.4 2112

    https://youtu.be/MGeI04PYNio?si=-v85iyzth-CkU4SW

  • 2 июн.4 9894

    https://youtu.be/WZCZT8mMMGo?si=cT_VUHidqOIhIuNv

  • 15 мая6 8476112

    ଏ ଦୁନିଆରେ ସବୁଠାରୁ ଶସ୍ତା ଜିନିଷ .. “ଉପଦେଶ” ଜଣକ ପାଖରୁ ଚାହିଁଲେ ଦଶଜଣ ଦେବେ ଆଉ ସବୁଠାରୁ ଦାମୀ ଜିନିଷ ହେଉଛି... “ସାହାଯ୍ୟ” ଦଶଜଣଙ୍କ ପାଖରୁ ଚାହିଁଲେ ହୁଏତ ଜଣକ ପାଖରୁ ପାଇ ପାରନ୍ତି। ଜୟ ଜଗନ୍ନାଥ🙏🏻

  • 6 мая8 5649629

    *ଅପ୍ରିୟ ଲାଗିପାରେ, କିନ୍ତୁ ଏହାହିଁ ବାସ୍ତବତା !!* ଆପଣ ଯେଉଁଦିନ ମରିଯିବେ, କିଛି ସମୟ କନ୍ଦାକଟା ଜୋରରେ ଶୁଭିବ, ତାପରେ ଆପଣଙ୍କ ଅତି ନିଜର ଲୋକମାନେ ଆପଣଙ୍କୁ ଶବ ବା ମଢା ବୋଲି ସମ୍ବୋଧନ କରି ଶୀଘ୍ର ପୋଡ଼ି ଦେବାକୁ ପ୍ରସ୍ତୁତ ହେବେ। ଆପଣଙ୍କ ଆଉ କିଛି ସମ୍ପର୍କୀୟମାନେ ଶବଦାହକୁ ଆସିବେ, କିନ୍ତୁ ଛୁଆଁ ହୋଇଯିବେ ବୋଲି ଦୂରରେ ରହି କିଛି ସମୟ ପରେ ଚାଲିଯିବେ। ଦଶା ତୁଠରେ ବନ୍ଧୁ ବାନ୍ଧବ ମାନେ ଏମିତି ହସ ଖୁସିରେ ସମୟ କାଟୁଥିବେ ଯେ ସତେ ଯେମିତି କିଛି ହୋଇନି। ଆଉ କିଛି ସମ୍ପର୍କୀୟ ଆପଣଙ୍କ ବିୟୋଗରେ ଦୁଃଖ ପ୍ରକାଶ ବଦଳରେ ଦଶା ତୁଠ ଲୁଗାର ଖୁଣ କାଢ଼ୁଥିବେ। ଏକାଦଶାହ ଦିନ ଆମିଷ ବା ନିରାମିଷ ଭୋଜି ଖାଇ ଯିଏ ଯୁଆଡେ ଚାଲିଯିବେ। ଗୋଟିଏ ବା ଦୁଇଟି ସପ୍ତାହ ଆପଣଙ୍କୁ ନେଇ ସୋସିଆଲ ମିଡିଆରେ ବନ୍ଧୁ ପରିଜନ RIP କିମ୍ବା ଦୁଃଖପୂର୍ଣ୍ଣ ଇମୋଜି ସହ ଆପଣଙ୍କ ଆତ୍ମାର ସଦଗତି ନେଇ ମେସେଜ ପୋଷ୍ଟ କରିବେ ଓ ତାଙ୍କ କର୍ତ୍ତବ୍ୟ ସରିଗଲା ବୋଲି ଭାବି ନେବେ। ଆପଣଙ୍କ ଫୋନ ନମ୍ବରରେ ରିଙ୍ଗ୍ ଆସିବା ଧିରେ ଧିରେ ବନ୍ଦ ହେଇଯିବ । ତା'ପରେ ସମସ୍ତଙ୍କ ଜୀବନ ସ୍ୱାଭାବିକ ହୋଇଯିବ। ଆପଣଙ୍କ ସାଙ୍ଗ ସାଥୀ, ପରିବାର ଲୋକ ମଧ୍ୟ ଧୀରେ ଧୀରେ ଆପଣଙ୍କ ବିନା ଆଗକୁ ବଢ଼ିବେ। ଆପଣଙ୍କର ସଞ୍ଚୟ କାଗଜ ପତ୍ର ଖୋଜାଯିବ ଓ ସବୁକିଛି ପାଇଁ ନୋମିନି ଫର୍ମ ଭରା ଯିବ। ପୁଅ ମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ଧାଡ଼ିରେ ଠିଆ ହେବ। ମାସ ଦୁଇଟା ପରେ ଲାଗିବ ସତେ ଯେମିତି କିଛି ହୋଇନାହିଁ । ଆଉ କିଛି ମାସ ପରେ ଅପଣଙ୍କୁ ସମସ୍ତେ ଭୁଲିଯିବେ। ବର୍ଷକ ପରେ ଧୁମ୍ ଧାମ୍ ରେ ପ୍ରଥମ ଶ୍ରାଦ୍ଧ ରେ ଆପଣଙ୍କୁ କମ୍ ମନେ ପକାଇବେ, ଭୋଜି ଭାତ କୁ ଅଧିକ ଗୁରୁତ୍ଵ ଦେବେ। ବାସ୍, ଏହାହିଁ ଆପଣଙ୍କ ଜୀବନ। ଆପଣ ଯେଉଁମାନଙ୍କୁ ସବୁଠାରୁ ନିଜର ବୋଲି ଭାବୁଥିବେ, ସେମାନଙ୍କ ମଧ୍ୟରୁ କିଛି ଲୋକ ଆପଣଙ୍କ ଅନ୍ତିମ ସମୟରେ ମଧ୍ୟ ଆସିବେ ନାହିଁ । ଯେଉଁ ମାନଙ୍କୁ ଆପଣ ଅଧିକ ସମୟ ଦେଇଥିବେ, ସେହିମାନେ ସମୟ ନାହିଁ କହି ଦୁରେଇଯିବେ। ସତ୍ୟ ହେଉଛି: ଆମେ ସମସ୍ତେ ଦିନେ ମରିବା। ଆମ ମରଣରେ ଦୁନିଆ ଅଟକି ଯିବନି। କିଛି ମୁହୂର୍ତ୍ତ ମନେ ପକାଇବେ, ତା ପରେ ସବୁ କିଛି ସ୍ୱାଭାବିକ। ଆପଣ କେବଳ ଫଟୋରେ ରହିଯିବେ ତା ପୁଣି ଅଳନ୍ଧୁ ସହ। ତେଣୁ ଆପଣ ଅନ୍ୟମାନଙ୍କ ପାଇଁ କାହିଁକି ବଞ୍ଚୁଛନ୍ତି ? ଆପଣ କାହିଁକି ନିଜର ଖୁସି ଓ ସ୍ୱପ୍ନକୁ ବଳି ଦେଉଛନ୍ତି ? ଆଜିଠାରୁ ନିଜ ପାଇଁ ବଞ୍ଚନ୍ତୁ। ନିଜର ଖୁସିକୁ ପ୍ରାଥମିକତା ଦିଅନ୍ତୁ। ଯାହା ଆପଣଙ୍କ ହୃଦୟକୁ ଖୁସି କରେ ତାହା କରନ୍ତୁ। ଯାହା ଇଚ୍ଛା ହେଉଛି ପିନ୍ଧ, ଖାଅ। ଇଛା ହେଉଛି ତ ବଡ ପାଟିରେ ଗୀତ ଗାଅ। ଥକିଯିବା ପର୍ଯ୍ୟନ୍ତ ନାଚ, ଯେଉଁ ଆଡେ ଇଚ୍ଛା ହେଉଛି ବୁଲି ଯାଅ। ଏ ଜୀବନକୁ କି ଅବା ଭରସା, ଆଜି ଅଛି କାଲିକୁ ନାହିଁ । ପୁର୍ନଜନ୍ମ ଅଛି କି ନାହିଁ ତାର ପ୍ରମାଣ ଖୋଜନାହିଁ । ଥିଲେ ବି ଏ ଜନ୍ମର କଥା ଆର ଜନ୍ମକୁ ମନେ ରହିବ ନାହିଁ । ତେଣୁ ବର୍ତ୍ତମାନ ମୁହୂର୍ତ୍ତକୁ ହସ, ଖୁସି ଓ ଆନନ୍ଦରେ ଵିତାଅ । କାହା ସହ ଥିବା ପୂର୍ବ ବିବାଦକୁ ତୁରନ୍ତ ସମାଧାନ କର ଓ ନୂତନ ବିବାଦ ଆଉ ସୃଷ୍ଟି କରନାହିଁ । କାରଣ ନୂତନ ବିବାଦ ସୃଷ୍ଟି କରି ତାହାର ସମାଧାନ କରିବାକୁ ହୁଏତ ଆମକୁ ସମୟ ମିଳି ନପାରେ। ନିଜର ଭୁଲ ନ ଥିଲେ ବି ଭୁଲ ସ୍ବୀକାର କରି ବନ୍ଧୁତା ସୃଷ୍ଟି କର । 🌹🙏🌹

  • 10 мар.10,4 тыс4921

    ଫଳରେ ମହାଭାରତ ଯୁଦ୍ଧ ହୋଇଥିଲା ଏବଂ ଯୁଦ୍ଧରେ ଦୁର୍ଯ୍ୟୋଧନଙ୍କ ସମେତ ସମସ୍ତ କୌରବ ନିହତ ହୋଇଥିଲେ। କୁରୁକ୍ଷେତ୍ରର ଭୂମିରେ ଯେତେବେଳେ ଗାନ୍ଧାରୀ ନିଜର ୧୦୦ କୌରବ ପୁତ୍ରଙ୍କୁ ହରାଇଥିଲେ, ତେବେ ସେ ବହୁତ କ୍ରୋଧିତ ଏବଂ ଦୁଃଖିତ ଥିଲେ। ଗାନ୍ଧାରୀ ବିଳାପ କରି ଶ୍ରୀକୃଷ୍ଣଙ୍କୁ କହିଥିଲେ ଯେ ସେ ଚାହିଁଥିଲେ ଯୁଦ୍ଧ ରୋକିପାରିଥାନ୍ତେ, କିନ୍ତୁ ସେ କୌରବ ଏବଂ ପାଣ୍ଡବମାନଙ୍କୁ ଲଢ଼ି ମରିବାକୁ ଦେଲେ। ତେଣୁ ଗାନ୍ଧାରୀ କୃଷ୍ଣଙ୍କୁ ଅଭିଶାପ ଦେଇଥିଲେ ଯେ ଯେପରି ଗାନ୍ଧାରୀଙ୍କ କୁଳର ବିନାଶ ହୋଇଛି, ସେହିପରି କୃଷ୍ଣଙ୍କର ଯଦୁବଂଶର ମଧ୍ୟ ବିନାଶ ହୋଇଯିବ। ଗାନ୍ଧାରୀ କେବଳ ଶ୍ରୀକୃଷ୍ଣଙ୍କୁ ନୁହେଁ ବରଂ ଏହି ଅଭିଶାପ ପୂର୍ବରୁ ନିଜ ଭାଇ ଶକୁନିଙ୍କୁ ମଧ୍ୟ ଅଭିଶାପ ଦେଇଥିଲେ। ଯେତେବେଳେ କୁରୁକ୍ଷେତ୍ର ରଣଭୂମିରେ ଗୋଟିଏ ପରେ ଗୋଟିଏ କୌରବ ମୃତ୍ୟୁବରଣ କରୁଥିଲେ, ତେବେ ଗାନ୍ଧାରୀଙ୍କୁ ଏହି କଥାର ଅନୁଭବ ହୋଇସାରିଥିଲା ଯେ ଏବେ ତାଙ୍କର କୌଣସି ପୁତ୍ର ବଞ୍ଚିବେ ନାହିଁ। ଗାନ୍ଧାରୀ ନିଜ ଭାଇ ଶକୁନିଙ୍କୁ କହିଥିଲେ ଯେ ସେ ଯୁଦ୍ଧ ବନ୍ଦ କରାଇଦିଅନ୍ତୁ, ଯାହାଦ୍ୱାରା ଆହୁରି ବିନାଶ ହୋଇପାରିବ ନାହିଁ କିନ୍ତୁ ଶକୁନି ଗାନ୍ଧାରୀଙ୍କ କଥା ମାନିନଥିଲେ। ଏହି କାରଣରୁ ଗାନ୍ଧାରୀ ଦୁଃଖିତ ହୋଇ ଶକୁନିଙ୍କୁ ଅଭିଶାପ ଦେଇଥିଲେ ଯେ ଯେପରି ଶକୁନି ତାଙ୍କ ଗୃହ ରାଜ୍ୟ ହସ୍ତିନାପୁରରେ ଆସି ବିଦ୍ୱେଷ ଏବଂ କଳହ ଖେଳାଇଛନ୍ତି, ସେହିପରି ଗାନ୍ଧାର ନରେଶ ଶକୁନିଙ୍କ ଗୃହ ରାଜ୍ୟ ଗାନ୍ଧାରରେ ମଧ୍ୟ କେବେହେଲେ ଶାନ୍ତି ରହିବ ନାହିଁ। ସେଠାରେ ସର୍ବଦା ଗୃହଯୁଦ୍ଧ ଲାଗିରହିବ। ଶକୁନିଙ୍କ ମାଟିରେ କେବେବି ଶାନ୍ତି ଏବଂ ସମୃଦ୍ଧି ବୃଦ୍ଧି ପାଇପାରିବ ନାହିଁ। ଗାନ୍ଧାରୀଙ୍କ ଅଭିଶାପ କାରଣରୁ ହିଁ ବର୍ତ୍ତମାନ ଆଫଗାନିସ୍ତାନରେ ପରିଣତ ହୋଇଥିବା ଗାନ୍ଧାରରେ କେବେହେଲେ ଶାନ୍ତି ରହେନାହିଁ। ସେଠାରେ କୌଣସି ନା କୌଣସି କାରଣରୁ ଯୁଦ୍ଧ ଏବଂ ଅଶାନ୍ତିର ସ୍ଥିତି ଲାଗିରହିଥାଏ। କିଛି ପୌରାଣିକ ମାନ୍ୟତା ଏହା ମଧ୍ୟ କହେ ଯେ ଶକୁନି ନିଜ ମୃତ ଭାଇମାନଙ୍କର ପ୍ରତିଶୋଧ ଧୃତରାଷ୍ଟ୍ର ଏବଂ ଭୀଷ୍ମଙ୍କଠାରୁ ନେଇଥିଲେ।

  • 10 мар.8 8854520

    ମହାଭାରତରେ ଯେତେବେଳେ ଗାନ୍ଧାରୀଙ୍କ ପୁତ୍ରମାନେ ଗୋଟିଏ ପରେ ଗୋଟିଏ କୁରୁକ୍ଷେତ୍ର ରଣଭୂମିରେ ମୃତ୍ୟୁବରଣ କରୁଥିଲେ, ସେତେବେଳେ ଗାନ୍ଧାରୀଙ୍କୁ ଅନୁଭବ ହୋଇସାରିଥିଲା ଯେ ଏବେ ତାଙ୍କର ଆଉ ଗୋଟିଏ ବି ପୁତ୍ର ବଞ୍ଚିବେ ନାହିଁ। ଗାନ୍ଧାରୀ ନିଜ ଭାଇ ଶକୁନିଙ୍କୁ ଦୁର୍ଯ୍ୟୋଧନଙ୍କୁ ବୁଝାସୁଝା କରି ଯୁଦ୍ଧ ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ଶକୁନି ବିନାଶ ପାଇଁ ଆତୁର ଥିଲେ ଏବଂ ସେ ଗାନ୍ଧାରୀଙ୍କ କଥା ମାନିନଥିଲେ। ଏହି କାରଣରୁ ଗାନ୍ଧାରୀ କ୍ରୋଧିତ ହୋଇ ଶକୁନିଙ୍କୁ ଏପରି ଅଭିଶାପ ଦେଇଥିଲେ ଯେ, ଯେପରି ଶକୁନି ହସ୍ତିନାପୁରରେ ଅଶାନ୍ତି ଖେଳାଇଛନ୍ତି, ସେହିପରି ତାଙ୍କ ରାଜ୍ୟରେ ମଧ୍ୟ କେବେହେଲେ ଶାନ୍ତି ରହିବ ନାହିଁ। ମହାଭାରତ ଯୁଦ୍ଧରେ କୌରବମାନେ ହାରିଯାଇଥିଲେ ଏବଂ ପାଣ୍ଡବମାନେ ଜିତିଯାଇଥିଲେ, କିନ୍ତୁ ଯୁଦ୍ଧ ପରେ ମଧ୍ୟ କିଛି ଏପରି ଯୋଦ୍ଧା ଥିଲେ, ଯେଉଁମାନଙ୍କୁ ଯୁଦ୍ଧର ପରିଣାମ ଭୋଗିବାକୁ ପଡ଼ିଥିଲା। ଯେପରି, ସ୍ୱୟଂ ଶ୍ରୀକୃଷ୍ଣଙ୍କୁ ଗାନ୍ଧାରୀଙ୍କଠାରୁ ଅଭିଶାପ ମିଳିଥିଲା, ଯାହା ଫଳରେ ଯଦୁବଂଶର ବିନାଶ ଘଟିଲା ଏବଂ ଗୋଟିଏ ପରେ ଗୋଟିଏ ଏପରି ଘଟଣାମାନ ଘଟିଲା ଯେ କଳିଯୁଗର ଆଗମନ ହେଲା। କିନ୍ତୁ ଆପଣ ଜାଣନ୍ତି କି, ଗାନ୍ଧାରୀ କେବଳ ଶ୍ରୀକୃଷ୍ଣଙ୍କୁ ନୁହେଁ, ବରଂ ନିଜ ଭାଇ ଶକୁନିଙ୍କୁ ମଧ୍ୟ ଅଭିଶାପ ଦେଇଥିଲେ। ଶହେ ପୁତ୍ରଙ୍କ ମୃତ୍ୟୁ ପରେ ଗାନ୍ଧାରୀ ଏତେ କ୍ରୋଧିତ ଏବଂ ଦୁଃଖିତ ଥିଲେ ଯେ ସେ ନିଜ ଭାଇ ଶକୁନିଙ୍କୁ ମଧ୍ୟ ଅଭିଶାପ ଦେଇଦେଇଥିଲେ, କାରଣ ଗାନ୍ଧାରୀ ମାନୁଥିଲେ ଯେ ଯଦି ଶକୁନି ଦୁର୍ଯ୍ୟୋଧନଙ୍କ ସମେତ ବାକି କୌରବମାନଙ୍କୁ ପାଣ୍ଡବମାନଙ୍କ ବିରୁଦ୍ଧରେ ଉସକାଇ ନଥାନ୍ତେ, ତେବେ ଦୁର୍ଯ୍ୟୋଧନଙ୍କ ମନରେ ପାଣ୍ଡବମାନଙ୍କ ପ୍ରତି ଏତେ ଘୃଣା ସୃଷ୍ଟି ହୋଇନଥାନ୍ତା। ଗାନ୍ଧାରୀଙ୍କ ଏହି ଅଭିଶାପର ପ୍ରଭାବ ଆଜି ମଧ୍ୟ ଆଫଗାନିସ୍ତାନର ମାଟି ଭୋଗୁଛି। ଆସନ୍ତୁ ଜାଣିବା ଶକୁନିଙ୍କୁ ମିଳିଥିବା ଅଭିଶାପର ସମ୍ପୂର୍ଣ୍ଣ କାହାଣୀ। ମହାଭାରତ କାଳରେ ଆଫଗାନିସ୍ତାନକୁ ଗାନ୍ଧାର ଦେଶ ନାମରେ ଜଣାଯାଉଥିଲା। ଗାନ୍ଧାରୀ ଏବଂ ଶକୁନି ଥିଲେ ଗାନ୍ଧାର ନରେଶ ସୁବଳଙ୍କ ପୁତ୍ର-କନ୍ୟା। ମହାଭାରତର କାହାଣୀ ଅନୁଯାୟୀ ରାଜା ସୁବଳଙ୍କର ଶକୁନିଙ୍କ ସମେତ ଆହୁରି ୧୦୦ ଜଣ ପୁତ୍ର ଥିଲେ। ଅନ୍ୟପକ୍ଷରେ, କନ୍ୟା ଗାନ୍ଧାରୀ ଯେତେବେଳେ ବିବାହ ଯୋଗ୍ୟା ହେଲେ, ତେବେ ତାଙ୍କର ବିବାହ କଥାବାର୍ତ୍ତା ପାଇଁ ରାଜା ସୁବଳ ଅନେକ ଜ୍ୟୋତିଷଙ୍କୁ ଭେଟିଥିଲେ। ଜଣେ ଜ୍ୟୋତିଷ ରାଜା ସୁବଳଙ୍କୁ କହିଥିଲେ ଯେ "ଗାନ୍ଧାରୀଙ୍କ କୁଣ୍ଡଳୀରେ ଏପରି ଯୋଗ ରହିଛି, ଯାହାଦ୍ୱାରା ସେ ବିବାହ ପରେ ବିଧବା ହୋଇଯିବେ, ତେଣୁ ନିଜ କନ୍ୟାର ବିବାହ ପ୍ରଥମେ ଗୋଟିଏ ବୋଦା ସହିତ କରାଇଦିଅନ୍ତୁ।" ଜ୍ୟୋତିଷଙ୍କ କଥା ମାନି ରାଜା ସୁବଳ ଗାନ୍ଧାରୀଙ୍କର ବିବାହ ଗୋଟିଏ ବୋଦା ସହ କରାଇଦେଲେ ଏବଂ ଏହାପରେ ବୋଦାଟିକୁ ବଳି ଦେଇଦିଆଗଲା, ଯାହାଫଳରେ ଗାନ୍ଧାରୀଙ୍କର ଦୁର୍ଭାଗ୍ୟ ଦୂର ହୋଇଗଲା। ସେପଟେ ରାଜା ସୁବଳଙ୍କ ବିରୋଧୀମାନେ ତାଙ୍କ କନ୍ୟା ବିରୁଦ୍ଧରେ ଏହି ଗୁଜବ ଖେଳାଇଦେଲେ ଯେ ଗାନ୍ଧାରୀଙ୍କର ବିବାହ ହୋଇଥିଲା ଏବଂ କିଛି ଘଣ୍ଟା ମଧ୍ୟରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଗଲା। ହସ୍ତିନାପୁରରେ ଧୃତରାଷ୍ଟ୍ରଙ୍କ ବିବାହ ପାଇଁ ଏକ ସୁକନ୍ୟା ଖୋଜାଯାଉଥିଲା। କୌଣସି ପରିଚିତ ବ୍ୟକ୍ତି ଭୀଷ୍ମଙ୍କୁ ଗାନ୍ଧାରୀଙ୍କ ବିଷୟରେ ଜଣାଇଲେ, ତେଣୁ ଭୀଷ୍ମ ଗାନ୍ଧାର ଦେଶକୁ ଯାଇ ରାଜା ସୁବଳଙ୍କୁ ତାଙ୍କ କନ୍ୟାର ହାତ ମାଗିଥିଲେ। ରାଜା ସୁବଳ ଆରମ୍ଭରୁ ଜାଣିନଥିଲେ ଯେ ଧୃତରାଷ୍ଟ୍ର ଦୃଷ୍ଟିହୀନ ଅଟନ୍ତି, ତେଣୁ ସେ ଗାନ୍ଧାରୀଙ୍କ ବିବାହ ପାଇଁ ସ୍ୱୀକୃତି ଦେଇଥିଲେ। କିନ୍ତୁ କିଛି ଦିନ ପରେ ଯେତେବେଳେ ସୁବଳଙ୍କୁ ଏହି ସତ୍ୟ ଜଣାପଡ଼ିଲା, ସେତେବେଳେ ସେ ବିବାହ ପାଇଁ ମନା କରିଦେଇଥିଲେ। ନିଜ କଥାରୁ ଓହରିଯିବା କାରଣରୁ ଭୀଷ୍ମଙ୍କୁ ଗାନ୍ଧାର ନରେଶଙ୍କ ଉପରେ ବହୁତ ରାଗ ଆସିଲା ଏବଂ ସେ ଗାନ୍ଧାରୀଙ୍କୁ ଅପହରଣ କରିଆଣି ଧୃତରାଷ୍ଟ୍ରଙ୍କ ସହ ତାଙ୍କର ବିବାହ କରାଇଦେଲେ। ଗାନ୍ଧାରୀ ଏକଥା ଜାଣିନଥିଲେ କିନ୍ତୁ ଯେତେବେଳେ ସେ ହସ୍ତିନାପୁରରେ ପହଞ୍ଚି ଧୃତରାଷ୍ଟ୍ରଙ୍କୁ ଭେଟିଲେ, ତେବେ ସେ ବୁଝିପାରିଲେ ଯେ ତାଙ୍କ ସହ ଛଳନା କରାଯାଇଛି। ସେପଟେ, ଭୀଷ୍ମ ଏବଂ ଧୃତରାଷ୍ଟ୍ର ଏହି ଗୁଜବକୁ ସତ ବୋଲି ମାନିନେଇଥିଲେ ଯେ ଗାନ୍ଧାରୀଙ୍କର ଥରେ ବିବାହ ହୋଇସାରିଛି। ଅନ୍ୟପକ୍ଷରେ, ଶକୁନି ଧୃତରାଷ୍ଟ୍ରଙ୍କ ସହ ନିଜ ଭଉଣୀର ବିବାହ ହେବାକୁ ଦେବାକୁ ଚାହୁଁନଥିଲେ। ଭୀଷ୍ମ ଏବଂ ଧୃତରାଷ୍ଟ୍ର ରାଜା ସୁବଳଙ୍କୁ ଶିକ୍ଷା ଦେବା ପାଇଁ ତାଙ୍କୁ ଏବଂ ତାଙ୍କର ୧୦୦ ପୁତ୍ରଙ୍କୁ ବନ୍ଦୀଗୃହରେ ପକାଇଦେଲେ। ବନ୍ଦୀଗୃହରେ ରାଜା ସୁବଳ ଏବଂ ତାଙ୍କ ୧୦୦ ପୁତ୍ରଙ୍କୁ କେବଳ ମୁଠାଏ ଶସ୍ୟ ଦିଆଯାଉଥିଲା। ମୁଠାଏ ଶସ୍ୟରେ ୧୦୦ ପୁତ୍ରଙ୍କୁ କେବଳ ଗୋଟିଏ ଲେଖାଏଁ ଦାନା ହିଁ ମିଳିପାରୁଥିଲା। ଏପରି ପରିସ୍ଥିତିରେ ସମସ୍ତେ ନିଷ୍ପତ୍ତି ନେଲେ ଯେ ସେମାନେ ନିଜର ଅଂଶ ମଧ୍ୟ ଶକୁନିକୁ ଦେଇଦେବେ, ଯାହାଦ୍ୱାରା ଶକୁନି ହସ୍ତିନାପୁରର ଶାସକମାନଙ୍କଠାରୁ ପ୍ରତିଶୋଧ ନେଇପାରିବେ। ଖାଦ୍ୟ ନମିଳିବା କାରଣରୁ ରାଜା ସୁବଳ ଏବଂ ତାଙ୍କ ପୁତ୍ରମାନେ ଧୀରେ ଧୀରେ ମୃତ୍ୟୁବରଣ କଲେ। ଶେଷରେ କେବଳ ଶକୁନି ବଞ୍ଚିଗଲେ। ଶକୁନିଙ୍କ ମନରେ ହସ୍ତିନାପୁର ରାଜ୍ୟକୁ ବର୍ବାଦ କରିଦେବାର ଭାବନା ଜନ୍ମ ନେଲା। ପଶା ଖେଳ ଖେଳିବାରେ ମାହିର ଥିବା ଶକୁନି ଦୁର୍ଯ୍ୟୋଧନଙ୍କ ରୁଚି ପଶା ଖେଳ ପ୍ରତି ବଢ଼ାଇଥିଲେ। ଶକୁନି ଦୁର୍ଯ୍ୟୋଧନଙ୍କ ସହ ଘଣ୍ଟା ଘଣ୍ଟା ଧରି ପଶା ଖେଳଖେଳୁଥିଲେ। ଏହି ପଶା ଖେଳ ହିଁ ଥିଲା, ଯାହା ମହାଭାରତ ଯୁଦ୍ଧରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଏବଂ ପଶା ଖେଳରେ ହାରି ପାଣ୍ଡବମାନେ ନିଜର ସବୁକିଛି ହରାଇ ବସିଥିଲେ। ଶକୁନି ଦୁର୍ଯ୍ୟୋଧନଙ୍କୁ ଉସକାଇ ସେହି ସବୁ କାମ କରାଇଥିଲେ, ଯାହା ତାଙ୍କର ନିଜ ମନର ଇଚ୍ଛା ଥିଲା। ଦୁର୍ଯ୍ୟୋଧନଙ୍କୁ ଅତ୍ୟଧିକ ସ୍ନେହ ଦେଖାଇ ଶକୁନି ଯେପରି ତାଙ୍କୁ ନିଜର ସେବକ କରିନେଇଥିଲେ। ଏହି କାରଣରୁ ହିଁ ଦୁର୍ଯ୍ୟୋଧନ ଶକୁନିଙ୍କ କଥା ଅନୁସାରେ ଚାଲୁଥିଲେ ଏବଂ ସେ ଶେଷ ପର୍ଯ୍ୟନ୍ତ ନିଜ ପାଣ୍ଡବ ଭାଇମାନଙ୍କୁ ରାଜକାର୍ଯ୍ୟ ଦେଇନଥିଲେ। ଯାହା

  • 10 мар.6 51392

    ମହାଭାରତ କାହାଣୀ -ଶକୁନିଙ୍କୁ ଅଭିଶାପ

  • 2 мар.8 07313

    ଦୟାକରି ଗୋଟେ Like and Subscribe କରିବାକୁ ଭୁଲିବେନି... 🥰

  • 2 мар.8 4732

    https://youtu.be/mByLeyqzd1s?si=BsYeBq_V8zuDQRWv

  • 22 янв.11,3 тыс5353

    ଜୟ ଜଗନ୍ନାଥ :- ମହାପ୍ରଭୁ ଜଗନ୍ନାଥ ମନ୍ଦିର ର ସମ୍ପୂର୍ଣ୍ଣ ଅଜଣା ତଥ୍ୟ.... ମୁଖ୍ୟ ମନ୍ଦିର ଓ ଏହାର ଅଂଶବିଶେଷ: Neelachakra (Blue Wheel): ନୀଳଚକ୍ର (ଅଷ୍ଟଧାତୁରେ ନିର୍ମିତ)। Vimana (Rekha Deula): ବିମାନ (ମୁଖ୍ୟ ମନ୍ଦିର ବା ରେଖ ଦେଉଳ)। Garbhagriha (Seat of the Holy Trinity): ଗର୍ଭଗୃହ (ଚତୁର୍ଦ୍ଧାମୂର୍ତ୍ତିଙ୍କ ଅବସ୍ଥାନ ସ୍ଥଳ)। Ratnavedi (Gem Platform): ରତ୍ନବେଦୀ। Jagamohana (Assembly Hall): ଜଗମୋହନ (ଦର୍ଶନ ପାଇଁ ଉଦ୍ଦିଷ୍ଟ ସ୍ଥାନ)। Nata Mandapa (Festival Hall): ନାଟ ମଣ୍ଡପ। Bhoga Mandapa (Hall of Offerings): ଭୋଗ ମଣ୍ଡପ (ଯେଉଁଠାରେ ଭୋଗ ଲଗାଯାଏ)। ଚାରି ଦ୍ୱାର (Four Gates): Singhadwara (Lion Gate): ସିଂହଦ୍ୱାର (ପୂର୍ବ ଦ୍ୱାର)। Vyaghradwara (West Gate): ବ୍ୟାଘ୍ରଦ୍ୱାର (ପଶ୍ଚିମ ଦ୍ୱାର)। Ashwadwara (South Gate): ଅଶ୍ୱଦ୍ୱାର (ଦକ୍ଷିଣ ଦ୍ୱାର)। Hastidwara (North Gate): ହସ୍ତୀଦ୍ୱାର (ଉତ୍ତର ଦ୍ୱାର)। ମନ୍ଦିର ବେଢ଼ା ଭିତରେ ଥିବା ଅନ୍ୟାନ୍ୟ ମନ୍ଦିର ଓ ସ୍ଥାନ: Mahalaxmi Temple: ମା' ମହାଲକ୍ଷ୍ମୀ ମନ୍ଦିର (ଧନଦାତ୍ରୀ ଦେବୀଙ୍କ ଆବାସ)। Vimala Temple: ମା' ବିମଳା ମନ୍ଦିର (ଶକ୍ତି ପୀଠ/ତାନ୍ତ୍ରିକ ପୀଠ)। Narasimha: ନୃସିଂହ ମନ୍ଦିର। Vamana: ବାମନ ମନ୍ଦିର। Mukti Mandapa: ମୁକ୍ତି ମଣ୍ଡପ (୧୬ ଶାସନର ବ୍ରାହ୍ମଣ ପଣ୍ଡିତଙ୍କ ସଭାସ୍ଥଳୀ)। Kalpa Bata: କଳ୍ପବଟ (ମନୋସ୍କାମନା ପୂରଣକାରୀ ବଟ ବୃକ୍ଷ)। Koili Vaikuntha: କୋଇଲି ବୈକୁଣ୍ଠ (ନବକଳେବର ସମୟରେ ପୁରୁଣା ଦାରୁବିଗ୍ରହଙ୍କୁ ସମାଧି ଦିଆଯାଉଥିବା ପବିତ୍ର ସ୍ଥାନ)। Baisi Pahacha: ବାଇଶି ପାହାଚ (୨୨ ପାବଚ୍ଛ)। Suna Kuan: ସୁନା କୂଅ। Aruna Stambha: ଅରୁଣ ସ୍ତମ୍ଭ (କୋଣାର୍କରୁ ଅଣାଯାଇଥିବା ସୂର୍ଯ୍ୟ ସ୍ତମ୍ଭ, ଯେଉଁଥିରେ ସୂର୍ଯ୍ୟଙ୍କ ସାରଥୀ ଅରୁଣ ରହିଛନ୍ତି)। ରୋଷଘର ଓ ଆନନ୍ଦ ବଜାର: Rosaghara (The Divine Kitchen): ରୋଷଘର (ଶ୍ରୀମନ୍ଦିର ରୋଷଶାଳା): ଏହା ବିଶ୍ୱର ସର୍ବବୃହତ ପାରମ୍ପରିକ ରୋଷେଇଶାଳ। ଏଠାରେ ମାଟି ହାଣ୍ଡିରେ ଗୋଟିଏ ଉପରେ ଗୋଟିଏ ୭ଟି କୁଡୁଆ ରଖି ରୋଷେଇ କରାଯାଏ; ସବୁଠାରୁ ଉପର ହାଣ୍ଡିରେ ଥିବା ପ୍ରସାଦ ପ୍ରଥମେ ପ୍ରସ୍ତୁତ ହୋଇଥାଏ। Ananda Bazar: ଆନନ୍ଦ ବଜାର (ଯେଉଁଠାରେ ମହାପ୍ରସାଦ ସେବନ ଓ ବିତରଣ କରାଯାଏ)। ଅନ୍ୟାନ୍ୟ ବିଶେଷ ତଥ୍ୟ: Flag Changing Ritual: ପତିତପାବନ ବାନା ପରିବର୍ତ୍ତନ ନୀତି: ଜଣେ ସେବାୟତ ପ୍ରତିଦିନ କୌଣସି ସୁରକ୍ଷା ଉପକରଣ ବିନା ୨୧୪ ଫୁଟ ଉଚ୍ଚ ମନ୍ଦିର ଚୂଡ଼ାକୁ ଚଢ଼ିଥାନ୍ତି। ୮୦୦ ବର୍ଷ ଧରି ଏହି ପରମ୍ପରା ଅବ୍ୟାହତ ରହିଛି।

  • 22 янв.9 2911830

    видео или голосовое, без подписи

  • 1 янв.10,7 тыс61

    видео или голосовое, без подписи

  • 7 дек.12,8 тыс23

    видео или голосовое, без подписи

  • 7 дек.12,9 тыс3419

    ✨ ମନର ଆଇନା… ମନବୋଧ ଚଉତିଶା ✨ ଭକ୍ତ ଚରଣ ଦାସଙ୍କ ରଚିତ ମନବୋଧ ଚଉତିଶା ଆମକୁ ଶିଖାଏ— ଜୀବନରେ ଜ୍ଞାନ, ନୀତି, ଭକ୍ତି ଓ ନିଜକୁ ନିଜେ ବୁଝିବାର ପଥ। ସହଜ ଶବ୍ଦରେ ଗଭୀର ତତ୍ତ୍ୱ… ଆମ ମନକୁ ଦିଏ ଏକ ନୂଆ ଦିଶା। 🌼

  • 6 окт. 2025 г.17,5 тыс20636

    ଗୋଟେ ସାପ ଜୁଳୁଜୁଳିଆ ପୋକ ଖାଇବ ବୋଲି ପୋକଟି ପଛରେ ଗୋଡାଉ ଥିଲା। ପୋକଟି ଅଟକି କି ପଚାରିଲା ମୁଁ ତୁମକୁ ତିନିଟି ପ୍ରଶ୍ନ ପଚାରି ପାରିବି ! ସାପ କହିଲା ହଁ ପଚାର ପ୍ରଶ୍ନ-୧:- କଣ ମୁଁ ତୁମ ପେଟକୁ ଗଲେ ତୁମ ପେଟ ପୂରିବ? ସାପ ର ଉତ୍ତର:- ନାହିଁ ପେଟ ପୂରିବ ନାହିଁ। ପ୍ରଶ୍ନ-୨:- ମୁଁ ତୁମର କିଛି କ୍ଷତି କରିଛି? ସାପ ର ଉତ୍ତର:- ନାହିଁ କିଛି କ୍ଷତି କରିନ। ପ୍ରଶ୍ନ-୩:- ତାହେଲେ ତୁମେ ମତେ ମାରିବାକୁ କଣ ପାଇଁ ଚାହୁଁଛ ମୁଁ ତ ତୁମର କିଛି କ୍ଷତି କରିନାହିଁ? ସାପ ଟି ଉତ୍ତର ଦେଲା ମୁଁ ତୁମକୁ ଚମକୁ ଥିବାର ଦେଖି ପାରିବିନି। କହିବାର ତାର୍ପଯ୍ୟ ଏହି କି ଯେ ଏହି ସମାଜ ରେ କିଛି ଲୋକ ଏମିତି ବି ଅଛନ୍ତି ଯିଏ ଆପଣ ଙ୍କୁ ନିଚ୍ଚ ଦେଖେଇବା ପାଇଁ କିଛି କାରଣ ର ଦରକାର ପଡେ ନାହିଁ ଖାଲି ସେମାନେ ତୁମକୁ ଚମକୁ ଥିବାର ଦେଖି ପାରନ୍ତି ନାହିଁ ଆଉ ପଛରେ ଲାଗି ପଡନ୍ତି ବଦନାମ୍ କରିବାକୁ ସେମାନଙ୍କୁ ଖାତିର ନ କରି ଆଗକୁ ବଢ଼ିବାକୁ ଚେଷ୍ଟା କରନ୍ତୁ।

  • 6 окт. 2025 г.13,8 тыс7218

    ଦୁର୍ଯ୍ୟୋଧନ ଜଙ୍ଘ ର ରହସ୍ୟ:- ଦ୍ରୌପଦୀଙ୍କର ଅପମାନ (ଦ୍ୟୁତ ସଭା) ଯେତେବେଳେ ଦ୍ରୌପଦୀଙ୍କୁ ଦ୍ୟୁତ ସଭାରେ ଟାଣି ଆଣି ଦିଆଗଲା, ସେତେବେଳେ ଦୁର୍ଯ୍ୟୋଧନ ଅହଂକାରରେ ନିଜ ଜଙ୍ଘକୁ ଥାପୁଡ଼ାଇ ଦ୍ରୌପଦୀଙ୍କୁ ଡାକି କହିଲେ- “ହେ ପାଞ୍ଚାଳୀ! ଆସ ଏବଂ ମୋର ଜଙ୍ଘ ଉପରେ ବସ।" ଏହା ଦୁର୍ଯ୍ୟୋଧନର ଅତ୍ୟନ୍ତ ନୀଚ୍ଚ ଏବଂ ଅପମାନଜନକ ବ୍ୟବହାର ଥିଲା। ସେହି ସମୟରେ ଭୀମସେନ କ୍ରୋଧରେ ଶପଥ ନେଇଥିଲେ- “ହେ ଦୁର୍ଯ୍ୟୋଧନ! ଯେଉଁ ଜଙ୍ଘରେ ତୁ ଦ୍ରୌପଦୀଙ୍କୁ ଡାକିଛୁ, ସେହି ଜଙ୍ଘକୁ ମୁଁ ଯୁଦ୍ଧଭୂମିରେ ଭାଙ୍ଗି ଦେବି।" ଏହି ପ୍ରତିଜ୍ଞା ମହାଭାରତ ଯୁଦ୍ଧ ପର୍ଯ୍ୟନ୍ତ ଭୀମଙ୍କ ହୃଦୟରେ ଜଳୁଥିଲା। କୁରୁକ୍ଷେତ୍ର ଯୁଦ୍ଧ ଶେଷ ହେବା ପୂର୍ବରୁ ଗାନ୍ଧାରୀ ନିଜ ପୁଅ ଦୁର୍ଯ୍ୟୋଧନଙ୍କୁ ସୁରକ୍ଷା ଦେବା ପାଇଁ ତପସ୍ୟା କରିଥିଲେ। ଯୁଦ୍ଧକୁ ଯିବା ପୂର୍ବରୁ ସେ ଦୁର୍ଯ୍ୟୋଧନଙ୍କୁ କହିଥିଲେ ଯେ ସେ ତାଙ୍କ ଆଗରେ ସମ୍ପୂର୍ଣ୍ଣ ନଗ୍ନ ଭାବରେ ଆସନ୍ତୁ। ଏହା ଦ୍ୱାରା ତାଙ୍କର ସମସ୍ତ ଶରୀର ବଜ୍ର ପରି ଶକ୍ତ ହୋଇଯିବ। କିନ୍ତୁ, ଦୁର୍ଯ୍ୟୋଧନ ତାଙ୍କ ମାତାଙ୍କ ଆଦେଶ ପାଳନ କରିବା ସମୟରେ, ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଉପହାସ କରିଥିଲେ। କୃଷ୍ଣ କହିଲେ, "ଜଣେ ପୁଅ କିପରି ନିଜ ମାଆ ଆଗରେ ଏହିପରି ଆସିପାରିବ?" କୃଷ୍ଣଙ୍କ କଥାରେ ଲଜ୍ଜିତ ହୋଇ ଦୁର୍ଯ୍ୟୋଧନ ତାଙ୍କ କଟିଦେଶ (ଜଙ୍ଘ) କୁ କଦଳୀ ପତ୍ରରେ ଢାଙ୍କି ଆସିଥିଲେ। ଏହା ଦେଖି ଗାନ୍ଧାରୀ ଦୁଃଖୀ ହୋଇଥିଲେ। ସେ ଦୁର୍ଯ୍ୟୋଧନଙ୍କ ପରିପୂର୍ଣ୍ଣ ଶରୀରକୁ ବଜ୍ର ପରି ଶକ୍ତ କରିପାରିଲେ ନାହିଁ। ତେଣୁ, ଦୁର୍ଯ୍ୟୋଧନଙ୍କ ସମସ୍ତ ଶରୀର ବଜ୍ର ପରି ଶକ୍ତ ହେଲା, କିନ୍ତୁ ତାଙ୍କ ଜଙ୍ଘ ଦୁର୍ବଳ ରହିଗଲା। ଯୁଦ୍ଧର ଅଠର ଦିନ:- ସମସ୍ତ କୌରବ ମରିଗଲେ। ଦୁର୍ଯ୍ୟୋଧନ ଏକାକୀ ବଞ୍ଚିଲା। ସେ ଡରିଯାଇ ଦ୍ୱୈପାୟନ ସରୋବରରେ ଲୁଚି ରହିଲା। ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ତାକୁ ବାହାରକୁ ଡାକିବାକୁ କହିଲେ। ଦୁର୍ଯ୍ୟୋଧନ ବାହାରକୁ ଆସି କହିଲା- "ମୁଁ ପାଣ୍ଡବମାନଙ୍କ ମଧ୍ୟରୁ ଜଣଙ୍କ ସହ ଗଦା ଯୁଦ୍ଧ କରିବି।" ଭୀମସେନ ଯୁଦ୍ଧ ଗ୍ରହଣ କଲେ। ଦୁଇଜଣଙ୍କ ମଧ୍ୟରେ ଭୟଙ୍କର ଗଦା ଯୁଦ୍ଧ ହେଲା। ଦୁର୍ଯ୍ୟୋଧନ ଗଦା-କଳାରେ ଶ୍ରେଷ୍ଠ ଥିବାରୁ (ବଳରାମ ତାଙ୍କର ଗୁରୁ ଥିଲେ), ସେ ଭୀମଙ୍କ ଉପରେ ଭାରି ପଡ଼ିଲେ। ଭୀମ ଥକି ଯିବାକୁ ଲାଗିଲେ, ସେତେବେଳେ ଶ୍ରୀକୃଷ୍ଣ ତାଙ୍କ ଜଙ୍ଘ ଉପରେ ହାତ ମାରି ସଙ୍କେତ ଦେଲେ - "ଭୀମ, ତୁମର ପ୍ରତିଜ୍ଞା ମନେ ପକାଅ।" ତୁରନ୍ତ ଭୀମଙ୍କୁ ଦ୍ରୌପଦୀଙ୍କ ଅପମାନ ଏବଂ ତାଙ୍କର ପ୍ରତିଜ୍ଞା ମନେ ପଡ଼ିଗଲା। ଯୁଦ୍ଧର ନିୟମ ଅନୁସାରେ ଅଣ୍ଟାରୁ ତଳକୁ ଆକ୍ରମଣ କରିବା ବାରଣ ଥିଲା। କିନ୍ତୁ ଭୀମ ଶପଥ ହେତୁ ନିୟମ ଭାଙ୍ଗି ଦେଲେ ଏବଂ ଦୁର୍ଯ୍ୟୋଧନର ଜଙ୍ଘ ଉପରେ ଗଦାର ଭୟଙ୍କର ପ୍ରହାର କଲେ। ଦୁର୍ଯ୍ୟୋଧନର ଜଙ୍ଘ ଭାଙ୍ଗିଗଲା, ସେ ଭୂମି ଉପରେ ପଡ଼ି ଛଟପଟ ହେବାକୁ ଲାଗିଲେ। ଶେଷରେ ସେ ଯନ୍ତ୍ରଣା ଏବଂ ରକ୍ତସ୍ରାବରୁ ମୃତ୍ୟୁକୁ ପ୍ରାପ୍ତ ହେଲେ। ଦୁର୍ଯ୍ୟୋଧନର ପତନ ତାହାର ଅହଂକାରପୂର୍ଣ୍ଣ ଜଙ୍ଘରୁ ହିଁ ହୋଇଥିଲା, ଯାହାକୁ ସେ ଦ୍ରୌପଦୀଙ୍କ ଅପମାନ ପାଇଁ ଉଠାଇଥିଲା। ଭୀମ ପ୍ରତିଜ୍ଞା ଅନୁଯାୟୀ ସେହି ଜଙ୍ଘକୁ ଭାଙ୍ଗି ତାକୁ ମୃତ୍ୟୁ ଦେଇଥିଲେ। ଯେ ଯେଉଁ ଅଙ୍ଗରୁ ପାପ କରାଯାଏ, ସେହି ଅଙ୍ଗରୁ ହିଁ ବିନାଶ ହୋଇଥାଏ। ମହାଭାରତ କହିଥାଏ- “ଦୁର୍ଯ୍ୟୋଧନ ବୀରଗତିରେ ମରିଥିଲା, ତେଣୁ ସ୍ୱର୍ଗ ପ୍ରାପ୍ତ ହୋଇଥିଲା। କିନ୍ତୁ ତାହାର ଜଙ୍ଘର ଅପମାନ ହିଁ ତାହାର ମୃତ୍ୟୁର କାରଣ ହୋଇଥିଲା।" ଜୟ ଶ୍ରୀ କୃଷ୍ଣ 🦚❤️

  • видео или голосовое, без подписи

  • 4 окт. 2025 г.11,3 тыс5719

    ଆଧୁନିକ ଓଡ଼ିଆ କବିତାର ସୂତ୍ରଧର- କବିବର କବିବର ରାଧାନାଥ ରାୟ ଧରାବତରଣ -୨୮ ସେପ୍ଟେମ୍ବର ୧୮୪୮ ସ୍ଵର୍ଗାରୋହଣ - ୧୭ ଏପ୍ରିଲ ୧୯ଠ୮ ସାଦର ପ୍ରଣାମ, କବି କୁଳମଣି ପ୍ରତିଭା ଧମନୀ ରାଧାନାଥ କବିବର, ଉତ୍କଳ ମାଟିରେ ରଚିଛ କବିତା ଭାଷା କେଡେ ସୁମଧୁର I ଚିଲିକା ବର୍ଣ୍ଣନା ସଜଳ ସୁନୀଳ କାଳଜୟୀ ତବ କୃତି, ଘେନ ହେ ବନ୍ଦନା ତୁମ୍ଭ ଚରଣରେ ଢାଳୁଛୁ କୋଟି ପ୍ରଣତି I (ଅନିଲ କୁମାର ପାଣିଗ୍ରାହୀ) ଆଧୁନିକ ଓଡ଼ିଆ କବିତାର ଜନକ ଏହି ଯୁଗସ୍ରଷ୍ଟା ବ୍ୟକ୍ତିଙ୍କ ସ୍ଥାନ ସାହିତ୍ୟାନୁରାଗୀ ଓଡ଼ିଆଙ୍କ ମନରେ ସ୍ୱତନ୍ତ୍ର I ଚିର କାଳ ଭଗ୍ନସ୍ୱାସ୍ଥ୍ୟ ତଥା ଶୈଶବରେ ଆର୍ଥିକ ଅନଟନର ସମ୍ମୁଖୀନ ହୋଇ ମଧ୍ୟ ଶିକ୍ଷାରେ ମନୋନିବେଶ କରି ସେ ପ୍ରଥମେ ଶିକ୍ଷକ ଓ ପରେ ହୋଇଥିଲେ ଓଡ଼ିଶାର ସ୍କୁଲସମୂହର ଯୁଗ୍ମ ପରିଦର୍ଶକ ( ଜଏଣ୍ଟ ଇନିସପେକ୍ଟର )I ଏକାଧାରରେ ଜଣେ ସୁଲେଖକ, ସୁଶିକ୍ଷକ ଓ ପ୍ରକୃତିପ୍ରେମୀ I ମାତୃଭାଷା ବଙ୍ଗଳା ରେ ପ୍ରଥମେ କବିତା ରଚନା କରିବା ଆରମ୍ଭ କରନ୍ତି ସେ I ତେବେ ତାଙ୍କଠାରୁ ବରିଷ୍ଠ ବନ୍ଧୁ ତଥା ଓଡିଶା ହିତୈଷି ଶ୍ରୀ ଭୁଦେବ ମୁଖାର୍ଜୀଙ୍କ ଉପଦେଶ ଗ୍ରହଣ କରି ବଙ୍ଗାଳି ଛାଡି ଓଡ଼ିଆରେ କବିତା ରଚନା କରିବାରେ କରନ୍ତି ମନୋନିବେଶ I ଶ୍ୱାସ ରୋଗ ହେତୁ ବାଲ୍ୟ କାଳରୁ ଅଫିମ ସେବନରେ ହୋଇଯାଇଥିଲେ ଅଭ୍ୟସ୍ତ I ସ୍ୱାସ୍ଥ୍ୟହାନୀର କାରଣ ମଧ୍ୟ ଥିଲା ମାତ୍ରାଧିକ ଅଫିମ ସେବନ I ତାଙ୍କ ରଚିତ କବିତାବଳୀ,କେଦାର ଗୌରୀ , ପାର୍ବତୀ,ନନ୍ଦିକେଶ୍ଵରୀ , ଚିଲିକା , ମହାଯାତ୍ରା, ଯଯାତିକେଶରୀ , ତୁଳସୀସ୍ତାବକ , ଉର୍ବଶୀ , ଦରବାର , ଦଶରଥ ବିୟୋଗ , ସାବିତ୍ରୀ ଚରିତ, ମହେନ୍ଦ୍ରଗିରି ଇତ୍ୟାଦି ଓଡ଼ିଆ ସାହିତ୍ୟଭଣ୍ଡାରର ଶୋଭା କରିଛନ୍ତି ବୃଦ୍ଧି I ତେବେ ଆଧୁନିକତାର ପ୍ରଭାବରେ ଋଷିପ୍ରତିମ ଏହି ବ୍ୟକ୍ତି କିଞ୍ଚିତ ପରିମାଣରେ ଅଲୋଡ଼ା ବିତର୍କର ମଧ୍ୟ କରିଥିଲେ ସୂତ୍ରପାତ I ପାର୍ବତୀ କାବ୍ୟରେ ପିତା ଓ ପୁତ୍ରୀ ମଧ୍ୟରେ ସ୍ଥାପିତ ହୋଇଥିବା ଏକ କଳୁଷିତ ସମ୍ପର୍କକୁ ବର୍ଣ୍ଣନା କରି ସେ ହୋଇଥିଲେ ଭର୍ସିତ ତଥା ଅନ୍ୟ ଏକ କାବ୍ୟ 'ନନ୍ଦିକେଶ୍ବରୀ' ରେ ଜଣେ ରାଜକୁମାରୀ,ପିତୃଦ୍ରୋହୀ, ଭାତୃଦ୍ରୋହୀ ଓ ଦେଶଦ୍ରୋହୀ ହୋଇ ଶତ୍ରୁରାଜାଙ୍କ ପ୍ରଣୟପ୍ରାର୍ଥୀନି ହେବା ଅନେକ ପାଠକଙ୍କୁ ହେଇଥିଲା ବେଶ ଅରୁଚିକର ବୋଧ I ଏହା ବାଦ ପରିଣତ ବୟସରେ ସେ ନିଜର ଜଣେ ବିଦଗ୍ଧ ପାଠିକା କାନନବାଳାଙ୍କ ପ୍ରତି ହୋଇଥିଲେ ଆକୃଷ୍ଟ I ପରବର୍ତ୍ତୀ ସମୟରେ ଅନୁତାପାନଳରେ ଦଗ୍ଧ ହୋଇ 'ସତୀ ପ୍ରତି ସତୀଦ୍ରୋହୀ ପତିର ଉକ୍ତି ' ନାମରେ ଏକ ସୁଦୀର୍ଘ କବିତା କ୍ଷମାପତ୍ର ଆକାରରେ ମଧ୍ୟ କରିଥିଲେ ପ୍ରକାଶିତ I ଓଡ଼ିଶାର ସ୍କୁଲ ସମୂହର ଜଏଣ୍ଟ ଇନସ୍ପେକଟର ଥିବା ବେଳେ ପାଠ୍ୟପୁସ୍ତକ ମୁଦ୍ରଣର ସିଂହଭାଗ ତାଙ୍କ ସୁପୁତ୍ର ଶ୍ରୀ ଶଶିଭୂଷଣ ରାୟଙ୍କ ପ୍ରେସରେ କରାଉଥିବାରୁ ପ୍ରିୟପ୍ରୀତି ତୋଷଣର ଏକାଧିକ ଅଭିଯୋଗ ମଧ୍ୟ ତାଙ୍କ ଜୀବଦ୍ଦଶାରେ କରିଛନ୍ତି ସାମନା I ଇତି ଅଜଣା ଲେଖକ

  • 29 июн. 2025 г.18,6 тыс19368

    *ମୋ ପାଖରେ ସମୟ ନାହିଁ" ପୂର୍ବେ ଯେଉଁ ଯାତ୍ରା ବାର ଘଣ୍ଟା ଲାଗୁଥିଲା, ଏବେ ଚାରି ଘଣ୍ଟାରେ ସରିଯାଏ,  ତଥାପି ମଣିଷ କହେ –ମୋ ପାଖରେ ସମୟ ନାହିଁ।  ପୂର୍ବେ ଯେଉଁ ପରିବାରରେ ବାର ଜଣ ଥିଲେ, ଆଜି ମାତ୍ର ଦୁଇ ଜଣ,  ତଥାପି ମଣିଷ କହେ – ମୋ ପାଖରେ ସମୟ ନାହିଁ।  ପୂର୍ବେ ଯେଉଁ ଖବର ଚାରି ସପ୍ତାହରେ ପହଞ୍ଚୁଥିଲା, ଆଜି ଚାରି ସେକେଣ୍ଡରେ ପହଞ୍ଚୁଛି,  ତଥାପି ମଣିଷ କହେ – ମୋ ପାଖରେ ସମୟ ନାହିଁ।  ପୂର୍ବେ ଦୂର ବନ୍ଧୁଙ୍କ ମୁହଁ ଦେଖିବାକୁ ବର୍ଷେ ଲାଗୁଥିଲା,  ଆଜି ସେକେଣ୍ଡରେ ଦେଖି ହୁଏ – ତଥାପି ମଣିଷ କହେ – ମୋ ପାଖରେ ସମୟ ନାହିଁ।  ।  ପୂର୍ବେ ବ୍ୟାଙ୍କରେ ଘଣ୍ଟା ଘଣ୍ଟା ଧାଡିରେ ଛିଡା ହେବାକୁ ପଡୁଥିଲା,  ଆଜି ମୋବାଇଲରେ ସେକେଣ୍ଡରେ ଟ୍ରାନ୍ଜକ୍ସନ୍ ହୋଇଯାଉଛି – ତଥାପି ମଣିଷ କହେ – ମୋ ପାଖରେ ସମୟ ନାହିଁ।  ।  ମେଡିକାଲ୍ ଟେଷ୍ଟ ପାଇଁ ପୂର୍ବେ ସପ୍ତାହ ସପ୍ତାହ ଦୌଡ଼ିବାକୁ ପଡୁଥିଲା,  ଆଜି କିଛି ଘଣ୍ଟାରେ ରିପୋର୍ଟ ମିଳିଯାଉଛି– ତଥାପି ମଣିଷ କହେ – ମୋ ପାଖରେ ସମୟ ନାହିଁ।  ଗାଡ଼ି ଚଳାଉଥିବା ସମୟରେ, ଗୋଟିଏ ହାତରେ ଗାଡ଼ିର ହ୍ୟାଣ୍ଡଲ୍, ଆରହାତରେ ଫୋନ୍ –  କାରଣ- ଅଟକି ଯାଇ କଥା ହେବାର ସମୟ ନାହିଁ।  ଗାଡ଼ିକୁ ଓଭରଟେକ କରି ଆଗକୁ ବଢ଼ିଯାଇ ଟ୍ରାଫିକ୍ ଜାମ୍ କରାଯାଉଛି, କାରଣ ଆମ ପାଖରେ ସମୟ ନାହିଁ।  ଲୋକଙ୍କ ସହିତ ବସିଥିଲେବି ଆଙ୍ଗୁଠି ଫୋନରେ ବ୍ୟସ୍ତ ରହୁଛି –  କାରଣ ହ୍ଵାଟ୍ସଆପରେ ଅପଡେଟ ନେବାର/ଦେବାର  ଅଛି – ସାମ୍ନା ସାମ୍ନି ସୁଖ-ଦୁଃଖ ହେବାର ସମୟ ନାହିଁ।  ଏକା ଏକା ଥିଲେ ପୁରା ଆରାମ, ହେଲେ ଅନ୍ୟକେହି ସାମନାରେ ଥିଲେ ବ୍ୟସ୍ତ ଲାଗୁଛି –  କାରଣ ମଣିଷ ପାଖରେ ଅନ୍ୟପାଇଁ ସମୟ ନାହିଁ।  ପୁସ୍ତକ ପଢ଼ିବାକୁ ସମୟ ନାହିଁ,  ମା-ବାପାଙ୍କୁ ଫୋନ୍ କରିବାର ସମୟ ନାହିଁ,  ବନ୍ଧୁଙ୍କ ସାନିଧ୍ୟକୁ ଉପଭୋଗ କରିବାକୁ ସମୟ ନାହିଁ,  ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ବି ସମୟ ନାହିଁ।  କିନ୍ତୁ –   IPL ଦେଖିବା ପାଇଁ ସମୟ ଅଛି,  ନେଟଫ୍ଲିକ୍ସରେ ଫିଲ୍ମ ଦେଖିବା ପାଇଁ ସମୟ ଅଛି,  ଅର୍ଥହୀନ ରିଲ୍ ଦେଖିବାପାଇଁ ସମୟ ଅଛି,  ସୋସିଆଲ ମେଡ଼ିଆରେ ରାଜନୈତିକ ବାଦବିବାଦ ପାଇଁ ସମୟ ଅଛି –  କିନ୍ତୁ ନିଜ ପାଇଁ ଆଦୌ ସମୟ ନାହିଁ…  ଦୁନିଆ ସରଳ ହେଲା, ଦ୍ରୁତଗାମୀ ହେଲା, ପ୍ରଯୁକ୍ତି ନିକଟତର ହେଲା, ଦୂରତ୍ୱ ଲୋପ ପାଇଲା,  ସୁଖ-ସୁବିଧା ବଢ଼ିଲା, ସୁଯୋଗ ବଢ଼ିଲା… ତଥାପି ମଣିଷ କହିଲା – ମୋ ପାଖରେ ସମୟ ନାହିଁ।  *ମଣିଷ ନିଜଠାରୁ ନିଜେ ଦୂରେଇ ଗଲାଣି। ସେ ଏକ ଭିନ୍ନ ଦୁନିଆରେ ବଞ୍ଚୁଛି। ଜଣା ପଡୁନାହିଁ ମଣିଷ ମୋବାଇଲ ଚଳାଉଛି ନା ମୋବାଇଲ ମଣିଷକୁ  ଚଳାଉଛି।* *ଦିନେ ଏମିତି ସମୟ ଆସିବ, ମଣିଷ ସବୁକିଛି  ହରେଇ ଦେଇଥିବ। ସମୟ ତା ହାତ ମୁଠାରୁ ଖସିଯାଇଥିବ। ସେହି ଶେଷ ମୁହୂର୍ତ୍ତରେ ସେ ବୁଝିଵ ଯେ ତା ନିକଟରେ ପ୍ରଚୁର ସମୟ ଥିଲା… କିନ୍ତୁ ସେ କେବଳ “ନାହିଁ-ନାହିଁ” କହି ବଞ୍ଚିବା ଭୁଲିଗଲା।* ତେଣୁ ହେ ବନ୍ଧୁ ଆଜି ହିଁ ସ୍ଥିର କର – ପ୍ରକୃତ ଜୀବନ କ'ଣ... କାହା ପଛରେ ସବୁବେଳେ ଧାଉଁଚ?? ନିଜ ପାଇଁ ଟିକେ ସମୟ ଦିଅ। ସମ୍ପର୍କଗୁଡ଼ିକ ପାଇଁ ଟିକେ ସମୟ ଦିଅ,  ମନନ-ଚିନ୍ତନ କର। ନିଜକୁ ବୁଝ ଓ ବୁଝାଇ ଦିଅ। ଶାନ୍ତିପାଇଁ ଏହା ଆବଶ୍ୟକ। *“ମୋ ପାଖରେ ସମୟ ନାହିଁ” କହିବା ଏକ ମିଥ୍ୟା କଥା– ଏପରି କହିବା କେବଳ ଏକ ବଦଭ୍ୟାସ। ଏହା ତୁମର ସ୍ୱାର୍ଥପରତାକୁ ବୁଝାଇଥାଏ। ଏହି ଅଭ୍ୟାସକୁ ବଦଳାଇବା ଦରକାର।* - ଅଜଣା ଲେଖକ

Odia Books(ଓଡ଼ିଆ ବହି ) — tgindex